Odisha news

ତାଳଚୁଆ ଥାନା ପକ୍ଷରୁ ସାଗରକବଚ ମିଳିତ ସମରାଭ୍ୟାସ

0
ରାଜନଗର  ୨୦/୩  ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ଭାବେ ଦୁଇ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି। ବଂଗୋପସାଗର ତଟବର୍ତୀ ଅଂଚଳ ଏବଂ ତାଳଚୁଆ ସାମୁଦ୍ରିକ ଥାନା ପାର୍ଶ୍ବରେ ଥିବା ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତାର ମିଳନସ୍ଥଳୀ ସହିତ ତାଳଚୁଆ ଜେଠୀ, ତାଳଚୁଆ ଫେରିଘାଟ, ନଳିତାପାଟିଆ ଘାଟ, ସୁବର୍ଣ୍ଣପୁର ଘାଟ, ଜ୍ୟୋତିପ୍ରସାଦ ଘାଟ, ପ୍ରଭାତୀ ଏବଂ ହାତିଆଗଣ୍ଡ ଘାଟ ପ୍ରଭୃତି ସ୍ଥାନରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ସମୁଦ୍ର ଏବଂ ନଦୀ ଦେଇ ବିଭିନ୍ନ ସମୟରେ ଅନୁପ୍ରବେଶକାରୀ, ବିଭିନ୍ନ ମାଦକଦ୍ରବ୍ୟ ଓ ଚୋରା ଚାଲାଣକୁ ରୋକିବା ପାଇଁ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ସମରାଭ୍ୟାସ ଶିବିର କରାଯାଇଛି। ବୁଧବାର ପ୍ରତ୍ୟୁଷରୁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା ଏବଂ ସାମୁଦ୍ରିକ ଥାନା ଅଧିକାରିଣୀ ସଶ୍ମିତା ସାହୁଙ୍କ ନେତୃତ୍ବରେ ୩ଜଣ ପଦାଧିକାରୀଙ୍କ ସହିତ ୫ଜଣ ମାରାଇନ, ୮ଜଣ ପୁଲିସ ଏବଂ ୬ଜଣ ମତ୍ସ୍ୟବିଭାଗର କର୍ମଚାରୀଙ୍କ ସହିତ ପୋଲିସ ଫୋର୍ସ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି।ଏହି ସମରାଭ୍ୟାସ ସମୟରେ ତାଳଚୁଆ ଜେଠୀ, ତାଳଚୁଆ ଫେରିଘାଟରେ ବୋଟରେ ଯିବା ଆସିବା କରୁଥିବା ଯାତ୍ରୀ ମାନଙ୍କ ବ୍ୟବହୃତ ଗାଡି, ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀକୁ ଯାଂଚ କରାଯାଉଛି।   ସଂଧ୍ୟାରେ ଏହି ଟିମ୍‌ ଧାମରା ଠାରୁ ବରୁଣେଇ ପର୍ଯ୍ୟନ୍ତ ସମୁଦ୍ର ତଟରେ ସମରାଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମରାଭ୍ୟାସ ୨ଦିନ ଧରି ଚାଲିବ ବୋଲି ସାମୁଦ୍ରିକ ଥାନା ଅଧିକାରିଣୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି। ସାମୁଦ୍ରିକ ଥାନାର ଏଏସଆଇ ପ୍ରତାପ ଚନ୍ଦ୍ର ମହାନ୍ତି, ବାବୁରାମ ହେମ୍ବ୍ରମ, ଜିତେନ୍ଦ୍ର ମୁନି, ବ୍ରହ୍ମାନନ୍ଦ ସ୍ୱାଇଁ, ଶରତ କୁମାର ରାଉତ, ଜ୍ଞାନେନ୍ଦ୍ର ମାହୁନ୍ତ, ବିଜୟ କୁମାର ସାମଲ, ବିଆର ନାୟକ, ବିଡି ମାହୁନ୍ତ, ଏସ ସ୍ୱାଇଁ, ପରୀକ୍ଷିତ ସେଠୀ, ନାଂଟୁ ପରିଡା, ଜ୍ଞାନ ରଂଜନ ନାୟକ ଓ ଆଶିଷ କୁମାର ପଣ୍ଡା ପ୍ରମୁଖ ଏହି ମିଳିତ ସମରାଭ୍ୟାସରେ ସାମିଲ ହୋଇଥିଲେ।
IEC 2 years
Leave A Reply