Odisha news

ଓଡିଶାର ପାର୍ବଣ ସଂସ୍କୃତିରେ ରାକ୍ଷୀ ଏକ ସାମାଜିକ ବନ୍ଧନ

ଯଦୁମଣି ପାଣିଗ୍ରାହୀ : ଓଡିଶାର ପାର୍ବଣ ସଂସ୍କୃତିରେ ଗହ୍ଣାପର୍ବର ଭୂମିକା ସ୍ୱତନ୍ତ୍ର ପ୍ରେମ, ଆନନ୍ଦ, ମୈତ୍ରୀ ଜାଗରଣର ଏହା ଅଦ୍ଭୁତ ସ୍ମାରକୀ କେତେକ ବିଶିଷ୍ଟ ସଂସ୍କୃତିଗତ ସମାହାରରେ ରୁଦ୍ଧିମନ୍ତ ଏହି ପର୍ବଟି ଏଣୁ ଶ୍ରାବଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା, ଶ୍ରାବଣୀ ଉପାକର୍ମ ରତିର୍ପଣ ଭାବେ ଏହା ପରିଚିତ ଶ୍ରାବଣ ପୂର୍ଣ୍ଣିମା ବେଳକୁ ମୌସୁମୀ ସକ୍ରିୟ ରହି କୃଷିକାର୍ଯ୍ୟକୁ ତ୍ୱରାନ୍ୱିତ କରିଥାଏ ଧାନ ରୁଆପୋତା ବେଉଷଣର ଏହା ଶେଷ ପର୍ଯ୍ୟାୟ କୃଷିକାର୍ଯ୍ୟ ଜନିତ ଶାରୀରିକ କ୍ଲେଶ ପ୍ରଶମନ ଲାଗି କୃଷକ ପର୍ବ ପାଳନ କରେ ସେ ପର୍ବ ସ୍ୱୟଂ କୃଷି ଦେବତା ବଳରାମଙ୍କର ଜନ୍ମୋତ୍ସବ ଭାବେ ପରିଗଣିତ ଭାଇ ଭଉଣୀଙ୍କ ସ୍ନେହ, ଭଲ ପାଇବାର ପ୍ରତୀକ ରୂପେ ପାଳନ କରାଯାଏ ରାକ୍ଷୀ ପୂର୍ଣ୍ଣିମା ଯାହାକି ଏକ ଉଚ୍ଚ ବିଚାରଧାରା ଆଦର୍ଶର ପ୍ରତୀକ

ହିନ୍ଦୁ ଧର୍ମରେ ପ୍ରଚଳିତ ଏହି ପବିତ୍ର ପର୍ବକୁ ଭାରତ ବର୍ଷରେ ସବୁ ଧର୍ମର ଲୋକ ପାଳନ କରନ୍ତି ଅତି ଆନନ୍ଦ ଉଲ୍ଲାସ ସହକାରେ ଏହାକୁ ପ୍ରତି ଘରେ ଘରେ ପାଳନ କରାଯାଏ ଏମିତି ଦେଖିବାକୁ ଗଲେ ଭାଇଭଉଣୀଙ୍କ ଭିତରେ ପ୍ରେମ ଏବଂ କର୍ତ୍ତବ୍ୟର ଭୂମିକା କୌଣସି ଗୋଟେ ଦିନ ପାଇଁ ନୁହେଁ ହେଲେ ରକ୍ଷା ବନ୍ଧନର ଐତିହାସିକ ଧାର୍ମିକ ମହତ୍ତ୍ୱ କାରଣ ହେତୁ ଏହି ଦିନର ଗୁରୁତ୍ୱ ବଢିଯାଇଛି କାହିଁ କେତେ କାଳୁ ପ୍ରଚଳିତ ହୋଇ ଆସୁଥିବା ଏହି ମହନୀୟ ପରମ୍ପରା ଆଜି ବି ବେଶ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି ଶ୍ରାବଣ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ମାସ ଏହି ମାସରେ ଲକ୍ଷ୍ମୀ ବିଷ୍ଣୁଙ୍କୁ ଉପାସନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବରେ ପ୍ରାୟତଃ ସାରା ଭାରତରେ ପାଳନ କରାଯାଇଥାଏ

ଭାଇଭଉଣୀଙ୍କ ସୀମାହୀନ ଭଲପାଇବା ସ୍ନେହର ପ୍ରତୀକ ହେଉଛି ରାକ୍ଷୀ ରାକ୍ଷୀ କେବଳ ରେଶମ ସୂତା ଖଣ୍ଡରେ ସୀମିତ ନୁହେଁ ବରଂ ଏହି ସୂତାଖଣ୍ଡରେ ଭରି ରହିଛି ଅନେକ ସ୍ନେହ, ଶ୍ରଦ୍ଧା ଆବେଗ ସାଧାରଣ ଭାବରେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧି ଦେଇ ପ୍ରତି ବଦଳରେ ଭାଇ ଠାରୁ ନିଜର ଜୀବନବ୍ୟାପୀ ସମ୍ମାନ ସୁରକ୍ଷା ଆଶା କରିଥାଏ ପୌରାଣିକ ଯୁଗରୁ ରହିଆସିଛି ରାକ୍ଷୀର ମହତ୍ତ୍ୱ ଏହି ରାକ୍ଷୀ ବନ୍ଧନ ପ୍ରଥା ପ୍ରଥମେ ସ୍ୱର୍ଗର ଦେବତା ମାନଙ୍କ ଠାରୁ ଆରମ୍ଭ ହୋଇଥିଲା ବୈଦିକ ଯୁଗରୁ ରକ୍ଷାର ପ୍ରତୀକ ଭାବେ ରାକ୍ଷୀକୁ ଗ୍ରହଣ କରାଯାଇଛି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଶ୍ରାବଣ ପୂର୍ଣ୍ଣିମା ଦିନ ଦୈତରାଜ ବଳି ହାତରେ ରକ୍ଷା କବଚ ବନ୍ଧନ କରିଥିଲେ

ପୌରାଣିକ ତଥ୍ୟ ଅନୁସାରେ ଦେବତା ଅସୁର ମାନଙ୍କ ମଧ୍ୟରେ ଦୀର୍ଘ ବାର ବର୍ଷ ଯୁଦ୍ଧ ହୋଇଥିଲା ଶେଷରେ ଅସୁର ମାନେ ଇନ୍ଦ୍ରାଦି ସବୁ ଦେବତାଙ୍କୁ ପରାସ୍ତ କରିଥିଲେ ଶେଷରେ ଦେବରାଜ ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କ ଶରଣାପନ୍ନ ହୋଇ ପରାମର୍ଶ ଲୋଡିଲେ ଆଉ ସେହି ଅନୁସାରେ ଦେବରାଜ ଇନ୍ଦ୍ର ଶଚୀ ଅସୁର ସଂହାର ପାଇଁ ରକ୍ଷା ବ୍ରତ ପାଳନ କରିଥିଲେ ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ବ୍ରତ ସମାପନ କରି ଗାୟତ୍ରୀ ମନ୍ତ୍ର ପାଠ କରି ଇନ୍ଦ୍ରଙ୍କ ହାତରେ ରକ୍ଷା ବ୍ରତ ବାନ୍ଧିଥିଲେ ଏହା ଦେବଗଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ଦେଲା ଅସୁର ମାନଙ୍କୁ ଯୁଦ୍ଧରେ ବିନାଶ କରି ଦେବରାଜ ଇନ୍ଦ୍ର ବିଜୟୀ ହୋଇଥିଲେ

ଶ୍ରୀମଦ୍ ଭାଗବତରେ ବାମନ ଅବତାର ଅନୁଯାୟୀ ଭଗବାନଙ୍କର ପରମ ଭକ୍ତ ଅସୁର ସମ୍ରାଟ ବଳିର ସ୍ୱର୍ଗ ଅଧିକାର କରିବାର ପ୍ରୟାସ, ଇନ୍ଦ୍ର ବିଷ୍ଣୁଙ୍କ ଶରଣାପନ୍ନ ହେବା, ବିଷ୍ଣୁ ବାମନ ବେଶରେ ବଳିକୁ ତିନି ପାଦ ଭୂମି ମାଗିବା, ତୃତୀୟ ପାଦ ରଖିବାକୁ ସ୍ଥାନାଭାବ ହେତୁ ବଳି ନିଜ ପାଦ ବିଷ୍ଣୁଙ୍କ ପାଦ ତଲେ ସମର୍ପି ଦେବା, ବଳିର ବଚନ ରକ୍ଷାରେ ଖୁସି ହୋଇ ବିଷ୍ଣୁ ତାଙ୍କୁ ବରଦାନ ସ୍ୱରୂପ ବୈକୁଣ୍ଠ ତ୍ୟାଗ କରି ପାତାଳରେ ରହିବା ତଥା ଏଥିରେ ବିଚଳିତ ହୋଇ ଲକ୍ଷ୍ମୀ ବ୍ରାହ୍ମଣୀ ବେଶ ଧାରଣ କରି ବଳି ହାତରେ ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବା ଉପହାର ବାବଦକୁ ବିଷ୍ଣୁଙ୍କୁ ଫେରିପାଇବା ଭଳି ଅନେକ ପୌରାଣିକ କାହାଣୀ ସମେତ ଐତିହାସିକ କାହାଣୀ ମଧ୍ୟ ରହିଛି ସେହିପରି ମହାଭାରତରେ କୃଷ୍ଣଙ୍କ ପରାମର୍ଶ କ୍ରମେ ଯୁଧିଷ୍ଠିର ତାଙ୍କ ସେନାବାହିନୀର ରକ୍ଷା ଲାଗି ରାକ୍ଷୀର ପର୍ବ ପାଳନ କରିଥିଲେ ସେହିପରି ଶିଶୁପାଳ ବଦ୍ଧ ବେଳେ ସୁଦର୍ଶନ ଚକ୍ର ବାଜି କଟି ଯାଇଥିବା କୃଷ୍ଣଙ୍କ ତର୍ଜନୀରେ ଦ୍ରୌପଦୀ ନିଜ ଶାଢୀ ଚିରି ବାନ୍ଧି ଦେବା ଦିନଟି ବି ଶ୍ରାବଣ ପୂର୍ଣ୍ଣିମା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ଲାଗି ମଧ୍ୟ ଏହି ପର୍ବର ଆଶ୍ରୟ ନିଆଯାଇଥିଲା

ଓଡିଆ ସଂସ୍କୃତିରେ ଏହି ଦିନ ଗୋ ପୂଜନ କରିବାର ଏକ ପରମ୍ପରା ରହିଛି କୃଷି କାର୍ଯ୍ୟରେ କୃଷକର ଏକାନ୍ତ ସହଯୋଗୀ କୃଷି ସଭ୍ୟତା ସହିତ ନିବିଡ ଭାବେ ସଂପୃକ୍ତ ଗୋ ସମ୍ପଦକୁ ସୁରକ୍ଷା ଦେବା ଏହି ପର୍ବର ମହାନତା ସୂଚାଇ ଦେଇଥାଏ ଏହି ଦିନ ଗାଈଗୋରୁଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି ସେମାନଙ୍କୁ ଶ୍ରାବଣ ପୂର୍ଣ୍ଣିମାରେ ହୋଇଥିବା ପିଠା ଖାଇବାକୁ ଦିଆଯାଏ ସେହିପରି ପ୍ରାଚୀନ ପରମ୍ପରା ଅନୁସାରେ ଏହି ଦିନ ବ୍ରାହ୍ମଣ ମାନେ ମଧ୍ୟ ନିଜ ଯଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ତିଳକ ପିନ୍ଧାଇ ଥାଆନ୍ତି କେବଳ ଓଡିଶା କାହିଁକି ମହାରାଷ୍ଟ୍ର ରାଜସ୍ଥାନରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଖୁବ ଆଡମ୍ବର ସହକାରେ ପାଳନ କରାଯାଏ

ତେବେ ଆମ ସମାଜରେ ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱ ଧୀରେ ଧୀରେ କମିବାରେ ଲାଗିଛି କେବଳ ରାକ୍ଷୀ ପୂର୍ଣ୍ଣିମା କାହିଁକି ଆମ ସମାଜରେ ପାଳିତ ହେଉଥିବା ଅନେକ ପର୍ବପର୍ବାଣି ତା ମୁଖ୍ୟ ଉଦେ୍ଦଶ୍ୟ ଠାରୁ ଦୂରେଇ ଯାଇ କ୍ରମଶଃ ଫେଶନ ଆଡକୁ ଚାଲିଯାଉଛି ଯାହାଫଳରେ ଏହାର ଗୁରୁତ୍ୱ କମିବାରେ ଲାଗୁଛି ରାକ୍ଷୀ ପୂର୍ଣ୍ଣିମାେରେ ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀଟେ ନିଜର ସମ୍ମାନ ସୁରକ୍ଷା କାମନା କରୁଥିବାର ପରମ୍ପରା ଆଜି ସେତିକିରେ ସୀମିତ ହୋଇ ରହିନାର୍ହି ଏବେ ପ୍ରେମିକା ବି ପ୍ରେମିକ ହାତରେ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ଭଳି ନାଟକ ବାଜି ଚାଲିଛି ସେହିପରି ଏବେ ଏହା ଏକ ବ୍ୟୟବହୁଳ ପର୍ବରେ ପରିଣତ ହୋଇଛି କିଏ କେତେ ନାମୀଦାମି ରାକ୍ଷୀ ବାନ୍ଧି ପାରିବ ସେଥିନେଇ ପ୍ରତିଯୋଗିତା ବି ଚାଲିଛି ସେହିପରି ରାକ୍ଷୀ ବାନ୍ଧିବା ପ୍ରତି ବଦଳରେ ତଥାକଥିତ ଭାଇ ମାନଙ୍କ ପାଖରୁ ଦାମି ଉପହାର ବି ପ୍ରଦାନ କରାଯାଉଛି ତେଣୁ ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ପର୍ବର ପବିତ୍ରତା ନଷ୍ଟ କରିବାକୁ ଉଦ୍ୟମ କରା ନଯାଉ ହିନ୍ଦୁ ଧର୍ମରେଏଭଳି ପବିତ୍ର ବନ୍ଧନର ମହତ୍ତ୍ୱକୁ ସମସ୍ତେ ବୁଝିବା ସହିତ ଏହି ମହନୀୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ସବୁସ୍ତରରେ ପ୍ରଚେଷ୍ଟା ଜାରି ରହିବା ଉଚିତ୍

Comments are closed.