ରମ୍ଭା :12,7 : ପବିତ୍ର ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳାଅଭିଶେଖ କରି ପୁଣ୍ୟ ଅର୍ଜନ କରିବା ନେଇ ବୋଲବମ ଭକ୍ତ ମାନେ ବିଭିନ୍ନ ଶୈବାପୀଠ ଅଭିମୁଖେ ଯାତ୍ରା କରୁଥିବା ଲକ୍ଷ କରାଯାଇଛି l ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ର କଲ୍ୟାଣ ପୁର ଗ୍ରାମ ନିକଟସ୍ଥ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଶ୍ରାବଣୀ ଭାର ନେଇ ନୟାଗଡ଼ ଜିଲ୍ଲାର ଶରଣକୂଳ ରେ ବିଜେ ଲଡ଼ୁବାବା ଙ୍କ ଅଭିମୁଖେ ଯାତ୍ରା କରିଛନ୍ତି କାଉଡ଼ିଆ ଦଳ l
ସ୍ଥାନୀୟ ରାମେଶ୍ଵର ମହାଦେବ ଙ୍କ ବେଢା ପରିକ୍ରମା କରିବା ପରେ ମହାଦେବ ଙ୍କୁ ଦର୍ଶନ କରି ବୁଧବାର ଅପରାହ୍ନ ରେ ରାମେଶ୍ଵର ବୋଲବମ ଭକ୍ତ ମାନଙ୍କ ଏକ 80 ଜଣିଆ ଦଳ ଦୀର୍ଘ 130 କିଲୋମିଟର ଅତିକ୍ରମ କରି ଆସନ୍ତା ସୋମବାର ଲଡ଼ୁବାବା ଙ୍କ ନିକଟରେ ଜଳାଭିଶେଖ କରିବେ l ଦୀର୍ଘ 26 ବର୍ଷ ହେଲା ଏଠାରୁ ଲଡ଼ୁବାବା ଅଭିମୁଖେ ଯାତ୍ରା କରୁଥିବା ବୋଲବମ ଭକ୍ତ ମାନେ ପ୍ରକାଶ କରିଛନ୍ତି l ଭକ୍ତ ମାନେ ପରମ୍ପାରିକ ରୀତିନୀତି ଅନୁଯାଇ ପୂଜାର୍ଚନା କରିବା ପରେ ନଦୀ ଜଳ ବାହୁଙ୍ଗୀ ସାହାଯ୍ୟରେ କାନ୍ଧ ରେ ଧାରଣ କରି ମହାଦେବ ସମ୍ପର୍କିତ ବିଭିନ୍ନ ନାରାଡେଇ ପ୍ରସ୍ଥାନ କରିଛନ୍ତି l ଏଥିରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି କାଉଡ଼ିଆ ମାନଙ୍କୁ ଉତ୍ସାହିତ କରିବା ସହ ବିଦାୟ ଦେଇଥିଲେ l
