ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୧ଟି ୱାର୍ଡ ବନ୍ୟାଘେରରେ ରହିଛି । ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଫଳରେ ପଟ୍ଟାମୁଣ୍ଡାଇ ପୌରାଚଂଳରେ ନାହିଁନଥିବା ବନ୍ୟା ପରିସ୍ଥିତି ଦେଖାଦେଇଛି । ତନୁପୁର, ବାଲିପଡା ଆଦି ବିଭିନ୍ନ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଥିବାବେଳେ ଖୋଦ ପଟ୍ଟାମୁଣ୍ଡାଇ ସହରର ମହାବୀର ବଜାରରେ ମଧ୍ୟ ବନ୍ୟାଜଳ ସୁଅ ଛୁଟୁଛି । ବନ୍ୟା ଯୋଗୁଁ ଲୋକମାନେ ଦୁର୍ଦ୍ଦଶା ଭିତରେ ଥିବା ଖବର ପାଇବା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୌରାଚଂଳ ଓ ବ୍ଲକର ବାଛରା ପଚାଂୟତ ଆଦି ବିଭିନ୍ନ ବନ୍ୟାବିପନ୍ନ ଅଂଚଳ ଗସ୍ତ କରି ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ସହିତ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।
ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାହୀଅଧିକାରୀ ସଂପଦ ସ୍ୱାଇଁ ଓ ବିଭିନ୍ନ ସରକାରୀ ପଦାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଲୋକପ୍ରତିନିଧି ସାମିଲ ହୋଇ ବନ୍ୟାଚଂଳ ଗସ୍ତ କରିଥିଲେ । ବନ୍ୟାଚଂଳ ଗସ୍ତରୁ ଫେରି ବିଧାୟକ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହିତ ବନ୍ୟା ସ୍ଥିତି ସଂପର୍କରେ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦେବାକୁ ପରାର୍ମଶ ଦେଇଥିଲେ । ଏଥି ସହିତ ବନ୍ୟା ବନ୍ଧ ସୁରକ୍ଷିତ ରଖିବା ପାଇଁ ଜଳସଂପଦ ବିଭାଗକୁ ନିଦେ୍ର୍ଦଶ ଦେବା ସହିତ ବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।