ଦଶପଲ୍ଲା ୧୨/୭ : ନୟାଗଡ ଡିଏଫଓ ଓ ଦଶପଲ୍ଲା ରେଞ୍ଜର ଙ୍କ ନିକଟ କୁ ମିଥ୍ୟା ଫୋଟୋ ପ୍ରେରଣ କରିବା ଓ ମିଥ୍ୟା କହି ହଇରାଣ କରିବା ଅଭିଯୋଗ ରେ ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀ ଙ୍କ ଅଭିଯୋଗ କୁ ଭିତି କରି ପୋଲିସ ପ୍ରଦୀପ୍ତ ଙ୍କ ବିରୋଧ ରେ ଦଶପଲ୍ଲା ଜେ ଏମ ଏଫ ସି ଙ୍କ ଅଦାଲତ ରେ ପି ଆର ଦାଖଲ କରିଥିବା ବେଳେ ଭାରତୀୟ ଦଣ୍ଡ ବିଧି ଆଇନି ର ଦଫା ୧୮୨ ରେ ବିଚାର ପାଇଁ ପ୍ରାର୍ଥନା କରିଛି । ସୂଚନା ଯୋଗ୍ୟ ଯେ, ଦଶପଲ୍ଲା ରେ ଚାଲିଛି ବେଧଡକ ଶିକାର, ଶିକାରୀ କିଏ ଜାଣିଛି, ବନ୍ୟଜନ୍ତୁ ସାମଗ୍ରୀ କାହା ପାଖରେ ଅଛି ଜାଣିଛୁ । ଜଙ୍ଗଲ ରୁ ଚୋରି ହେଉଛି ଚନ୍ଦନ କାଠ, ହେଉଛି ହାତୀ ଶିକାର ଏଭଳି କହିବା ସହ ୟୁ ଟ୍ୟୁବ ରୁ ବିଭିନ୍ନ ଫୋଟୋ ଡ଼ାଉନ ଲୋଡ଼ କରି ନୟାଗଡ ଡିଏଫଓ ଙ୍କ ନିକଟକୁ ପଠାଇବା ଓ ବିଭିନ୍ନ କଥା କହି ଡି ଏଫ ଓ ଙ୍କ ବିଶ୍ୱାସଭାଜନ ହୋଇ ଶିକାରୀ ଓ ବନ୍ୟଜନ୍ତୁ ଙ୍କ ଛାଲ,ହାତୀଦାନ୍ତ,ଚନ୍ଦନକାଠ ଆଦି ଧରାଇ ଦେବାକୁ କହି ଆସୁଥିଲେ ପ୍ରଦୀପ୍ତ । ପ୍ରଦୀପ୍ତ ଙ୍କ କଥାକୁ ବିଶ୍ୱାସ କରି ନୟାଗଡ ଡି ଏଫ ଓ କ୍ଷମା ଷଡଙ୍ଗୀ ଓ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନୀ ସାରଥୀ ମଲ୍ଲିକ ଙ୍କ ମଧ୍ୟରେ ଆଲୋଚନା ହେବା ପରେ ଗତ ୭ ତାରିଖରେ ଦୁଇ ଡି ଏଫ ଓ ଙ୍କ ସହ ଏ ସି ଏଫ , ୫ ଜଣ ରେଞ୍ଜର ଓ ସ୍କ୍ୱାଆଡ଼ ଟିମ ଙ୍କ ସମେତ ସର୍ଚ ୱାରେଣ୍ଟ ଧରି ଆରମ୍ଭ ହୋଇଥିଲା ଅପରେସନ । ମାତ୍ର କୌଣସି ସ୍ଥାନରୁ କିଛି ନମିଳିବାରୁ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରଦୀପ ଙ୍କ ସମେତ ତାଙ୍କ ସହଯୋଗୀ ବିଶ୍ୱଜିତ ଜେନା, ପରମାନନ୍ଦ ଦାସ, ସୁଶାନ୍ତ ନାୟକ ଓ ତାଙ୍କ ପୁଅ ଜିତୁ ନାୟକ ଙ୍କୁ ଉଠାଇଆଣି ସଂପଡା ମେଗାନର୍ସରି ରେ ରଖି ଶିକାରୀ ଓ ବନ୍ନ୍ୟାଜନ୍ତୁ ସାମଗ୍ରୀ ସମ୍ପର୍କରେ ପଚରା ଉଚରା କରିଥିଲା । ମାତ୍ର ସେ ସମ୍ପର୍କରେ କୌଣସି ତଥ୍ୟ ପାଇ ନଥିଲା ବନ ବିଭାଗ । ଶେଷରେ ସୁଶାନ୍ତ ଉପରେ ପ୍ରତିଶୋଧ ନେବା ପାଇଁ ପ୍ରଦୀପ ଏଭଳି ମିଥ୍ୟା ପ୍ରହେଳିକା କରିଥିବା ଜଣାପଡିବା ପରେ ଡି ଏଫ ଓ କ୍ଷମା ଷଡଙ୍ଗୀ ଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ରେଞ୍ଜର ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଏହି ଘଟଣା ରେ ପୋଲିସ ଅଭିଯୋଗ କୁ ଭିତି କରି ବିଶ୍ୱଜିତ,ପରମାନନ୍ଦ,ସୁଶାନ୍ତ ଓ ତାଙ୍କ ପୁଅ ଜିତୁ କୁ ବାଦ ଦେଇଥିବା ବେଳେ ପୋଲିସ କେବଳ ପ୍ରଦୀପ୍ତ ଙ୍କ ନାମରେ ପି ଆର ଦାଖଲ କରିଛି ।
