Odisha news

୫ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ମୁଖ୍ୟ କିରାଣିକୁ ୩ ବର୍ଷ ଜେଲ ୫ ହଜାର ଜରିମାନା

0

ଫୁଲବାଣୀ ତା :୧୨।୭, – ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ସମର ବିଳାସ ବେହେରା, ଆଜି ଏକ ଲଞ୍ଚ ନେବା ମାମଲାର ବିଚାର କରି ତଥା ଘଟଣାର ୧୨ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯାଳୟ ର ମୁଖ୍ୟ କିରାଣୀ,ଅଭିଯୁକ୍ତ ଚତୁର୍ଭୁଜ ଖମାରୀ କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି   । ଏହି ମାମଲା କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଭି. ଭି ରାମଦାସ ପରିଚାଳନା କରୁଥିଲେ ।ମିଳିଥିବା ସୁଚନା ଅନୁସାରେ ଗତ ୨୦୧୯ ମସିହା ଡିସେମ୍ବର ମାସ ୪ ତାରିଖରେ ଅଭିଯୁକ୍ତ ଚତୁର୍ଭୁଜ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଂଚଳର ନର୍ମଦା ଟାମୁକିଆଙ୍କ ଫେମିଲି ପେନସନ୍ ରେଗୁଲାର କରାଇ ଦେବା ପାଇଁ ନର୍ମଦାଙ୍କ ଶାଶୁ କୌଶଲ୍ୟା ଟାମୁକିଆଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଟଙ୍କା ସମେତ ଧରା ପଡିଥିଲେ। ଭିଜିଲାନ୍ସ ବିଭାଗ ଚତୁର୍ଭୁଜ କୁ ଗିରଫ କରି ଏକ ମାମଲା ୩୩/୧୯ ରୁଜୁ କରି ତାକୁ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ଆଜି ସେହି ମାମଲାର ବିଚାର କରି ମାନ୍ୟବର ବିଚାରପତି, ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

IEC 2 years
Leave A Reply