Odisha news

କଂଗ୍ରେସ କର୍ମୀ ବିଜେପି ମୁହାଁ, ୧୦ ଦିନରେ ବିଜେପିର ୬ ମିଶ୍ରଣ ପର୍ବ 

0
ରାଜନଗର :   ରାଜନଗର ରାଜନୀତିରେ ଦିନକୁ ଦିନ ସ୍ଥିତି ବଦଳିବାରେ ଲାଗିଛି। ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ପରେ କଂଗ୍ରେସ କର୍ମୀମାନେ ବିଜେଡି ଅପେକ୍ଷା ବିଜେପିକୁ ଭରଷା କରୁଥିବା ଦେଖିବାକୁ ମିଳିଛି। ଅଂଶୁମାନ ବିଜେଡିରେ ଯୋଗଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୦ଦିନ ମଧ୍ୟରେ ରାଜନଗର ବିଜେପି ଛଅ ଛଅଟି ମିଶ୍ରଣ ପର୍ବ କରି ଶକ୍ତିଶାଳୀ ହେବାରେ ଲାଗିଛି।ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି କଂଗ୍ରେସ ଛାଡିବା ପରେ ତାଙ୍କ ସହ ପୁରା କଂଗ୍ରେସ ବିଜେଡିରେ ଯୋଗଦେଇଥିବା ନେଇ ଯେଉ ଚର୍ଚ୍ଚ। ହେଉଥିଲା, ପ୍ରକୃତପକ୍ଷେ କିଛି କଂଗ୍ରେସ କର୍ମୀ ବିଜେଡି ଯିବା ପରିବର୍ତେ ଏବେ ବିଜେପି ମୁହାଁ ହେଉଛନ୍ତି। ଅଂଶୁମାନଙ୍କୁ ବିରୋଧ କରି କଂଗ୍ରେସ କର୍ମୀମାନେ ଏବେ ବିଜେପିରେ ସାମିଲ ହେବା ସହ ଅଂଶୁମାନଙ୍କ ସହ ଲଢେଇ କରିବାକୁ ତୟାର ହେଲେଣି।  ୧୬ ତାରିଖ ଦିନ ଗୁପ୍ତି ପଂଚାୟତ ଚାରିଘରିଆ ଠାରେ ଚାରିଘରିଆ ଓ ବଗପାଟିଆ ଗାଁର ୪୦ ପରିବାର ବିଜେପିରେ ଯୋଗଦେଇଥିବା ବେଳେ ୨୧ ତାରିଖ ଦିନ ସାନବଡଗୋପାଳପୁର ପଂଚାୟତର କିଆଯୋରୀ ଗାଁର ୪୦ କଂଗ୍ରେସ ପରିବାର ବିଜେପିରେ ଯୋଗଦେଇଥିଲେ। ୨୨ ତାରିଖ ଦିନ ଚନ୍ଦନନଗର ଠାରେ ୨୫ ପରିବାର ବିଜେପିରେ ଯୋଗଦେଇଥିବା ବେଳେ ୨୩ ତାରିଖ ଦିନ କେନ୍ଦ୍ରାପଡାରେ ଆୟୋଜିତ ମିଶ୍ରଣ ପର୍ବରେ ଦିଲ୍ଲୀପ ରଂଜନ ପାଳଙ୍କ ନେତୃତ୍ବରେ ପ୍ରାୟ ୨ଶହ କର୍ମୀ ବିଜେପିରେ ଯୋଗଦେଇଥିଲେ। ୨୫ ତାରିଖ ଦିନ ବାଲିସାହିପାଟଣା ପଂଚାୟତର ବାରଦିଆ ଠାରେ ୩୦ କଂଗ୍ରେସ ପରିବାର ବିଜେପିରେ ଯୋଗଦେଇଥିବା ବେଳେ ଆଜି କୁରୁଂଟି ଠାରେ ୭୦ ପରିବାର ବିଜେପିରେ ଯୋଗଦେଇଛନ୍ତି।୧୦ଦିନ ଭିତରେ ୬ଟି ମିଶ୍ରଣ ପର୍ବରେ ବିଜେପିରେ କେବଳ କଂଗ୍ରେସ କର୍ମୀ ସାମିଲ ହେଉଥିବା ଜଣାପଡିଛି। ଆଜି କୁରୁଂଟି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୁବନେତା ଅଜୟ କୁମାର ବେହେରା ଯୋଗଦେଇ କର୍ମୀ ମାନଙ୍କୁ ଦଳରେ ସାମିଲ କରିଥିଲେ। ସୁକାନ୍ତ ନାୟକ, ଭାବଗ୍ରାହୀ ଜେନା, ଅନିତା ନାୟକ, ଆଲୋକ ପ୍ରଧାନ, ମାଧବାନନ୍ଦ ସ୍ୱାଇଁ, ନିଲୁ ଜେନା, ସ୍ମୃତିରଂଜନ ପରିଡା, ମୁନିପ ଜେନା, ଶିବକା‘ ମହାନ୍ତି. ତ୍ରିଲୋଚନ ଖଟୁଆ, ବାସୁଦେବ ରାଉତ, ରବିନ୍ଦ୍ର ରାଉତ, ବିଜୁ ବେହେରା, ହାଡିବନ୍ଧୁ ଜେନା, ମନୀସ ମଲିକ, ମେନକା ମଲ୍ଲିକ, ଟୁନା ମଲିକ, କାଳନ୍ଦି ମଲିକ, ମଂଜୁଲତା ମଲିକ, ଝୁମା ସେଠୀ, ମାଳତୀ ମଲ୍ଲିକ, ମିନା ମଲ୍ଲିକ, ମମତା ପ୍ରଧାନ, ଝରଣା ପ୍ରଧାନ, ସାବିତ୍ରୀ ପ୍ରଧାନ, ସତ୍ୟଭାମା ପ୍ରଧାନ, ସକନ୍ତଳା ପ୍ରଧାନ, ରେଣୁବାଳା ପ୍ରଧାନ, ଅବନ୍ତୀ ନାୟକ, ଜୟନ୍ତ ଜେନା, ଅଭିମନ୍ୟୁ ଜେନା, ବୃନ୍ଦାବନ ପ୍ରଧାନ, ରଶ୍ମୀ ରଂଜନ ମଙ୍ଗରାଜ, ବିଚିତ୍ର ଦାସ, କରୁଣାକର ପରିଡା, ଦାଶରଥି ଜେନା, ମଂଗୁଳି ମହାନ୍ତି ପ୍ରମୁଖ ୭୦ ପରିବାର ବିଜେପିରେ ସାମିଲ ହୋଇଛନ୍ତି।  ବିଜେପି ଉପରେ ଭରସା କରି ବହୁ ଲୋକ ଦଳରେ ସାମିଲ ହେବାରେ ଲାଗିଛନ୍ତି।
Leave A Reply