Odisha news

ରାମ ମନ୍ଦିର ନିର୍ମାଣ ପାଇଁ ଆଗକୁ ଆସିଲେ ଅଯୋଧ୍ୟାର ମୁସଲମାନ ଭାଇ ଓ ଭଉଣୀ

0

ନୂଆଦିଲ୍ଲୀ : ବିଶ୍ୱହିନ୍ଦୁ ପରିଷଦ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କରିବା ପାଇଁ ସହଯୋଗ ରାଶି ଜୁଟାଇବାରେ ଲାଗି ପଡିଛି l ଏହି ଅଭିଯାନରେ ଅଯୋଧ୍ୟାର ମୁସଲମାନ ଭାଇ ଭଉଣୀ ମାନେ ଅନେକ ସଂଖ୍ୟାରେ ଯୋଗଦାନ କରୁଛନ୍ତି l ଏହି ପବିତ୍ର ନଗରୀର ଧର୍ମ ନିରପେକ୍ଷତାକୁ ବଢାଇବା ଦିଗରେ ହାଇଦରଙ୍କ ପକ୍ଷରୁ ୧୨ ହଜାର ଓ ସହବାନୋଙ୍କ ପକ୍ଷରୁ ୧୧ ହଜାର ଦାନ କରାଯାଇଛି l ଅନେକ ବର୍ଷରୁ ଚାଲିଥିବା ରାମ ଜନ୍ମଭୂମି ବିବାଦରେ ବାବ୍ରି ମତ୍ସଜିତର ମୁଖ୍ୟ ଇକବାଲ ଆନସରୀ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରୁ ପହଁଚୁଥିବା ମୁସଲମାନ ଭାଇ ଭଉଣୀଙ୍କର ସହଯୋଗକୁ ସ୍ୱାଗତ କରିଛନ୍ତି l ସେ କହିଛନ୍ତି ଯେ ଯଦି ମୁସଲମାନ ଭାଇ ଭଉଣୀ ମାନଙ୍କର ଦାନକୁ ଗ୍ରହଣ କରାଯାଉଛି ତେବେ ଏହା ହେଉଛି ଗୋଟିଏ କାତର ବିଷୟ l

ମୁଁ ମଧ୍ୟ ସେଥିପାଇଁ ଦାନ କରିବି l ଅଯୋଧ୍ୟର RSS ର ଅନିଲ କୁମାର କହିଛନ୍ତି ଯଦି ଆମର ମୁସଲମାନ ଭାଇ ଭଉଣୀ ମାନେ ମନ୍ଦିର ପାଇଁ କିଛି ଦାନ କରିବାକୁ ଚାହୁଁଛନ୍ତି ତେବେ ଆମେ ସେମାନଙ୍କ ନିକଟକୁ ଯିବୁ ଓ ନିଶ୍ଚିନ୍ତ ଭାବରେ ଦାନ ରାଶିକୁ ଗ୍ରହଣ କରିବୁ l ସ୍ଥାନୀୟ ଜଣେ ମୌଲବୀ କହିଛନ୍ତି ମୁସଲମାନ ମାନଙ୍କୁ ହିନ୍ଦୁ ଭାଇ ମାନଙ୍କର ଏହି ଖୁସିର ମୁହୁର୍ତରେ ଭାଗିଦାର ହେବ ବଶ୍ୟକ ଓ ସେମାନଙ୍କ ବିଶ୍ୱାସକୁ ସମ୍ମାନ ଦେବା ନିହାତି ଜରୁରୀ l ଏକ ତାଙ୍କ ହେଉନା କାହିଁକି ରାମ ଲଲାଙ୍କର କାର୍ଯ୍ୟରେ ଯଦି ଲାଗି ପାରିଲା ତେବେ ତାହା ବଡ଼ ଭାଗ୍ୟର କଥା l ଓକିଲ ଓ ସାମାଜିକ କାର୍ଯ୍ୟକର୍ତା କହିଛନ୍ତି ଯେ ସଂଗଠନର ବିଚାର ଧାରା ପରେ ମଧ୍ୟ ରାମ ଲଲାଙ୍କର ମନ୍ଦିର ପାଇଁ ଆସ୍ଥାର ସମ୍ମାନ କରି ଦାନ ଦେବା ଉଚିତ l

Leave A Reply