Odisha news

ଉପାନ୍ତ ଅଞ୍ଚଳ ହେଲେ ମଧ୍ୟ ଏପର୍ଯ୍ୟନ୍ତ କରୋନାର ବିଭିଷିକାରୁ ଦୂରରେ ରହିଛନ୍ତି ବଡ ଯୋଡର ମାଛ ଜୀବି ପରିବାର : ସରକାରଙ୍କ ଶୁଭ ଦୃଷ୍ଟି ପାଇଁ ନିବେଦନ କଲା ମସôଜୀବି

0

ବେତନଟୀ, ୧୦/୫ : ଆଜି ବେତନଟୀ କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ବଡଯୋଡ ମାଛ ଜୀବି ସମବାୟର ସଭାପତି ଧର୍ମୁ ଦେହୁରୀଙ୍କ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା । ଏହି ସମବାୟରେ ଥିବା ୮୦ରୁ ଉର୍ଦ୍ଧ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହଯୋଗରେ ବଡଯୋଡର ଚାରି ପାଖରେ ଥିବା ଅନ୍ୟୁନ ୧୫ଟି ଗ୍ରାମର ୭୦୦ରୁ ଉର୍ଦ୍ଧ ମସôଜୀବି ପରିବାର ନିଜର ଜୀବିକାକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ବଡଯୋଡରୁ ମିଳୁ ଥିବା ମାଛର ସାରା ମୟୂରଭଞ୍ଜ ଓ ବାଲେଶ୍ୱରରେ ନାମ ରହିଛି ।

ପ୍ରତ୍ୟେକ ଦିନ ମହିଳା ଓ ପୁରୁଷ ମସôଜୀବି ମାନେ ମାଛ ମାରୁଛନ୍ତି ହେଲେ ଏମାନେ ଗ୍ରାମରୁ ବାହାରି ଏହି ମାଛକୁ ବିକ୍ରି କରିବାକୁ ଯାଇ ନାହାଁନ୍ତି । ଆଖପାଖ ଗ୍ରାମରୁ କେହି ଖବର ପାଇ ମାଛ ନେବାକୁ ଆସିଲେ ସେମାନଙ୍କୁ ମୁଲାଣିଆ ଦରରେ ମାଛ ବିକ୍ରି କରି ଦେଉଛନ୍ତି । ବଡଯୋଡର ମାଛ ଜୀବି ମାନଙ୍କୁ ଏହା ମଧ୍ୟ ଜ୍ଞାତ ଅଛି ଯଦି କୌଣସି ମାର୍କେଟକୁ ବଡଯୋଡ ମାଛ ନେଇ ଏମାନେ ଯାଆନ୍ତି ତେବେ ଭିଡ ସମ୍ଭାଳିବା ଅସମ୍ଭବ ହୋଇ ପଡେ । ଯଦିଓ ମାଛ ଜୀବି ଜଣକ ନିଜ ମାଛର ଚଢ଼ା ମୂଲ୍ୟ ପାଆନ୍ତା କିନ୍ତୁ ଏପରି ଭିଡ କରିବା ଦ୍ୱାରା ସରକାରୀ ନିୟମ ଉଲ୍ଲଙ୍ଘନ ହେବ ଜାଣି ଏମାନେ ମାଛ ନିଜ ଘରେ ଓ ଗ୍ରାମରେ ବିକ୍ରି କରି ଦେଉଛନ୍ତି । ଏମାନଙ୍କୁ ଏଥି ପାଇଁ କ୍ଷତି ସହିବାକୁ ପଡୁଛି । ତଥାପି ସମବାୟର ନିୟମ ମୁତାବକ କିଲୋ ପିଛା ୨୦ ଟଙ୍କା କେଚିଂ ଫି ଏମାନେ ପୈଠ କରୁଛନ୍ତି ।

ଏହିମାଛ ଜୀବି ପରିବାର ମଧ୍ୟରେ ଅନୁସୂଚିତ ଜନଜାତିର ଖଡିଆ, ବାଥୁଡି, ସାନ୍ତାଳ, କୋହ୍ଲ, ଅନୁସୂଚିତ ଜାତି ଓ କୁଡୁମୀ ସଂପ୍ରଦାୟର ଲୋକ ରହିଛନ୍ତି । ଉପାନ୍ତ ଅଞ୍ଚଳ ହୋଇ ଥିବାରୁ ରାତ୍ରୀରେ ଏଠାକୁ ଡାକ୍ତରୀ ସହାୟତା ଅପହଞ୍ଚ ହୋଇ ପଡି ଥାଏ । ତେଣୁ ନିଜର ପରିବାର, ପିଲାପିଲି, ସଂପ୍ରଦାୟ ଓ ଗ୍ରାମବାସୀଙ୍କ ପାଇଁ ଏମାନେ ଦୀର୍ଘ ୫୦ ଦିନ ୍ଧରି ଉସôର୍ଗୀକୃତ ଜୀବନ ବିତାଇ ସାରିଲେଣି । ୧୯୬୪ ମସିହାରେ ନିର୍ମାଣ ହୋଇ ଥିବା ବଡଯୋଡ କ୍ଷୁଦ୍ର ଜଳସେଚନ ବନ୍ଧଟି ୮୦ ହେକ୍ଟର ବା ୨୦୦ ଏକର ଜମିରେ ନିର୍ମିତ ହୋଇଛି । ଏହି ବନ୍ଧରୁ ବାମ ଓ ଦକ୍ଷିଣ ଦୁଇଟି କେନାଲ ମଧ୍ୟ ଯାଇଛି, ଯାହାକି ଜଳସେଚନ ପାଇଁ ଉଦ୍ଧିଷ୍ଟ ।

ଏହି ବନ୍ଧରେ ଜାଆଁଳ ଉତ୍ପାଦନ ପାଇଁ ୨୨ ଏକର ୨୦ ଡେସିମିଲ ଜମିରେ ଫିସ ଫାର୍ମ ରହିଛି । ପ୍ରତ୍ୟେକ ବର୍ଷ ଏହି ମସôଜୀବି ସମବାୟ ସରକାରଙ୍କୁ ବନ୍ଧ ପାଇଁ ଲିଜ ମୂଲ୍ୟ ଓ ରୟାଲଟୀ ପ୍ରଦାନ କରୁଛନ୍ତି । ତେବେ ସରକାରଙ୍କୁ କର ଦେଇ ଚାଲୁଥିବା ମସô ସମବାୟ ୭୦୦ ପରିବାରର ଉସôର୍ଗୀକୃତ ଅବଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ସମବାୟ ଓ ମସôଜୀବି ପରିବାର ମାନଙ୍କର ଉନ୍ନତି କାମନା କରିଛନ୍ତି । ମାଛ ସମବାୟର ସମ୍ପାଦକ ହରିଶ ଦେହୁରୀ ଏକ ଆଧୁନିକ କାର୍ଯ୍ୟାଳୟ ସହିତ ଆନୁସଙ୍ଗୀକ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ବଡଯୋଡ ମାଛ ଜୀବି ମାନେ ମାରୁ ଥିବା ମଧୁର ଜଳର ମାଛ ଓ ଚିଙ୍ଗୁଡି ପାଇଁ ଏକ ଉତ୍ତମ ମାର୍କେଟର ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ କାଳିଚରଣ ନାଏକ ।

ଏହି ଆଲୋଚନା ଚକ୍ରରେ ଏଏଫଓ ରବୀନ୍ଦ୍ର ମାରାଣ୍ଡି, ଅବସରପ୍ରାପ୍ତ ଏଏଫଓ ଅଜୟ କୁମାର ଜେନା, ଅଜୟ ଜେନା, ଚନ୍ଦ୍ରହାସ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ଅବସରରେ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ବିଧାୟକ ପ୍ରକାଶ ସୋରେନ ଓ ସାଂସଦ ଇଂ. ବିଶେଶ୍ୱର ଟୁଡୁଙ୍କ ତରଫରୁ ମାସ୍କ ପ୍ରଦାନ କରା ଯିବା ସହିତ ସଚେତନତା ମଧ୍ୟ କରା ଯାଇ ଥିଲା । କେନ୍ଦ୍ର ମସô ଓ ପଶୁପାଳନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀଙ୍କ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply