Odisha news

ରାଜ କୁନ୍ଦ୍ରା ଓ ଉମେଶ କାମାତ୍ତଙ୍କ ଚାଟ ଆସିଲା ସାମ୍ନା କୁ , ଅଶ୍ଳୀଳ ଆପ ଜରିଆରେ ହେଉଥିବା ରୋଜଗାରକୁ ନେଇ ହେଉଥିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଅଶ୍ଳୀଳ ଫିଲ୍ମ ରାକେଟ କୁ ସବୁଦିନ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ରାଜ କୁନ୍ଦ୍ରା ଓ ମୁଖ୍ୟ ଅରୋପୀ ଉମେଶ କାମତ ଙ୍କ ଚାର୍ଟିଂ ସାମ୍ନା କୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଏହି ଚାଟ ରେ ରାଜ ଉମେଶ ଓ ତାଙ୍କ ଡିଜିଟାଲ ମାର୍କେଟିଂ ଙ୍କ ମଧ୍ୟରେ କଥା ବାର୍ତା ଚାଲିଥିଲା । ଏହି ଚାଟିଂ ରେ ଆପ କୁ ଚଳାଇବା ସହ ଏହାର ରୋଜଗାର କୁ ନେଇ ଚର୍ଚ୍ଚା ହେଉଥିଲା । ନଭେମ୍ବର ୨୦୨୦ ର ଗୋଟିଏ ହ୍ୱାଟସ ଆପ ଚାଟ ଅନୁସାରେ ରାଜ ନିଜର ନିକଟତର ସହଯୋଗୀ ଉମେଶ କମାତ୍ ଙ୍କ ସହ ପ୍ଲାନ୍ ବି ବିଷୟରେ କଥା ହେଉଥିଲେ ।

ଯେତେବେଳେ ଉମେଶ ତାଙ୍କୁ ସୂଚିତ କରି କହିଥିଲେ କୁ ତାଙ୍କୁ ଆପ ରୁ କିଛି ହଟାଇବା ପାଇଁ କୁହା ଯାଇପାରେ , ଯାହା ଆପତି ଜନକ ଅଟେ । ଆପ କୁ କଥିତ ଭାବରେ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ଆପତୀ ଜନକ ସାମଗ୍ରୀ କାରଣରୁ ହଟାଇ ଦିଆ ଯାଇଥିଲା । ଏହି କାରଣରୁ ଉମେଶ କହିଥିଲେ ଆପ ରୁ କିଛି ଆପତ୍ତି ଜନକ ଓ ବୋଲ୍ଡ ସାମଗ୍ରୀକୁ ହଟାଇ ଦିଆଯାଉ ଓ ପୁନର୍ବାର ଆଉ ଥରେ ଗୁଗଲ ପ୍ଲେ ଷ୍ଟୋର ରେ ଷ୍ଟୋର କରାଯାଉ ।

ଚାଟ ଅନୁସାରେ ରାଜ ଏହା ମଧ୍ୟ ଚର୍ଚ୍ଚା କରୁଛନ୍ତି ଯେ କିପରି ଚଳଚ୍ଚିତ୍ର ରୁ ରାଜସ୍ବ ୧୫୦୦୦ ରୁ ୨୦୦୦୦ ଟଙ୍କା ପ୍ରତିଦିନ ତଳକୁ ଖସୁଛି । ଏହି ଚାଟ ଜରିଆରେ ସେ କାମତ୍ ଙ୍କୁ ପୁରୁଣା ଭିଡିଓ ଦୃତ ବେଗରେ ପ୍ରସାର କରିବା ପାଇଁ କହିଛନ୍ତି । ଯାହା ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଇ ପାରିବ ।

ଗତ ୩ ଦିନ ହେଲା ରାଜ କୁନ୍ଦ୍ରା ପୋଲିସ କଷ୍ଟାଡି ରେ ଅଛନ୍ତି । ସୋମବାର ଦିନ ରାତିରେ ତାଙ୍କୁ ଗିରଫ କରାଯାଇ ଥିଲା । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ର ସଂଯୁକ୍ତ ପୋଲିସ ଆୟୁକ୍ତ ମିଲିନ୍ଦ ଭରମ୍ବେ କହିଛନ୍ତି ଯାଞ୍ଚ ସମୟରେ ଏହା ଦେଖିବାକୁ ମିଳିଥିଲା ଯେ ଛୋଟ ଛୋଟ କଳାକାରଙ୍କୁ ଓ ମଡେଲ ମାନଙ୍କୁ ଛୋଟ କାହାଣୀ ର ୱେବ୍ ସିରିଜ୍ ରେ କାମ କରିବାର ପ୍ରଲୋଭନ ଦେଇ ଥିଲେ । କଳାକାର ମାନଙ୍କୁ ନଗ୍ନ ଦୃଶ୍ୟ କରିବା ପାଇଁ କୁହା ଯାଉଥିଲା । ଯାହା ପରେ ତାଙ୍କ ଇଚ୍ଛା ବିରୁଦ୍ଧରେ ସମ୍ପୂର୍ଣ୍ଣ ନଗ୍ନ ଦୃଶ୍ୟ ରେ ପରିଣତ ହେଉଥିଲା । ମୁମ୍ବାଇ ପୋଲିସ ପକ୍ଷରୁ ଫେବୃଆରୀ ମାସରେ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ନେଇ ଏଫଆଇଆର ଦର୍ଜ
କରାଯାଇଥିଲା ।

ଏହାପରେ ପୋଲିସ ସାଇବର ଟିମ୍ ଜରିଆରେ ଜାଣିବାକୁ ପାଇଥିଲା ପର୍ଣ ର ପ୍ରସାରିତ ହେବାର ସୁରାକ ପାଇଥିଲା । ଏହି ମାମଲା କୁ ନେଇ ବର୍ତ୍ତମାନ୍ ସୁଦ୍ଧା ୯ଜଣ ନିର୍ମାତା ଙ୍କୁ ଗିରଫ କରା ଯାଇଛି । ଯାଞ୍ଚ ବେଳେ ଜଣାପଡ଼ିଲା ଯେ ରାଜ ଓ କାମତ ସ୍ୱାମିତ୍ଵ କୁ ନେଇ ବିୟାନ ନାମକ ଏକ କମ୍ପାନୀର ଭାରତ ଅପରେସନ ନେତୃତ୍ୱ କରୁଛି । ପୋଲିସ ସୂଚନା ଅନୁସାରେ କାମତ ପୋର୍ନ ରାକେଟ ଚାଲିଥିବା ମୋବାଇଲ୍ ଆପ କୁ ପରିଚାଳନା କରୁଥିଲା ଓ କୁନ୍ଦ୍ରା ଙ୍କ କମ୍ପାନୀ ପାଇଁ ଅଶ୍ଳୀଳ କଣ୍ଟେଟ ମଧ୍ୟ ଦେଖୁ ଥିଲେ ।

Nalco

Comments are closed.