Odisha news

ବିଲୁପ୍ତ ହେବାକୁ ଲାଗିଲାଣି ରଣପୁର ତନ୍ତୁବାୟ ସମିତି କାର୍ଯ୍ୟାଳୟ ଜୀବିକା ହରେଇଲେଣି ସ୍ୱଦେଶୀ ଖଦୀ କାରିଗର

ସରକାରୀ ପ୍ରୋତ୍ସାହନ ଦାବୀ

0
ରଣପୁର –25/4  : ଦେଶବିଦେଶ ରେ ହସ୍ତତନ୍ତ ର ଚାହିଦା ରହିଥିବା ବେଳେ ରାଜ୍ୟ ତଥା ଗ୍ରାମାଞ୍ଚଳ ରେ ହସ୍ତତନ୍ତ ବା ସ୍ୱଦେଶୀ ବସ୍ତ୍ର ର ଚାହିଦା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଲାଣି, ହସ୍ତତନ୍ତ ଶିଳ୍ପ ରେ କାମକରୁଥିବା କାରିଗର ମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସ୍ୱଦେଶୀ ବୁଣାକର ମାନେ।ଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ରେ ।ରଣପୁର ବ୍ଲକ ରେ ଆଗରୁ ୨0 ରୁ ଉର୍ଦ୍ଧ ଗ୍ରାମ ରେ ଖଦୀ କାରିଗର ମାନେ ସୁତା କାଟି ଜୀବିକା ନିର୍ବାହ କରୁଥିଲେ. ଏହି ଖୁଦ୍ର ହସ୍ତଶିଳ୍ପ ରେ ଗ୍ରାମାଞ୍ଚଳ ର ଲୋକମାନେ ଏହି କାର୍ଯ୍ୟ ରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରୁଥିଲେ ଖଦୀ କାର୍ଯ୍ୟକୁ ବିକାଶ କରିବା ପାଇଁ 1954ମସିହା ରେ ରାଜ୍ୟ ହସ୍ତତନ୍ତ ସମବାୟ ଅଧୀନରେ ରଣପୁର ଠାରେ ଏକ ମଣିନାଗ ତାନ୍ତୁବାୟ ସହଯୋଗ ସମିତି ସ୍ଥାପନ କରାଯାଇଥିଲା।କେବଳ ସ୍ୱଦେଶୀ ବସ୍ତ୍ରର ପ୍ରଚାର ପ୍ରସାର ଓ ବୁଣାକାର ମାନଙ୍କୁ ଥଇଥାନ ଓ କର୍ମସଂସ୍ଥା ଯୋଗାଇଦେବା ଥିଲା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ,ଏହି କ୍ରମ ରେ ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ ଙ୍କ ଆଗମନ ରେ କୁଟି ଖାଅ ଓ କୁଟି ପିନ୍ଧ ନାରା ଦେଇ 3ଦିନ ବ୍ୟାପି ବାପୁଜୀ ବୋଲଗଡ ଅଞ୍ଚଳ ର ଏକ ଡାକ ବଙ୍ଗଳା ଅବସ୍ଥାନ କରିଥିଲେ. ଯାହାର ପ୍ରଭାବ ରଣପୁର ବ୍ଲକ ରେ ମଧ୍ୟ ପଡିଥିଲା. ଫଳରେ ସେବେଠାରୁ ମଧ୍ୟ ଏହି ଠାରେ ହସ୍ତତନ୍ତ ଦ୍ୱାରା ଲୁଙ୍ଗି, ଗାମୁଛା, ମଠା,ପାଟ,ଶାଢ଼ୀ, ବେଡ଼ସିଟ ଇତ୍ୟାଦି ବୁଣାକାର ମାନେ  ତିଆରି କରି ମଣିନାଗ ତନ୍ତୁବାୟ ସମିତି ଜରିଆରେ ଅନ୍ତଜିଲ୍ଲା ତଥା ରାଜ୍ୟ ବାହାରକୁ ରପ୍ତାନି କରି ଦି ପାଇସା ରୋଜଗାର କରି ପରିବାର ଗୁଜୁରାଣ ମେଣ୍ଟାନ୍ତି .ସମୟ କ୍ରମେ ସରକାରୀ ସ୍ତରରେ ଆନ୍ତରିକତା ଅଭାବରୁ ଏଠି ଏବେ ହସ୍ତତନ୍ତ ଶିଳ୍ପ ଦିଗହରା ହୋଇ ପଡିଛି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ପ୍ରୋତ୍ସାହନ ଅଭାବରୁ କାରିଗର ମାନେ ହସ୍ତତନ୍ତ ଶିଳ୍ପ ରୁ ମୁହଁ ଫେରାଇ ଦାଦନ ଖଟିବାକୁ ଯାଉଛନ୍ତି ତ କିଏ ଅନ୍ୟପନ୍ଥା ଆପଣେ ଇଲେଣି।ରଣପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ମଣିନାଗ ତନ୍ତୁବାୟ ସମିତିଆଜି ମୁକସାକ୍ଷୀ ପାଲଟିଛି. କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଶ୍ରମିକ ଙ୍କୁ ସ୍ୱତନ୍ତ୍ର ସରକାରୀ ସାହାୟତା ଯୋଗାଇ ଦେଉଥିବା ବେଳେ ଖଦୀ କାରିଗର ଏଥିରୁ ନିରାଶ ହେବାକୁ ପଡିଛି ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି.ଆରମ୍ଭ ରୁ ପ୍ରାୟ 150 କାରିଗର ରୁ ଅଧିକ ହସ୍ତତନ୍ତ ଶିଳ୍ପ ରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ, କିନ୍ତୁ ଧୀରେ ଧୀରେ କମି ଏବେ ପ୍ରତେକ୍ଷ ଭାବେ 20 ରୁ 25 ଜଣ କାରିଗର ହସ୍ତତନ୍ତ ଶିଳ୍ପ ରେ କାମକରୁଥିବା ଦେଖିବାକୁ ମିଳିଛି,ଏବଂ ଆଉ କିଛି  ବୁଣାକାର ହସ୍ତ ତନ୍ତ ଶିଳ୍ପ ରୁ ମୁହଁ ଫେରାଇ  ଦାଦନ ଖଟିବାକୁ ଯାଉଛନ୍ତି।ରଣପୁର ର ଏହି ତନ୍ତୁ ସେବା ସମବାୟ ସମିତି ର ଅବସ୍ଥା କଥା ନକହିବା ଭଲ, ଏତେବଡ଼ ବିଲଡିଙ୍ଗ ରେ ଆଗରୁ 150 କାରିଗର କାମ କରୁଥିବା ବେଳେ ଏବେ ସୁତାର ଅଭାବ ଓ କର୍ମଚାରୀ ଅଭାବରୁ ଅନେକ ଯନ୍ତ୍ରାସ ସବୁ ନଷ୍ଟ ହେବାକୁ ବସିଲାଣି କର୍ମଚାରୀ. ମଣିନାଗ ତନ୍ତୁବାୟ ସମିତି ଜାଗାରେ ଷ୍ଟେଟ ବ୍ୟାଙ୍କ ରଣପୁର ଶାଖା କାର୍ଯ୍ୟାଳୟ ଭଡା ରେ ଲାଗିଥିବା ବେଳେ ଦୀର୍ଘ ବର୍ଷ ଧରି ଏହାର ହିସାବ  ଅଡିଟ କରାଯାଇନାହିଁ. କ୍ରମର୍ଚାରୀ  ଅଭାବ ସାଙ୍ଗ କୁ ହସ୍ତତନ୍ତ ବିଭାଗ ର ଅବହେଳା କାରଣ ରୁ ଧୀରେ ଧୀରେ ନୟାଗଡ଼ ଚିନି କଳ ପରି ଏହି ତନ୍ତୁ ସେବା ସମବାୟ ସମିତି ମଧ୍ୟ୍ୟ ବିଲୁପ୍ତ ହେବ ଏଥିରେ ସନ୍ଦେହ ନାହିଁ।ବୟସ ଅପରାହ୍ନ ରେ ଅନେକ ବୁଣାକାର କାରିଗର ଜୀବନ ସହ ସଂଗ୍ରାମ କରୁଥିଲେ ମଧ୍ୟ୍ୟ ପ୍ରତେକ ଦିନ 100ରୁ 150ଟଙ୍କା ମଜୁରୀ ପାଉଥିବାରୁ ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ.ଆମେ  ବୁଣାକାର ପରିବାରଙ୍କ ଘର କୁ ଯାଇ ସ୍ଥିତି ପରଖିଥିଲୁ।ଏହି ବିଷୟରେ ନୟାଗଡ଼ ଜିଲ୍ଲା ସହକାରୀ ବୟନ ଶିଳ୍ପ ନିର୍ଦେଶକ ସହ ଯୋଗାଯୋଗ କରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ବୁଣାକାର ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ଏବଂ ଆଗକୁ ଯୁବକ ଯୁବତୀ ମାନଙ୍କୁ ତାଲିମ ମିଳିବା ସହ ନିଯୁକ୍ତି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।ତେଣୁ ଏଥି ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପାଳ ନୟାଗଡ଼, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାପାଇଁ ଖଦୀ କାରିଗର ମାନେ ଗଣମାଧ୍ୟମଆଗରେ ଅନୁରୋଧ କରିଛନ୍ତି

Leave A Reply