ପାଣିଘେରରେ ଖୋର୍ଦ୍ଧା ବ୍ଲକର ୧୦ରୁ ଉର୍ଦ୍ଧ ଗ୍ରାମ : ଲୋକମାନଙ୍କୁ ଉଦ୍ଧର କାର୍ଯ୍ୟରେ ଓଡ୍ରାଫ୍ଟ ଟିମ୍ ପ୍ରସ୍ତୁତ , ପ୍ରଶାସନ ତରଫରୁ ବନ୍ୟା ବିପନ୍ନ ଲୋକମାନଙ୍କୁ ରନ୍ଧା ଖାଦ୍ୟ
ଖୋର୍ଦ୍ଧା : ଗତ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିବାପରେ ବନ୍ୟାପରିସ୍ଥିତି ସୃଷ୍ଟିହୋଇଛି । ଫଳରେ ଓରବରସିଂହ ପଂଚାୟତର ହରିମୂଳ, ଡିହଖଳା, ଦୁର୍ଗାପୁର, ରାୟପୁର, ମଶାଣିଆ, କୃଷ୍ଣପୁର ଓ ନରଣଗଡ ଗ୍ରାମପଂଚାୟତର ଓରମି, ମାନପୁର, ବଳପୁର, ଧବଳପୁର, ହାଡପଦା, ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ରାସ୍ତାରେ ଆଣ୍ଠୁଏ ପାଣି ଅତିକ୍ରମ କରୁଛି ।
ତେବେ ୩ଦିନ ପରେ ମଧ୍ୟ ଏହି ପାଣି ଛାଡିନଥିବାରୁ ସେଠାକାର ଲୋକେ ଏକ ପ୍ରକାର ପାଣି ଘେରରେ ରହିଛନ୍ତି । ଏହି ପଞ୍ଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ନରଣଗଡ଼ ପଞ୍ଚାୟତର ମାନପୁର,ଓରମି, ବଳପୁର,ଧବଳପୁର, ହାଡପଦା ଓ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି ।
ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ପଶ୍ଚି ପାଶ୍ୱର୍ ବନ୍ଧ ଶରଧାପୁର ଠାରୁ ଚଣ୍ଡୀ ବରଗଛ ଲେଖନପୁର ପର୍ଯ୍ୟନ୍ତ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଂଚଳରେ ବନ୍ୟା ସୃଷ୍ଟି କରୁଛି । ସମ୍ଭବହତହ ୧୯୮୪ ମସିହାରେ ରାଜୁଆ ନଦୀର ପଶ୍ଚିମପାଶ୍ୱର୍ ନଦୀବନ୍ଧ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା ଲୋକମାନେ ମୁଠି ଚାଉଳ ଆଦାୟ କରି ନଦୀ ବନ୍ଧର ପଣ୍ଡିପକାଇବା କାର୍ଯ୍ୟ ସାରିଦେଇଥିଲେ ଅର୍ଥର ଅଭାବରୁ ଉକ୍ତକାର୍ଯ୍ୟ ସମାପ୍ତ ହୋଇପାରିଲା ନାହିଁ ।ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଉକ୍ତ କାର୍ଯ୍ୟକୁ ପ୍ରଶାସନିକ ସ୍ଥରରେ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ଉକ୍ତ କାର୍ଯ୍ୟଟି ଏବେ ମଧ୍ୟ ହୋଇପାରିନାହିଁ ।କେବଳ ବନ୍ୟା ଆସିଲା ବେଳେ ଲୋକମାନଙ୍କ ମନେପଡେ । ।
ବନ୍ୟାଜଳ ପ୍ରବେସ କରିବା ଫଳରେ ଖୋର୍ଦ୍ଧା ବ୍ଲକର ତିନୋଟି ପଂଚାୟତର ହଜାରେହଜାରେ ହେକ୍ଟର ଚାଷ ଜମି ଜଳମଗ୍ନ ନଷ୍ଟ ହେଉଯାଉଛି ।ହିରିମୂଳ ଦିହଖୋଳା,ଦୁର୍ଗାପୁର,ରାୟପୁର ଗ୍ରାମରେ ତିନିପୁଟରୁ ଉର୍ଦ୍ଧ ପାଣି ଜମି ରହିଛି ।ଘରେ ପାଣି ପଶିବା ସହ ଆସବାପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି ।ଶରିଶୃପ ଘରେ ପ୍ରବେଶ କରିବାର ଜଥେଷ୍ଠ ସମ୍ଭାବନା ରହିଥିବା ଦେଖିବାକୁ ମିଳୁଛି ।ପ୍ରଶାସନର ବାରମ୍ଭାର ତାଗିଦ୍ ସତେ ଲୋକମାନେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ରାଜି ହେଉନାହାନ୍ତି ।
ବିପନ୍ନ ଲୋକମନଙ୍କୁ ମୋଟର ଚଳିତ ବୋଟ ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି ।ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ଓଡ୍ରାଫ୍ଟ ଟିମ୍ ଦିହଖୋଳା ଗ୍ରାମରେ ପ୍ରସ୍ତୁତ ରହିଛନ୍ତି ।ନରଣଗଡ ଗ୍ରାମପଂଚାୟତର ମାନପୁର ବାତ୍ୟାଆଶ୍ରୟସ୍ଥଳରେ ୪୦ରୁଉର୍ଦ୍ଧ ଲୋକ ଆଶ୍ରୟ ନେଇଛନ୍ତି ।ଘଟଣାସ୍ଥଳରେ ତହସିଲିଦାର,ପଦ୍ମଚରଣ ସାହୁ,ଜଙ୍କିଆ ଥାନା ଆଇ.ଆଇ.ସି ସତ୍ୟବ୍ରତ ଲେଙ୍କା ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି ।