ରଣପୁର ବିଜେପି ର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେପି ରେ ମିଶିଲେ ବିଜେଡି ର ପୂର୍ବତନ ଏନ. ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ
ରଣପୁର…. ଶୁକ୍ରବାର ମଧ୍ୟାହ୍ନ 12ଘଂଟିକା ସମୟରେ ରଣପୁର ଏନ. ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ସ୍ଥିତ ମା ନାରାୟଣୀ ଙ୍କ ପଡିଆ ଠାରେ ଭାରତୀୟ ଜନତା ପାର୍ଟୀ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ରଣପୁର ଏନ. ଏସି ବିଜୁ ଜନତା ଦଳ ର ଟାଣୁଆ ନେତା ତଥା ପୂର୍ବତନ ଏନ. ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ (ଟୁଲୁ ଭାଇନା ) ତାଙ୍କ ଶହ ଶହ ସମର୍ଥକ ଙ୍କ ସହିତ ବିଜେପି ରେ ସାମିଲ ହୋଇଛନ୍ତି. ଯାହାକୁ ନେଇ ରଣପୁର ଏନ. ଏସି ରେ ବିଜେପି ତାହାର ଶକ୍ତି ବୃଦ୍ଧି କରିଥିବା ଜଣାପଡିଛି …ଏହି ମିଶ୍ରଣ ପର୍ବ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ରଣପୁର ବିଜେପି ର ବିଧାୟିକା ପ୍ରାଥୀନି ଶ୍ରୀମତି ସୁରୁମା ପାଢ଼ୀ ସାଂସଦ ପ୍ରାଥୀ ଡ଼ଃ ସମ୍ବିତ ପାତ୍ର ସହିତ ରଣପୁର ଏନ. ଏସି ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ.. ତେବେ ପ୍ରିୟବ୍ରତ ପ୍ରହରାଜ (ଟୁଲୁ ଭାଇନା ) ରଣପୁର ଅଞ୍ଚଳ ର ବିଜୁ ଜନତା ଦଳ ର ଜଣେ ଟାଣୁଆ ନେତା ଭାବେ ବେଶ ପରିଚିତ ଲାଭ କରିଥିବା ବେଳେ ରଣପୁର ଏନ. ଏସି ଗଠନ ପୂବରୁ ସେ ରଣପୁର ପଞ୍ଚାୟତ ସହିତ ରଣପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବହୁବାର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବିଜୁ ଜନତା ଦଳ ତରଫରୁ ରଣପୁର ଏନ ଏସି ର ଉପାଧ୍ୟକ୍ଷ ରହିଥିଲେ ତା ସହିତ ଜିଲ୍ଲା ସ୍ତରୀୟ ବହୁ ସାଙ୍ଗଠନିକ ପଦପଦବୀ ରେ ଦୀର୍ଘ ଦିନ ଧରି ରହିଥିଲେ. ତେବେ ଗତ 2022ରେ ଅନୁଷ୍ଠିତ ହୋଇଥିବା ପୌର ପରିଷଦ ବା ଏନ. ଏସି.ନିର୍ବାଚନ ରେ ସେ ବିଜୁ ଜନତା ଦଳ ତରଫରୁ ରଣପୁର ଏନ. ଏସି ଅଧକ୍ଷା ପଦବୀ ପାଇଁ ନିଜ ଧର୍ମ ପତ୍ନୀ ଙ୍କ ପାଇଁ ଟିକେଟ ଆଶାୟୀ ଥିବା ବେଳେ ଶେଷ ମୁହୂର୍ତ୍ତ ରେ ତାଙ୍କୁ ବିଜେଡି ତରଫରୁ ତାଙ୍କୁ ଟିକେଟ ପ୍ରଦାନ କରାନଯିବାରୁ ସେ ଅସନ୍ତୁଷ୍ଟ ହୋଇ ନିଜ ସମର୍ଥକ ଙ୍କ ପରାମର୍ଶ ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ଶାସକ ବିଜେଡି ଦଳ କୁ କଡା ମୁକାବିଲା କରି ମାତ୍ର ଅଳ୍ପକିଛି ଏକ ସହ ରୁ ଉର୍ଦ୍ଧ ଭୋଟ ରେ ପରାଜିତ ହୋଇଥିଲେ. ଯାହାକୁ ବିଜୁ ଜନତା ଦଳ ତରଫରୁ ତାଙ୍କୁ ଦଳ ରୁ ବହିଷ୍କାର କରାଯାଇଥିଲା ଏବଂ ସେ ସେବେଠାରୁ ନିଜ ସମର୍ଥକ ଙ୍କ ସମସ୍ତ ଦୁଃଖ ସୁଖ ରେ ସାମିଲ ହୋଇ ନିଜର ସଂଗଠନ ଜାରି ରଖିଥିଲେ ତେବେ ଶୁକ୍ରବାର ଡ଼ଃ ସମ୍ବିତ ପାତ୍ର ଓ ବିଜେପି ବିଧାୟିକା ପ୍ରାଥୀନି ଙ୍କ ଉପସ୍ଥିତି ରେ ନିଜ ର ଏକ ହାଜର ରୁ ଉର୍ଦ୍ଧ ସମର୍ଥକ ଙ୍କ ସହିତ ଭାରତୀୟ ଜନତା ପାର୍ଟୀ ରେ ସାମିଲ ହୋଇଛନ୍ତି ଯାହାକୁ ଏହି ମିଶ୍ରଣ ଦ୍ୱାରା ରଣପୁର ଏନ. ଏସି ରେ ଭାରତୀୟ ଜନତା ପାର୍ଟୀ ର ଶକ୍ତି ବୃଦ୍ଧି ପାଇଥିବା ବେଳେ ଶାସକ ବିଜେଡି ଏନ. ଏସି ବହୁ ଭୋଟ ପଛରେ ରହିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି