Odisha news

ରକ୍ଷା ବନ୍ଧନରେ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଚମକି ଉଠିବ ଆପଣଙ୍କ ଭାଗ୍ୟ

ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା ୨୨ ଅଗଷ୍ଟ ରବିବାର ଦିନ ପାଳିତ ହେବ । ଭାଇ – ଭଉଣୀ ଙ୍କ ର ଏହି ପର୍ବ ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମା ଶୁକ୍ଳ ପକ୍ଷ ରେ ପାଳିତ ହୋଇଥାଏ । ଏହିଦିନ ଭଉଣୀ ମାନେ ନିଜ ଭାଇ ହାତରେ ରକ୍ଷା ସୂତ୍ର ଅର୍ଥାତ୍ ରାକ୍ଷୀ ବାନ୍ଧି ଥାଆନ୍ତି ।

ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ର ସମ୍ପର୍କ ମାତା ଲକ୍ଷ୍ମୀଙ୍କ ସହିତ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଗ୍ରହ ଦୋଷ ନିବାରଣ ପାଇଁ ମଧ୍ୟ ଉପାୟ କରାଯାଇ ଥାଏ ।

ଆସନ୍ତୁ ଜାଣିବା ରକ୍ଷା ବନ୍ଧନ ରେ କେଉଁ କାର୍ଯ୍ୟ କରିବା ଆବଶ୍ୟକ –

* ଯଦି ରକ୍ଷା ବନ୍ଧନ ଦିନ ମିଳିତ ଭାବରେ ଉଭୟ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରାଯାଏ ତେବେ ଧନର ଅଭାବ ରୁ ମୁକ୍ତି ମିଳିଥାଏ । ଯଦି ଏହିଦିନ ପୂଜା ସମୟରେ ବିଷ୍ଣୁ ସହସ୍ର ନାମ ଓ କନକ ଧାରା ସ୍ତୋତ୍ର ପାଠ କରିବେ ତେବେ ସମସ୍ତ ବିଘ୍ନ ଦୁର ହେବ ।

* ରକ୍ଷା ବନ୍ଧନ ଦିନ ଦାନ ଧର୍ମ କରିବା ଦ୍ଵାରା ଆପଣଙ୍କ ଧନ କୋଷର ବୃଦ୍ଧି ହେବା ସହ ନାରାୟଣ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେଣୁ ଏହିଦିନ ଭୋକିଲା ଲୋକଙ୍କୁ ଖାଦ୍ୟ ଦେବା ଆବଶ୍ୟକ । ଏପରି କରିବା ଦ୍ବାରା ପୁଣ୍ୟ କୋଷ ବଢ଼ିଥାଏ । ଏହିଦିନ ଆପଣ ସନ୍ଧ୍ୟା ବେଳେ କଦଳୀ ଗଛ ମୂଳରେ ଘିଅ ଦ୍ଵିପ ଅର୍ପଣ କଲେ ଗଣେଶ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

* ଏହିଦିନ ନବଗ୍ରହ ଙ୍କ ସହିତ ଚନ୍ଦ୍ରମା ଙ୍କୁ ପୂଜା କରିବା ଆବଶ୍ୟକ ଓ ତାଙ୍କର ମନ୍ତ୍ର ମଧ୍ୟ ଜପ କରିବା ଉଚିତ୍ । କୁଣ୍ଡଳୀ ରେ ଯଦି କିଛି ଦୋଷ ରହିଥାଏ ତେବେ ତାହା ମଧ୍ୟ ଦୁର ହୋଇଥାଏ ।

* ଗହ୍ମl ପୂର୍ଣ୍ଣମୀ ଦିନ ଯଦି ଭାଇ ଭଉଣୀ ଗୁରୁଜନଙ୍କ ଆଶୀର୍ବାଦ ନେବା ଆବଶ୍ୟକ , କାରଣ ଏହା ଦ୍ଵାରା ଜୀବନରେ ଉନ୍ନତି ଓ ବୈଭବ ସହିତ ବିଦ୍ୟା , ଯଶ ଓ କୀର୍ତ୍ତି ପ୍ରାପ୍ତି ହୋଇଥାଏ । ଅସାଧାରଣ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳିଥାଏ ।

* ରାକ୍ଷୀ ପୂର୍ଣ୍ଣିମା ଦିନ ନିଜ ବାହାନକୁ ରକ୍ଷା ସୂତ୍ର ମଧ୍ୟ ବାନ୍ଧିବା ଆବଶ୍ୟକ । ମାନ୍ୟତା ରହିଛି ଯେ ନିଜ ବାହାନ କୁ ରକ୍ଷା ସୂତ୍ର ବାନ୍ଧିଲେ ଆପଣ ଦୁର୍ଘଟଣା ରୁ ଦୂରେଇ ରହିବେ ଓ ସୁରକ୍ଷିତ ରହିବେ ।

Comments are closed.