ବାରଙ୍ଗ : ଗୋଡିସାହି ଫାଣ୍ଡି ଅଧିନସ୍ଥ ରତାଗଡଗ୍ରାମ ନିକଟ ପୁରୀ ମୁଖ୍ୟକେନାଲରୁ ଜଣେଯୁବକର ମୃତଦେହକୁ ମଙ୍ଗଳବାର ଉଦ୍ଧାର କରିଛି ପୋଲିସ।କେନାଲ ଉପରେ ରେଳବ୍ରିଜ ଯାଇଥିବାରୁ ଟ୍ରେନରୁ ଯୁବକ ଜଣଙ୍କ ଖସିପଡି ମୃତୁବରଣ କରିଥିବାର ଅନୁମାନ କରିଛି ପୋଲିସ।ସ୍ଥାନୀୟ ଗ୍ରାମର କିଛିଯୁବକ ପୁରୀ ମେନକେନାଲକୁ ଗାଧୋଇବାକୁ ଯାଇଥିବାବେଳେ ମୃତଦେହଟି କେନାଲରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ମିଳିତ ଭାବେ ଆସି କେନାଲରେ ଭାସୁଥିବା ମୃତ ଯୁବକକୁ ଉଦ୍ଧାର କରିଥଲେ।ପାଣି ଭିତରୁ ଉଦ୍ଧାର କରିସାରିବାପରେ ମୃତ ଯୁବକ ପିନ୍ଧିଥିବା ପ୍ୟାଂଟରୁ ମନିପର୍ସ, ଆଧାରକାର୍ଡ ଏବଂ ଢେ଼ଙ୍କାନାଳରୁ ଭୁବନେଶ୍ୱର ଯିବାନିମନ୍ତେ ରେଳଟିକେଟକୁ ପୋଲିସ ଜବତ କରିଛି ।ମିଳିଥିବା ଆଧାରକାର୍ଡ ଅନୁଯାୟୀ ମୃତକଙ୍କ ନାମ ସରୋଜ ବେହେରା ,ଘର ଢେଙ୍କାନାଳ ସଦରଥାନା ଅଂଚଳର ନରଣପୁର ଗ୍ରାମର ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ପୋଲିସ ଏକ ଅପମୃତୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ପରିବାରକୁ ପୋଲିସ ଖବର ଦେଇ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।