ନୂଆପଡ଼ା-୨୮/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଆଜି ନୂଆପଡ଼ା ଜିଲ୍ଲା ଭାଜପା ତରଫରୁ ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ଙ୍କ ନେତୃତ୍ବରେ ଖଡ଼ିଆଳ ଶ୍ରିଜୀ ମଣ୍ଡପ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ସଂସଦୀୟ ଦଳର ନେତା ଅଧିରଞ୍ଜନ ଚୌଧୁରୀ ଭାରତ ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରେ ଯେଉ ଆପତ୍ତିଜନକ ମନ୍ତବ୍ୟ ପ୍ରୟୋଗ କଲେ ତାକୁ କଠୋର ଭାଷାରେ ନିନ୍ଦା କରାଗଲା।ସେ ବ୍ୟବହାର କରିଥିବା ଶବ୍ଦ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଅଭଦ୍ରୋଚିତ ଆଚରଣ ପାଇ ଦେଶବାସୀ ଙ୍କୁ କ୍ଷମା ମାଗନ୍ତୁ। ତା ସହିତ କଂଗ୍ରେସ ଦଳର ନେତା ହିସାବରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଦେଶବାସୀ ଙ୍କୁ କ୍ଷମା ମାଗନ୍ତୁ। ରାଷ୍ଟ୍ରପତି ଙ୍କ ଅପମାନ ଦେଶବାସୀ ସହନ କରିବେ ନାହିଁ। ଏହି ଅଭଦ୍ରୋଚିତ ଓ ଅଶାଳୀନ ଆଚରଣ ଓ ମନ୍ତବ୍ୟ ପାଇ କଂଗ୍ରେସ କୁ ଆଗାମୀ ଦିନରେ ବହୁତ୍ ମହଙ୍ଗା ପଡ଼ିବ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ବିଜେପି ନେତା ଯଦୁମଣି ପାଣିଗ୍ରାହୀ, ଦେବ ଦେବ ସିଂଦେଓ, ପୃଥ୍ୱୀରାଜ ମହାନ୍ତି, ବିକି ସିଂହଳ,ମୋହନ ଭୋଇ, ଜନକ ନାଏକ, ଶୁକ୍ରୁ ବାଗ, ଦେବଦତ୍ତ ଯୋଶୀ, ସୂଜନ ନାଗ, ଗୋପବନ୍ଧୁ ବନ୍ଦଛୋର, ପ୍ରଶାନ୍ତ ଦାସ, ନବୀନ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
