Odisha news

ରାମାୟଣର ରୋଚକ କଥା : କାହିଁକି ପ୍ରଭୁ ରାମଚନ୍ଦ୍ର ବାଳୀ କୁ ଛଳନାରେ କରିଥିଲେ ବଧ ?

0

ରାମାୟଣ କାହାଣୀ ରେ ଏଭଳି ଅନେକ ମୋଡ଼ ରହିଛି , ଯାହାକି ଆମକୁ କିଛିନା କିଛି ଚିନ୍ତା କରିବାକୁ ବାଧ୍ୟ କରିଦେଇ ଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ବାନର ରାଜ ବାଳି ଙ୍କ ର ବଧ , ଯେଉଁଠି ସମ୍ପୂର୍ଣ ରାମାୟଣ ରେ ମର୍ଯ୍ୟାଦା ପୁରୁଷତ୍ତମ ରାମ ନ୍ୟାୟ ଓ ନୀତି ର ପାଳନ କରୁଥିଲେ l

କିନ୍ତୁ ଯେତେବେଳେ ଆମେ ବାଳି ଙ୍କୁ ବଧ କରିବାର କଥା ଦେଖିଥାଉ ସେଠାରେ ଦେଖୁ ଯେ ବାଳି ଙ୍କ ସହିତ ସାମ୍ନାରୁ ଯୁଦ୍ଧ କରିବା ବଦଳରେ ତାଙ୍କୁ ଲୁଚି କି ମାରିବା କଣ ଠିକ ହୋଇଛି ? କାହିଁକି ଭଗବାନ ରାମଚନ୍ଦ୍ର ଙ୍କୁ ଏଭଳି ମାରିବାକୁ ପଡିଥିଲା ? କିନ୍ତୁ ଏହା ପଛରେ ରହିଛି ଗୋଟିଏ ବଡ଼ ରହସ୍ୟ ଏବଂ ବାଳି  ଙ୍କୁ ମିଳିଥିଲା ଗୋଟିଏ ଚମତ୍କାର ବରଦାନ l

କଥାଟି ହେଲା ବାଳି ଗୋଟିଏ ସାଧାରଣ ବାନର ନଥିଲା, ସେ ଖୁବ ଶକ୍ତିଶାଳୀ ଓ ପରାକ୍ରମୀ ଥିଲା, ବାଳି ଙ୍କୁ ବ୍ରହ୍ମା ଙ୍କ ନିକଟରୁ ଗୋଟିଏ ଅଦ୍ଭୁତ ବରଦାନ ମିଳିଥିଲା, ଯାହାକି ତାକୁ ଯୁଦ୍ଧରେ ଅଜେୟ କରି ଦେଇଥାଆନ୍ତା, ବରଦାନ ଟି ଏହିଭଳି ଥିଲା ଯଦି କେହି ତା ସାମ୍ନାକୁ ଆସି ଯୁଦ୍ଧ କରେ ତେବେ ତାର ଅଧା ଶକ୍ତି ବାଳି ନିକଟକୁ ଚାଲିଯିବ l  ଅର୍ଥାତ ସାମ୍ନାରେ ଥିବା ବ୍ୟକ୍ତି ର ଶକ୍ତି ଅଧା ହୋଇଯିବ, ଏହି କାରଣରୁ ଦୁନିଆର କୌଣସି ଦେବତା କିମ୍ବା ଯୋଦ୍ଧା ବାଳି ନିକଟରୁ ବିଜୟଲାଭ କରିପାରୁ ନଥିଲେ l

ବାଳି ର ଏହି ବରଦାନ ପ୍ରଭୁ ଶ୍ରୀରାମ ଙ୍କୁ ଧର୍ମ ସଙ୍କଟର ସମୁଖୀନ କରାଇଥିଲା, ପ୍ରଭୁ ଶ୍ରୀରାମ ସ୍ୱୟଂ ଭଗବାନ ଥିଲେ, କିନ୍ତୁ ସେ ମାନବ ରୂପ ରେ ଜନ୍ମ ନେଇଥିଲେ, ଏବଂରାମଚନ୍ଦ୍ର ବ୍ରହ୍ମା ଙ୍କ ଦ୍ୱାରା ଦିଆଯାଇଥିବା ବରଦାନ କୁ ଅନାଦର କରିବାକୁ ଚାହୁଁ ନଥିଲେ , ତେଣୁ ବରଦାନ ର ମର୍ଯ୍ୟାଦା ରଖି ବାଳି ଙ୍କୁ ଲୁଚି ବଧ କରିଥିଲେ l

ଏହି ବଧ ପଛରେ ଆଉ ଗୋଟିଏ କାରଣ ରହିଛି ଯାହାକି ଧର୍ମ ଓ ନ୍ୟାୟ ସହିତ ଜଡିତ, ବାଳି ନିଜ ସାନଭାଇ ସହିତ ଖୁବ ଅନ୍ୟାୟ କରିଥିଲା, ସେ ନିଜ ସାନଭାଇ ସୁଗ୍ରୀବ କୁ ମାରି ରାଜ୍ୟରୁ ବିତାଡିତ କରିଥିଲା ଓ ତାର ପତ୍ନୀ କୁ ନିଜ ନିକଟରେ ରଖିଥିଲା l ଯେତେବେଳେ ସୁଗ୍ରୀବ ପ୍ରଭୁ ରାମଚନ୍ଦ୍ର ଙ୍କ ଶରଣ କୁ ଗଲେ ସେତେବେଳେ ସେ ନ୍ୟାୟ ଦେବାର ପ୍ରତିଶୃତି ଦେଲେ l

ଯେତେବେଳେ ବାଳି ଶ୍ରୀରାମ ଙ୍କ ତୀର ରେ ମୃତ୍ୟୁ ବରଣ କଲା କହିଥିଲା ପ୍ରଭୁ ତୁମେତ ଧର୍ମର ରକ୍ଷକ, କିନ୍ତୁ ମୋ ସହିତ ଛଳନା କାହିଁକି କଲ ? ଶ୍ରୀରାମ କହିଥିଲେ ରାଜା ର ଧର୍ମ ହେଉଛି ଅଧର୍ମ କୁ ନାଶ କରିବା, ତୁମେ ନିଜ ସାନଭାଇ ସହିତ ଅନ୍ୟାୟ କରିଛ, ତୁମେ ଦଣ୍ଡର ଅଧିକାରୀ l

ଏହାଛଡା ତୁମେ ଗୋଟିଏ ବାନର କୌଣସି ପଶୁ ର ଶିକାର ଲୁଚି କି କରିବା ନୀତି ବିରୋଧ ନୁହେଁ , ଏହାପରେ ବାଳି ନିଜ ଭୁଲ ବୁଝି ପାରିଥିଲେ l

Nalco
Leave A Reply