ରମ୍ଭା ତା- 28/07/2022 ଗଞ୍ଜାମ ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତ ଗବୁଡି ମର୍ଦ୍ଧକୋଟରେ ସ୍ବର୍ଗତ ଶଶୀ ଭୂଷଣ ପଳେଇଙ୍କ ଦ୍ଵାଦଶାହ ଶ୍ରାଦ୍ଧବାର୍ଷିକ ସ୍ମୁତି ଚlରଣ ସଭା ଅବସର ପ୍ରାପ୍ତ ଛତ୍ରପୁର ଶିକ୍ଷା ଜିଲ୍ଲା ପରିଦର୍ଶକ ନିରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଞ୍ଚାସିନ ତଥା ଉପସ୍ଥିତ ବ୍ୟକ୍ତିମାନେ ସର୍ବପ୍ରଥମେ ଠିଆ ହୋଇ ସ୍କ୍ୱର୍ଗତ ଶଶୀ ଭୂଷଣ ପଲେଇଙ୍କ ତୈଳ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଦୁଇ ମିନିଟ ସମବେତ ଭାବେ ନୀରବ ପ୍ରାର୍ଥନା କରାଯାଇଥିଲା l ଜାମାତା ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଆମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ଓ ଅତିଥି ପରିଚୟ ଦେଇଥିଲେ l ଉପସ୍ଥିତ ତଥା ନିମନ୍ତ୍ରିତ ଅତିଥିମlନେ ଅଭିଭାଷଣ ମାଧ୍ୟମରେ ସ୍ବର୍ଗତ ପଲେଇଙ୍କ ଜୀବନୀ, ଉପକାର, ଅପକାର, ଉଧ୍ୟେଶ୍ୟ, ଜୀବନ କାଳ ମଧ୍ୟରେ ଚରିତାର୍ଥ କରିଥିବା ବିଷୟ ବସ୍ତୁ ଉପରେ ଆଲୋକପାତ କରାଯାଇଥିଲା l
ଏଥିସହ ମଞ୍ଚାସିନ ବ୍ୟକ୍ତି ମାନେ ସ୍ବର୍ଗତ ପଲେଇଙ୍କ ସ୍ମୃତି ଉଦ୍ଧେଶ୍ୟରେ ବିଷ୍ଣୁ ପ୍ରସାଦ ଦଳେଇଙ୍କ ସମ୍ପାଦିତ ” ସ୍ମୁତି ଅପାସୋରା “ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ (ମୁଖ୍ୟ ବକ୍ତା ), ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଶ୍ରୀ ରାଜ କିଶୋର ଜେନା ( ସାନମାନିତ ଅତିଥି )ଖଲ୍ଲିକୋଟ ଏନ ଏ ସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ, ସୁରଥ ପ୍ରଧାନ, ସମାଜସେବୀ ମହେଶ୍ୱର ବରାଳ, ଗୌରୀ ଶଙ୍କର ପାଢ଼ୀ, ଦଣ୍ଡପାଣି ମହାରଣା, ନାରାୟଣ ନାହାକ, ବାଳକୃଷ୍ଣ ମହାରଣା, ଅବସର ପ୍ରାପ୍ତ ଦକ୍ଷିଣାଞ୍ଚଳ ରାଜସ୍ବ ଉପବିଭାଗ ଅଧିକାରୀ ଶ୍ରୀ ବାନାମ୍ବର ସାହୁ,ଗୋକୁଳ ଚନ୍ଦ୍ର ନାହାକ, ରମେଶ ପଟ୍ଟନାୟକ, ସୋମନାଥ ସାହୁ, ବାନାମ୍ବର ପଲେଇ, ଶିକ୍ଷକ ମନ୍ମଥ ନାହାକ, ବିଦ୍ୟାଧର ପ୍ରଧାନ, ଦିଲ୍ଲୀପ ମିସ୍ତ୍ରୀ, ଯୋଗେଶ ସାହୁ, ଆଇନଜୀବୀ ବ୍ରଜବନ୍ଧୁ ବେହେରା, ସମାଜସେବୀ ପ୍ରଭାକର ନାହାକ, ପ୍ରମୁଖ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ସଞ୍ଚlଳନ କରିଥିଲେ ରାଜ୍ୟପାଳ ପୁରସ୍କାର ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ l ସଭା ଶେଷରେ ବିଷ୍ଣୁ ପ୍ରସାଦ ଦଳେଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l କାର୍ଯ୍ୟକ୍ରମ ସଫଳତା ପାଈଁ ଶିକ୍ଷକ ଲଳିତ ସ୍ୱାଇଁ ଓ ଗବୁଡି ଗ୍ରାମବାସୀ ମୁଖ୍ୟଂଶରେ ରହିଥିଲେ l
