ଜ୍ୟୋତିଷ ବିଜ୍ଞାନ ଅନୁସାରେ କିଛି ରାଶିର ଜାତକକୁ ଭାଗ୍ୟଶାଳି କୁହାଯାଇଥାଏ l ଏହି ଜାତକ ସାମାଜିକ ଜୀବନରେ ପଦ ,ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ କରିଥାଏ l ଅନ୍ୟମାନଙ୍କ ତୁଳନାରେ ଅତି ଶୀଘ୍ର ସଫଳତା ଏହି ନିମ୍ନଲିଖିତ ରାଶି ମାନଙ୍କର ବ୍ୟକ୍ତି ମାନଙ୍କୁ ଶୀଘ୍ର ମିଳିଥାଏ l ସେହି ରାଶି ଗୁଡିକ ହେଲା ମେଷ ,ମକର ,ବିଛା ଓ କୁମ୍ଭ l
* ମେଷ ରାଶି- ମେଷ ରାଶିର ସ୍ୱାମୀ ମଂଗଳଗ୍ରହ ଅଟନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଂଗଳଗ୍ରହକୁ ଅନ୍ୟ ଗ୍ରହମାନଙ୍କର ସେନାପତି କୁହାଯାଏ l ସେଥିପାଇଁ ମେଷ ରାଶିର ଜାତକ ଉପରେ ଏହାର ବିଶେଷ ପ୍ରଭାବ ରହିଥାଏ l ମେଷ ରାଶିର ବ୍ୟକ୍ତି ମାନେ ଗୋଟିଏ ଭଲ ନେତୃତ୍ୱ କର୍ତା ହୋଇଥାନ୍ତି l ନିଜର ନେତୃତ୍ୱ କରିବାର ଗୁଣ କାରଣରୁ କାର୍ଯ୍ୟ କ୍ଷେତ୍ରରେ ମେଷ ରାଶିର ଜାତକ ଥିବା ବ୍ୟକ୍ତିଙ୍କର ଅନ୍ୟ ମାନଙ୍କ ତୁଳନାରେ ଶକ୍ତିଶାଳୀ ହୋଇଥାଏ l ପରିଶ୍ରମ ଓ ନିଜର କ୍ଷମତା ବଳରେ ଏହି ବ୍ୟକ୍ତି ମାନେ ଜୀବନରେ ସଫଳ ହୁଅନ୍ତି l ଏହି ରାଶିର ଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି l ମେଷ ରାଶି ଥିବା ବ୍ୟକ୍ତି ମଙ୍ଗଳବାର ଦିନ ବରଗଛ ତଳେ କ୍ଷୀର ଢାଳି ନାଲି ପୁଷ୍ପ ଅର୍ପଣ କଲେ ମଙ୍ଗଳଙ୍କ ଆଶୀର୍ବାଦ ମିଳିବ l
* ମକର-ମକର ରାଶିର ସ୍ୱାମୀ ଶନି ଦେବ ଅଟନ୍ତି ,ସେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି l ଶନି ଦେବଗୋଟିଏ ଶକ୍ତିଶାଳୀ ଗ୍ରହ ଭାବରେ ଗଣା ହୁଅନ୍ତି l ତେଣୁ ମକର ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଧିକ ରହିଥାଏ l ଏହି ରାଶି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିଥିବା କାରଣରୁ ମକର ରାଶିର ଲୋକମାନେ ସବୁବେଳେ କର୍ମ ତତ୍ପର ଅଟନ୍ତି l ଏମାନେ ସହଜେ କୌଣସି କଥାରେ ଶୀଘ୍ର ହାର ମାନନ୍ତି ନାହିଁ l ମକର ରାଶିର ଲୋକମାନେ ନିଜଣ ପରିଶ୍ରମ ଓ ଇଛା ଶକ୍ତି ଦ୍ୱାରା ସବୁକିଛି ହାସଲ କରିଥାନ୍ତି l ମକର ରାଶିର ବ୍ୟକ୍ତି ମାନେ ଶନିବାର ଦିନ ଘରର ଐଶାନ୍ୟ କୋଣରେ ରାଶି ତେଲର ଦୀପ ଦେବା ଆବଶ୍ୟକ l
* ବିଛା ରାଶି -ଏହି ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଗ୍ରହ ଅଟନ୍ତି l ମଙ୍ଗଳ ଗ୍ରହ ହୋଇଥିବା କାରଣରୁ ବିଛା ରାଶିର ବ୍ୟକ୍ତି ମାନେ ସର୍ବଦା କର୍ମ ତତ୍ପର ରହିବାକୁ ଇଛା କରନ୍ତି l ସେମାନେ ନିଜ କାର୍ଯ୍ୟକୁ ଯେତେସମୟ ଲାଗିଲେ ମଧ୍ୟ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି l ବିଛା ରାଶିର ବ୍ୟକ୍ତି ମାନେ ସବୁବେଳେ ମନକୁ ସ୍ଥିର ଓ ଶାନ୍ତ ରଖିବାକୁ ପସନ୍ଦ କରିଥାନ୍ତି l ବି ଇଛା ରାଶି ବ୍ୟକ୍ତି ମାନେ ମଙ୍ଗଳାବର ଦିନ ଗାଈକୁ ଗୁଡା ଓ ଚଣା ଖାଇବାକୁ ଦେଲେ ତାଙ୍କ ରିଷ୍ଟ ଖଣ୍ଡନ ହେବ l
* କୁମ୍ଭ ରାଶି -କୁମ୍ଭ ରାଶିଙ୍କର ମୁଖ୍ୟ ଗ୍ରହ ବୁଦ୍ଧ ଅଟନ୍ତି l ଏହି ରାଶିର ବ୍ୟକ୍ତିମାନେ ସଚୋଟ ଓ ସଫଳ ହୋଇଥାନ୍ତି l ଏମାନେ ଭାବିଚିନ୍ତି ଯୋଜନା ବଦ୍ଧ ଭାବରେ କାର୍ଯ୍ୟ କରନ୍ତି l ଏହି ରାଶିର ବ୍ୟକ୍ତିଙ୍କର ମସ୍ତିସ୍କ ଖୁବ ଗତିଶୀଳ ହୋଇଥାଏ l ଏମାନେ ଠିକ ପରିସ୍ଥିତିର ମୁକାବିଲା କରି ତାହାରି ଅନୁସାରେ କାର୍ଯ୍ୟ କରନ୍ତି l ଏହି ବ୍ୟକ୍ତି ମାନେ ବୁଧବାର ଦିନ ଗଣେଶଙ୍କ ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ l