ବେତନଟୀ : ଆଜି ବୈଶିଙ୍ଗା ଥାନା ଅଧୀନ ଯୁଗୁପୁରା ଜାମନଣ୍ଡାର ୟଙ୍ଗ ଷ୍ଟାର କ୍ଲବ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଗ୍ରାମର ନିରଞ୍ଜନ ମହାରଣାଙ୍କ ନିକଟରୁ ବି ନେଗେଟିଭ ମିଳିଛି । ଏବେ କରୋନା ପାଇଁ ଓଡିଶା ରକ୍ତ ଭଣ୍ଡାରରେ ସୃଷ୍ଟି ହୋଇ ଥିବା ରକ୍ତାଭାବକୁ ମୁକାବିଲା କରିବା ଉଦେ୍ଦଶ୍ୟରେ ଏହି ଗ୍ରାମର ୟଙ୍ଗ ଷ୍ଟାର କ୍ଲବ, ଯୁବକ, ଛାତ୍ର ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଛି ।
କ୍ଲବର ସଭାପତି ସୁଧୀର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉସôବରେ ଏହି ଶିବିରକୁ ଗ୍ରାମର ଉପଦେଷ୍ଟା ଯୋଗେନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ । ସମ୍ମାନୀତ ଅତିଥି ଭାବେ ବାରିପଦା ରକ୍ତ ଭଣ୍ଡାରର ଭାରପ୍ରାପ୍ତ ଡାକ୍ତର ପ୍ରଶାନ୍ତ କୁମାର ଦାସ, ହରିଶ୍ଚନ୍ଦ୍ର ସେଠୀ, ବିଦ୍ୟାଧର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଥିଲେ ।
ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ମୁକେଶ ମହାରଣା, ମଧୁସୂଦନ ମହାରଣା, ଉମା କିସ୍କୁ, ଦେବାଶିଷ ପଞ୍ଝା, ନିରଞ୍ଜନ ମହାରଣା, ସିପୁରଞ୍ଜନ ସେନାପତି, ଅଚୁ୍ୟତାନନ୍ଦ ଦଣ୍ଡପାଟ, ସୁରଜିତ ବିଶ୍ୱାଳ, ସମୀର ରାଉତ, ଚନ୍ଦନ ମହାରଣା, ହରିଶ୍ଚନ୍ଦ୍ର ବିଶ୍ୱାଳ, ତପନ କୁମାର ଦାସ, ଦୟାନିଧି ଗୋଚ୍ଛାୟତ, ବଳରାମ ଦଣ୍ଡପାଟ, ବେବାଶିଷ ବିଶ୍ୱାଳ, ରାଜେନ୍ଦ୍ର ମହାରଣା, ଅମୂଲ୍ୟ ନାୟକ, ସୁକାନ୍ତ ବିଶ୍ୱାଳ, ସୁଶାନ୍ତ ଗୋଚ୍ଛାୟତ, ନିରଞ୍ଜନ ସେନାପତି ପ୍ରମୁଖ ରକ୍ତଦାନ କରି କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ।
ବାରିପଦା ଓଡିଶା ରକ୍ତ ଭଣ୍ଡାର ତରଫରୁ ଦେବେନ୍ଦ୍ର ବେହେରା, ରୁଚିକା ଖୁରାନା, ଧ୍ରୁବଚରଣ ଦେ, ଶମ୍ଭୁନାଥ ପଲେଇ, ହରେକୃଷ୍ଣ ରଣା ପ୍ରମୁଖ ଏହି ଶିବିରରୁ ରକ୍ତ ସଂଗ୍ରହ କରି ଥିଲେ । ଜୀବିକାକୁ ବାଜି