Odisha news

ରଣପୁର ପୋଲିସ ତରଫରୁ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ 

0
ରଣପୁର….. ଓଡିଶା ପୋଲିସ ମହାନିର୍ଦେଶକ ଙ୍କ ନିର୍ଦ୍ଧେଶ ରେ   ସାରାରାଜ୍ୟ ରେ ସାଧାରଣ ଲୋକଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରିବା ପାଇଁ   ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ  ଅଭିଯାନ ଚଳିତ ମାସ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀଜୟନ୍ତୀ ଦିନଠାରୁ ଆରମ୍ଭ କରାଯାଇଥିବା ବେଳେ ଏହି ସାଇବର ସଚେତନ ରଥ  କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କ ଦ୍ୱାରା ଉଦଘାଟନ କରାଯାଇଅଛି ଏହି ପରିପେକ୍ଷି ରେ ନୟାଗଡ ଜିଲ୍ଲା ରେ ମଧ୍ୟ୍ୟ ସାଇବର ସୁରକ୍ଷା ରଥ ଅଭିଯାନ ଗତ ଦୁଇତାରିଖ ଦିନ ଠାରୁ ଆରମ୍ଭ କରାଯାଇ ବେଳେ ଅକ୍ଟୋବର 12ତାରିଖ  ଗୁରୁବାର ରଣପୁର ଥାନା ତରଫରୁ ରଣପୁର ଅଞ୍ଚଳ ରେ ଏହି ସାଇବର ସୁରକ୍ଷା ସଚେତନ ଅଭିଯାନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ଗୁରୁବାର ସକାଳ ଦଶଘଂଟିକା ସମୟରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆଦର୍ଶବିଦ୍ୟାଳୟ ଓ ମା ମଣିନାଗ ମହିଳାମହାବିଦ୍ୟାଳୟ ଆଦି ପ୍ରମୁଖ ସ୍କୁଲ ଓ କଲେଜ ଠାରେ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ପରେ ସଂନ୍ଧ୍ୟା ସାତ  ଘଂଟିକା ସମୟ ରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆ ଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ସାଇବର ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା ରଣପୁର ଥାନା ଅଧିକାରୀ ନିହାରରଞ୍ଜନ ମହାନ୍ତି ଙ୍କ ଦ୍ୱାରା ଆୟୋଜିତ ଏହି ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସନ୍ନମାନିତ ଅତିଥି ଭାବେ ରଣପୁର ଏନ. ଏସି ଅଧକ୍ଷା ରଙ୍ଗୀନ ମହାନ୍ତି. ବରିଷ୍ଠ ଆଇନିଜୀବି ଦିଲ୍ଲୀପ କୁମାର ନନ୍ଦ. ଶ୍ରୀ ଯୁକ୍ତ ସୁଧାକର ସାହୁ ଏସ.ଡି.ପି.ଓ ଶରଣକୁଳ ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରଣପୁର ତହସିଲ ଦାର ଶ୍ରୀ ଯୁକ୍ତ ରବୀନ ଚର୍ଚିଲ ମିଶ୍ର ପ୍ରମୁଖ  ଯୋଗଦେଇଥିଲେ…. ତେବେ ଉପସ୍ଥିତ ଅତିଥି ମାନେ ନିଜ ଅଭିଭାଷଣ ରେ ସାଧାରଣ ଲୋକ ମାନେ କିଭଳି ଭାବେ ସାଇବର ଅପରାଧ ସମ୍ପର୍କ ରେ ସଚେତନ ହେବେ ବୁଝାଇ କହିଥିଲେ. ଯେପରିକି ନିଜ ମୋବାଇଲ  ଆସିଥିବା କୌଣସି ଅଜଣା ଲିଙ୍କ ରେ କ୍ଲିକ ନକରିବା ଅଜଣା ବ୍ୟକ୍ତି କୁ ଓଟିପି ପ୍ରଦାନ ନକରିବା. ଅଜଣା ମୋବାଇଲ ଅପ ଡାଉନ ଲୋଡ଼ କରି ବ୍ୟାଙ୍କ ସମ୍ପର୍କିତ ତଥ୍ୟ ନଦେବା  ନିଜ ଏଟିଏମ ପିନ ଅଜଣା ଲୋକଙ୍କୁ ନଦେବା ସହିତ ସାଇବର କ୍ରାଇମ ସମ୍ପର୍କିତ ଅଭିଯୋଗ ହେଲେ ସଙ୍ଗେ ସଙ୍ଗେ 1930 ଟୋଲପ୍ରି ନମ୍ବର କୁ କଲ କରି ଅଭିଯୋଗ ପ୍ରଦାନ କରିବା ଆଦି ବିଷୟରେ ଏହି କାର୍ଯ୍ୟକର୍ମ ରେ ଉପସ୍ଥିତ ଥିବା ରଣପୁର ର ସତାଧିକ ଜନସାଧାରଣ ବୁଝାଇ କହିଥିଲେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା.. ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ଙ୍କୁ ରଣପୁର ଅଞ୍ଚଳ ବିଶେଷ ଉପସ୍ଥାପକ ତଥା ମଞ୍ଚପରିଚାଳକ   ସତ୍ୟନାରାୟଣ ମହାପାତ୍ର (ବୁଢା )ମଞ୍ଚପରିଚାଳନା କରିଥିଲେ

Leave A Reply