ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଚଂଳରେ ବନ୍ୟା ପ୍ରକୋପ ବୃଦ୍ଧି ପାଉଥିବାରୁ ବିପନ୍ନ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ବନ୍ୟା ବିଭେଷିକା ବିପନ୍ନ ଆଖିରୁ ନିଦ ହଜାଇ ଦେଇଛି । କରୋନା ପାଇଁ ଗୃହବନ୍ଦୀ ଥିବା ଲୋକମାନେ ଏବେ ଜଳବନ୍ଦୀ ହୋଇପଡିଛନ୍ତି । କରୋନା ମୁକାବିଲାରେ ବ୍ୟସ୍ତ ସରକାର ଓ ପ୍ରଶାସନ ପାଇଁ ସାଂପ୍ରତିକ ବନ୍ୟା ଏକ ଆହ୍ୱାନ ସୃଷ୍ଟି କରିଛି । କରୋନା କବଳରୁ ଲୋକଙ୍କ ଜୀବନ ବଚାଂଇବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଥିବାବେଳେ ବନ୍ୟା ବିପତି ଓ ଧନଜୀବନ ସୁରକ୍ଷା ସରକାରଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠୁ ଦୁର୍ଗମ ଅଚଂଳ ସିଂହଗାଁ ପଚାଂୟତ ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବାରୁ ଲୋକମାନଙ୍କ ଦୂର୍ଦ୍ଦଶା ସବୁକୁ ବଳିଯାଇଛି ।
ଏହି ପଚାଂୟତର ସବୁ ରାସ୍ତାଘାଟ ପୋଲ ବୁଡି ଯିବା ସହିତ ଲୋକମାନଙ୍କରେ ଘର ବନ୍ୟା ପାଣି ଲହଡି ଖେଳୁଛି । ଧୋଇଆ ଅଚଂଳରେ ମୁଖ୍ୟ ଅର୍ଥକରୀ ଫସଲ ବିରି, ମୁଗ ଓ ଧାନ ଫସଲ ବେଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧୋୟାଚଂଳର ପ୍ରାଣକେନ୍ଦ୍ର ଦାଣ୍ଡିସାହି ବଜାର, ପୋଲ, କଲେଜ ଓ ହାଇସ୍କୁଲ ରାସ୍ତାରେ ବନ୍ୟାପାଣିର ସୁଅ ଛୁଟୁଛି । ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗାଁ, ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଶାସନ ଆଦି ୧୪ଟି ପଚାଂୟତ ବନ୍ୟା ଘେରରେ ରହିଛି । ବର୍ଷା, ବାରମ୍ବାର ବନ୍ୟା ଓ ଚଳିତ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଘରଦ୍ୱାର ଓ ବ୍ୟାପକ ଫସଲହାନୀ ଘଟିଛି । ଯାହାଢଳରେ ଋଣ ଓ କରଜ କରି ଫସଲ ଓ ଘର କରିଥିବା ଚାଷୀ ଓ ଗରିବ ଲୋକ ଉଛନ୍ନ ହୋଇପଡିଛି । ତାର ସବୁ ଆଶା ଓ ସ୍ୱପ୍ନ ଚୂରମାର ହୋଇଯାଇଛି ।
ସମଗ୍ର ଧୋୟାଚଂଳରେ ବନ୍ୟାର ତାଣ୍ଡବ ଜାରି ରହିଥିବାବେଳେ ସିଂହଗାଁ, ବାଛରା, ବାଲିପାଟଣା, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା ବନ୍ୟାବିପନ୍ନ ଧୋଇଆ ଅଚଂଳର ୭ଟି ପଚାଂୟତ ଗସ୍ତ କରି ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ବନ୍ୟାଚଂଳରେ ଲୋକମାନେ ପାଣି ଘେର ଥିବାରୁ ଅଧିକାଂଶ ପରିବାରରେ ଚୂଲି ଜଳୁନାହିଁ । ଗୃହପାଳିତ ପଶୁ, ପକ୍ଷୀମାନେ ଖାଦ୍ୟ ନପାଇ ହସନ୍ତସନ୍ତ ହେଉଛନ୍ତି । କିରୋସିନର ଉକôଟ ଅଭାବ ଦେଖା ଦେଇଛି । ବିଦୁ୍ୟଥ ଖୁଟଂ ଗୁଡିକ ବିପଦଜନକ ଅବସ୍ଥାରେ ଥିବାରୁ ବିଦୁ୍ୟତ ସରବରାହ ବାଧାପ୍ରାପ୍ତ ହୋଇଛି । ଘନ ଅନ୍ଧକାର ମଧ୍ୟରେ ବିଷଧର ସାପ ଭୟ ଲାଗିରହିଛି । ଧୋୟାଚଂଳରେ ପିଇବା ପାଣିର ଉକôଟ ଅଭାବ ଦେଖା ଦେଇଛି । ଅଧିକାଂଶ ନଳକୂପ ବୁଡି ଯାଇଥିବାରୁ ଏ ପରିସ୍ଥିତି ଦେଖା ଦେଇଛି । ଦୁଷିତ ପାଣି ପିଇ ଲୋକମାନେ ନାନା ପ୍ରକାର ରୋଗରେ ଶିକାର ହେଉଛନ୍ତି । ପଟ୍ଟାମୁଣ୍ଡାଇ ବିଡିଓ ଭରତ ପରିଡା ଓ ବ୍ଲକ ସହନିର୍ବାହୀଯନ୍ତ୍ରୀ ଇଂ. ସୁରେଶ ବେହେରା ବନ୍ୟାଚଂଳ ଗସ୍ତ କରିବା ସହିତ ବ୍ଲକ କଟ୍ରୋଂଲରୁମରେ ରହି ବନ୍ୟା ମୁକାବିଲା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି । ପଟ୍ଟାମୁଣ୍ଡାଇ ପୌରାଚଂଳ ବାଲିପଡା, ଖଷଣଅଂଟା, ତଳବାଲିପଡା, ବଳଦେବ ନଗର , ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭା ଆଦି ୧୧ଟି ୱାର୍ଡ ବନ୍ୟାଘେରରେ ରହିଛି । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଉପରେ ବାଲି ବସ୍ତା ପକାଇଯାଇ ସତର୍କ ଦୃଷ୍ଟି ରଖାଯାଇଛି ।
ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ଠାରୁ ଅଳଭା ଦେଇ ମଦନପୁର ପର୍ଯ୍ୟନ୍ତ ଦୁର୍ବଳ ନଦୀବନ୍ଧକୁ ଜଳସଂପଦ ସହନିର୍ବାହୀ ଯନ୍ତ୍ରୀ ଶକ୍ତି ପ୍ରସାଦ ଦାସ ଓ ସହସହକାରୀଯନ୍ତ୍ରୀ ମନୋରଞନ ସାହୁଙ୍କ ନେତୃତ୍ୱରେ ଜଳସଂପଦ ବିଭାଗ କର୍ମଚାରୀମାନେ ବାଲିବସ୍ତା ପକାଇ ଦିନରାତି ପ୍ରହରା ଦେଉଛନ୍ତି । ବନ୍ୟାର ସ୍ଥିତି ଉପରେ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ତନୁପୁର ରାସ୍ତାରେ ବନ୍ୟାଜଳ ଛୁଟୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ବନ୍ୟାଚଂଳ ଗସ୍ତ କରି ଲୋକମାନଙ୍କ ଅଭାବ ଓ ଅସୁବିଧା ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସଂପୃକ୍ତ ସମସ୍ତ ବିଭାଗକୁ ସଜାଗ କରିଛନ୍ତି ।
ପଟ୍ଟାମୁଣ୍ଡାଇ ପୌରାଚଂଳର ବାଲିପଡା, ସାହୁସାହି, ଗୋଲାଉପର, ତନୁପୁର ଆଦି ବିଭିନ୍ନ ରାସ୍ତାରେ ବନ୍ୟାପାଣିର ସୁଅ ଛୁଟୁଛି । ବନ୍ୟା ଯୋଗୁଁ ଗରିବ ଚାଷୀ, ମୂଲିଆ ସଂସାର ଉଛନ ହୋଇପଡିଛି । ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ପକ୍ଷରୁ ଫାୟାର ଅଫିସର ଗୋପବନ୍ଧୁ ସାହୁଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ବନ୍ୟାଘେରରେ ବିପଦଜନକ ଅବସ୍ଥାରେ ଥିବା ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ।
