ବେତନଟୀ, : ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଆଜି ସନ୍ଧ୍ୟାରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ପବନର ଗତି ଅତି ପ୍ରଖର ଥିବାର ଦେଖା ଯାଇ ଥିଲା । ଏହା ଦ୍ୱାରା ସାମାନ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡି ଥିଲା । କେତେକ ସ୍ଥାନରେ ଗଛର ଡାଳ ସବୁ ଭାଙ୍ଗି ପଡି ଥବିାର ଜଣା ପଡିଛି । କେତେକ ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖା ଯାଇଛି ।
ବେତନଟୀ ବଜାର ଓ ଆଖପାଖରେ ପବନର ଦ୍ରୁତ ଗତି ହେତୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇ ଥିଲା । ବିଦ୍ୟୁତ କର୍ମଚାରୀ ମାନେ ଲାଗି କୌଣସି ମତେ ବିଦ୍ୟୁତ ସରବରାହ କରାଇ ଥିଲେ