Odisha news

ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ରାମ ମନୋହର ଲୋହିଆ ଙ୍କ ଶ୍ରାଦ୍ଧ ଦିବସ ପାଳିତ।

0
ଆଠଗଡ଼ ତା ୧୨-୧୦-୨୩ ଗୁରୁବାର ବିଜେଡି କାର୍ଯ୍ୟାଳୟ ଠାରେ ମହାନ କ୍ରାନ୍ତି କାରୀ ସାମାଜିକ ନ୍ୟାୟ ଆନ୍ଦୋଳନ ର ଉଦ୍ୟେକ୍ତା ରାମ ମନୋହର ଲୋହିଆ ଙ୍କ ୫୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ ଲୋହିଆ ଙ୍କ ବିଷୟରେ ଆଲୋକପାତ କରିଥିଲେ।ବିଜୁ ଜନତା ଦଳ  ସାମାଜିକ ନ୍ୟାୟ ଓ ସମତା ଭିତିକ ସମାଜ ଗଠନ ରେ ଲୋହିଆ ଙ୍କ ନୀତି ଓ ବିଚାର ଧାରା କୁ ନେଇ ଗଠିତ ମାନବ ଜାତିକୁ ବଞ୍ଚେଇବା ଓ ସମତା ଭିତିକ ସମାଜ ଗଠନ , ସ୍ଵାଧିନତା ଅନ୍ଦୋଳନ ସମୟରେ ଜନସାଧାରଣ ମାନଙ୍କୁ ବେତାର ବାର୍ତା ଥିଲା “ଲୋଗ ମେରୀ ବାତ ଶୁଣେଙ୍ଗେ, ଲେକିନ ମେରେ ମର୍ନେକେ ବାଦ ” ସାମାଜିକ ନ୍ୟାୟ ଦେବାକୁ  ହେଲେ  ଲୋହିଆ ନୀତିକୁ  ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ ଥିବା ନେତା ଏବଂ କର୍ମୀ ମାନେ ଶପଥ ନେଇଥିଲେ ।ଉକ୍ତ ଶ୍ରଦ୍ଧାଞଳୀ କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ନାଥ ରାଉତ,  ଶିଶିର ପ୍ରସାଦ ମାନସିଂ, ନିରାକାର ଲେଙ୍କା , ସତ୍ୟ ପ୍ରିୟ ମହାନ୍ତି,ସୁଧୀର କୁମାର ମନ୍ତ୍ରୀ ,କାଶୀନାଥ ବେହେରା ,ସନ୍ତୋଷ ଦାସ ,ଲିଙ୍ଗରାଜ ଜେନା , ଦୁଷ୍ମନ୍ତ ନାୟକ , ପ୍ରଭାକର ମହାନ୍ତି , ନିର୍ମଳ ଦାସ,ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply