Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ – ବିବାଦୀୟ ଘଟଣା,ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନିଷ୍ଠାନିକ କାମରେ ସଫଲତାମିଳିବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନା ପ୍ରଭୃତିରେ ସଫଳତାପାଇବେ। ପାରିବାରିକ କ୍ଷେତ୍ରରେ ସାହାର୍ଯ୍ୟ ଓ ସହ-ଯୋଗ ପାଇ କାମ ତ୍ୱରାନ୍ୱିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି।

ବୃଷ – ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ସାନ୍ନିଧ୍ୟ ରୁ ଉପକୃତ ହେବେ । ଧର୍ମଚର୍ଚ୍ଚାରେତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ଅଧିକାଂଶ ସମୟ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବାକାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ରାଶିରେ ବଳବାନ୍ ରାହୁ ଥିବା ହେତୁ କୌଶଳରେକାମ ହାସଲ କରିବେ । ଅପରାହ୍ନରେ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପ୍ରତିଶ୍ରୁତି ପାଇ ଟେନସନ୍ ଦୂର ହେବ ।

ମିଥୁନ – ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ନବ ବଳାଇ କାମରେ ଲାଗିପାରନ୍ତି । କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ । ଦୁଃସ୍ଥାନରେ ଗ୍ରହଙ୍କ ସମାବେଶ କାରଣରୁ ସାଧାରଣ ଘଟଣାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇପାରେ । ଉଚ୍ଚଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ ସ୍ଥାପନ ରେ ଆଶା ଅନୁଯାୟୀ ଫଳ ପାଇବେ ।

କର୍କଟ – ଭୁଲ୍ ବୁଝାମଣା କାରଣରୁ ଘରର ସଦସ୍ୟ ମନେ ମନେ ବିରକ୍ତି ଅନୁଭବ କରିବେ। ସମ୍ପର୍କୀୟମାନେ ସହ-ଯେଗା କରିବାର ପ୍ରତିଶ୍ରୁତି ଦେବେ। ବହୁତ ଦିନରୁ ଅଟକି ରହିଯାଇଥିବାଅର୍ଥ ଲାଭରୁ ଖୁସି ରହିବେ । ସାମାଜିକ ସ୍ତରରେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ବୁଝି ପାରିବେ ନାହିଁ।

ସିଂହ – ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବେ। ଅଧିକାଂଶ ସମୟ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ।ଶତ୍ରୁତା କରୁଥିବା ବନ୍ଧୁମାନେ ଈର୍ଷାପରାୟଣ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ଅଫିସରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀ ରହିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବ।

କନ୍ୟା – ଆକସ୍ମିକ ଭାବରେ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶକରିବେ। ବହୁତ ଦିନରୁ ଅଟକି ରହିଯାଇଥିବା ଅର୍ଥ ଲାଭରୁ ଖୁସି ରହିବେ। ସାମାଜିକସ୍ତରରେ ସାଦାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡିବ।

ତୁଳା – କେନ୍ଦ୍ରସ୍ଥ ଶୁକ୍ର ହେତୁ ସଙ୍ଗୀତ,କଳା, ସାହିତ୍ୟ, କୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ । କଥା ଦେଇ କଥା ରଖି ନ ଥିବା କାରଣରୁ ନିଜ ଲୋକଙ୍କ ଉପରେ ଭରସା କରିପାରିବେ ନାହିଁ । ବନ୍ଧୁଙ୍କ ସହାୟତାରେ ପାରିବାରିକ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ

ବିଛା – ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ନ୍ୟୁନତା ଅବଲୋନ କରି ମାନସିକ ସ୍ଥିରତା ରହିବ ନାହିଁ। ଯାନାବହନରେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟଥା ବାଣିଜ୍ୟରେ ଉନ୍ନତି ଘଟିବ, କିନ୍ତୁ ପ୍ରତିବନ୍ଧକ ଲାଗି ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥ ସୌଜନ୍ୟରୁ ହୋଇଯିବ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରେ।

ଧନୁ – ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶ ରେ ସଫଳତା ପାଇବେ।ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ନିଜ ପରିସରରେ ଅନ୍ୟମାନଙ୍କସାହାର୍ଯ୍ୟରୁ ଆଶା କରିଥିବା ଦିଗରୁ ଅର୍ଥଲାଭ ହେବ। ହଠାତ୍ ସକାଳୁ ସକାଳୁ ଜଣେ ବନ୍ଧୁ ଆସି କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ଶୁଭାଇ ପାରନ୍ତି ।

ମକର – ପୁରାତନ ରୋଗର ପୀଡା କାମ କରିବାକୁ ନିରୁତ୍ସାହିତ କରିପାରେ ।କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଖିତ ହୋଇପାରେ । ଗତକାଲିଠାରୁ ଯେଉଁ କାମଟିକୁ ଆରମ୍ଭ କରିଛନ୍ତି, ସେଥିରେ ବ୍ୟତିକ୍ରମ ଦେଖା ଦେଇ ପାରେ । ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗ ଚିନ୍ତାପ୍ରକଟ କରିବେ ।

କୁମ୍ଭ – ଆଜି ବାଣିଜ୍ୟ,ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁମାନଙ୍କ ଗହଣରେକୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ସମସ୍ୟା ରହିଥିଲେ ମଧ୍ୟଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିବାରରେ ସୁସମ୍ପର୍କ ସ୍ଥାପନରେ ସଫଳ ହେବେ । ଆର୍ଥିକ ସ୍ଥିତି ମହଭୁତ ରହିବ, ଅବଶ୍ୟ ଏଥି ସକାଶେ କଷ୍ଟ ସ୍ୱୀକାର କରିବାକୁ ପଡିପାରେ ।

ମୀନ – କର୍ମକ୍ଷେତ୍ରସ୍ଥ ପାପଗ୍ରହଯୁକ୍ତ ରାଶ୍ୟାଧିପତି ହେତୁ କଷ୍ଟ ସ୍ୱୀକାର କରିବାକୁ ପଡିବ ।ଜ୍ୟେଷ୍ଟ ନକ୍ଷତ୍ର ଶତ୍ରୁତା କରୁଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ସକାଳୁ ସକାଳୁଚେଷ୍ଟା କରୁଥିବା କାମଗୁଡିକ ନିର୍ଦ୍ଦିଷ୍ଟ ସନୟରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରର କେତେକ ଫାଇଲ୍ କାମ ସକାଶେ ସମସ୍ୟାରେ ପଡିପାରନ୍ତି।

Govt
Leave A Reply