ନୂଆଦିଲ୍ଲୀ : ଦେଶରେ ଲଗାତାର ଟେକ୍ନଲୋଜି ବଢି ଚାଲିଛି ,କିନ୍ତୁ ରାଜସ୍ଥାନର ଗୋଟିଏ ଏପରି ଗାଁ ଅଛି ଯେଉଁଠି ଆଜି ମଧ୍ୟ ସବୁକିଛି ପୂର୍ବବସ୍ଥାରେ ପଛୁଆ ଚାଲିଛି l ଏହି ଗାଁ ଟି ୨୧ ବିନ୍ସ ସାପ୍ତାଦିର ଡିଜିଟାଲ ଇଣ୍ଡିଆର ସ୍ୱପ୍ନା ଠାରୁ ଖୁବ ଦୂରରେ l ରାଜସ୍ଥାନର ଦଉସା ମୁଖ୍ୟାଳୟର ମାତ୍ର ୩୦ କିଲ,ଅମିଟର ଦୂରରେ ଅବସ୍ଥିତ ରା଼ନୋଲି ପାଖରେ ଥିବା ଧୱନ ଗାଁ l ଏହି ଗାଁ ସହିତ ଏଠାରେ ଏପରି ଅନେକ ଗାଁ ଅଛନ୍ତି ଯେଉଁଠାରେ ମୋବାଇଲ ନେଟୱର୍କ ପହଞ୍ଚି ପାରୁ ନାହିଁ l ଯଦି ଏହି ଗାଁ ର କୌଣସି ବ୍ୟକ୍ତି ନିଜର ପରିଜନଙ୍କ ସହିତ ମୋବାଇଲରେ କଥା ହେବାକୁ ଚାହାଁନ୍ତି ,ତେବେ ୧୦ କିଲୋମିଟର ଯିବା ପରେ ଗୋଟିଏ ପାହାଡ ଉପରକୁ ଯାଇ କଥା ହୁଅନ୍ତି l
ଏହି ଗାଁର ଲୋକ ମାନେ କିଛି ଜାଗା ଏପରି ଚିହିଁତ କରି ରଖିଛନ୍ତି ଯେଉଁଠାରେ ମୋବାଇଲ ନେଟୱାର୍କ ରହିଥାଏ ,କିନ୍ତୁ ବେଳେବେଳେ ମଧ୍ୟ ନେଟୱାର୍କ ଲାଗି ନଥାଏ l ମୋବାଇଲ ନେଟୱାର୍କ ଅଭାବ କାରଣରୁ ସ୍ୱାସ୍ଥ୍ୟ ବିଭାଗ ଓ ସ୍କୁଲ ସଞ୍ଚାଳନକୁ ସୂଚନା ଦେବାନେବା ନେଇ ଅନେକ ଅସୁବିଧା ହୁଏ l ଏହି କ୍ଷେତ୍ର ରାଜସ୍ଥାନ ସରକାରରେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଓ ଉଦ୍ୟଗ ମନ୍ତ୍ରୀଙ୍କର ବିଧାନସଭା କ୍ଷେତ୍ର ଅଟେ l ଗ୍ରାମୀଣଙ୍କର କହିବା ଉଦେଶ୍ୟ ହେଲା ରାଜସ୍ଥାନ ସରକାର ଏହି କ୍ଷେତ୍ରର ମନ୍ତ୍ରୀ ହୋଇମଧ୍ୟ ବିକାଶ ଆଜିପର୍ଯ୍ୟନ୍ତ ବହୁ ଦୂରରେ l
ଗ୍ରାମବାସୀ ମାନେ ଏହି ସବୁ ସମସ୍ୟାକୁ ନେଇ ସରକାରଙ୍କ ଉପରବ ଅସନ୍ତୁଷ୍ଟ ଅଛନ୍ତି l ଭୋଟ ସମୟରେ ସବୁ ପାର୍ଥି ଏହି ବିଷୟରେ କହିଥାନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପାର୍ଥି ବିଜୟ ଲାଭ କଲା ପରେ ସମସ୍ୟାର ସମାଧାନ କରିପାରି ନାହାନ୍ତି l ଯଦି କୌଣସି ଦୁର୍ଘଟଣା ହୁଅ ତେବେ ପୋଲିସକୁ ସୂଚନା ଦେବାପାଇଁ ମଧ୍ୟ ଅସୁବିଧା ହୋଇଥାଏ l ଲକଡାଉନ କାରଣରୁ ବିଦ୍ୟାଳୟ ବନ୍ଦ ଅଛି କିନ୍ତୁ ଏହି ଗାଁ ର ପିଲାମାନେ ନେଟୱାର୍କ କାରଣ ରୁ ଅନଲାଇନ କ୍ଲାସରେ ପଢି ପାରୁ ନାହାଁନ୍ତି l ସ୍ୱାଧୀନତାର ଅଟେ ବର୍ଷ ପରେ ମଧ୍ୟ ଆଜିବି ଏହି ଗାଁ ପଛରେ ରହିଛି l
