Odisha news

ବର୍ଷା ପବନ ଧରାଶୟୀ କଲା ଗଛ ଓ ବିଦ୍ୟୁତ ଖୁଣ୍ଟି ଟ୍ରାନ୍ସଫର୍ମର

0

ବାସୁଦେବପୁର : ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅମ୍ପାନର ପ୍ରଭାବରେ ବାସୁଦେବପୁର ବିଭିନ୍ନ ଅଞ୍ଚଳରେ ବର୍ଷା ପବନ ଯୋଗୁଁ ବଡ ବଡ଼ ଗଛ ଧରାଶାୟୀ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟି ଓ ଟ୍ରାନ୍ସଫର୍ମର ଶୋଇ ଯାଇଛି । ବାସୁଦେବପୁର ପୌରପାଳିକାର ସୁଙ୍ଗୁଡା ସାବରପୁର ଗ୍ରାମର ଏକ ବିରାଟ ଗଛ ପଡି ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ବାସୁଦେବପୁର ବ୍ଲକର ପଢୁଆଁ ଠାରୁ ବାଲିମୁଣ୍ଡା ପର୍ଯ୍ୟନ୍ତ ୧୪ ଗୋଟି ପଞ୍ଚାୟତର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପାଖ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପୌରପାଳିକାର ରାଧାକାନ୍ତପୁର ସମୁଦ୍ର କୂଳ ଅଞ୍ଚଳରେ ବାସବାସ କରୁଥିବା ଲୋକମାନେ ନିଜର ପିଲାଛୁଆ ଧରି ପଳାଇ ଆସିଥିଲେ । ପବନ ଯୋଗୁଁ ମନ୍ଦାରୀ- ପଢୁଆଁ ରାସ୍ତାର ମହାକୁଡ ସାହି ଛକରେ ଏକ ବିରାଟ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ଯାଇଥିଲା । ସେହିପରି ସୁଙ୍ଗୁଡା ସାବରପୁର ଗ୍ରାମର ଆଶ୍ରୃପ୍‍ ଅଲ୍ଲୀ ଶାହାଙ୍କର ଏକ ଆଜବେଷ୍ଟ ଘର ଉପରେ ବିରାଟ ଗଛ ପଡି ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ତାଙ୍କ ମାଆଙ୍କ ମୁଣ୍ଡରେ ଆଜବେଷ୍ଟ ବାଜିବାରୁ ମୁଣ୍ଡରେ ଆଘାତ ଲାଗିଛି ।

ବରଣ୍ଡୁଆ ମାଉସୀ ମାଆ ଛକରେ ଏକ ଟ୍ରନ୍ସଫର୍ମର ଭାଙ୍ଗି ତଳେ ଶୋଇ ଯାଇଛି । ଆର୍ତ୍ତୁଂ ପଞ୍ଚାୟତ ଅଫିସକୁ ଲାଗି ଏକ ବିଦ୍ୟୁତ ଖୁଣ୍ଟି ରାସ୍ତାରେ ଭାଙ୍ଗି ପଡିଛି । ବିଦେଇପୁର ଠାରେ ଏକ କାନ୍ଥ ଭୂଷୁଡି ଗୋଟିଏ ବାଛୁରୀ ମୃତ୍ୟୁ ବରଣ କରିଛି । ସମୁଦ୍ରରେ ଜୂଆର ଥିବାରୁ ଚୂଡାମଣୀ, କସିଆ ଓ ପଢୁଆଁ ମୁହାଣରେ ଶହ ଶହ ବୋର୍ଟ ଲଙ୍ଗର ପକାଇ ରହିଛନ୍ତି । ବର୍ଷା ପବନ ପ୍ରକୋପ ସନ୍ଧ୍ୟାରେ କମ୍‍ ଥିବାରୁ ଲୋକମାନେ ଆସ୍ୱସ୍ଥି ଲାଭ କରିଛନ୍ତି । ରାସ୍ତାରେ ପଡିଥିବା ଗଛ ଗୁଡିକୁ ଓଫଡ୍ରାଫ ଓ ଏନଡିଆରଏଫ ଟିମ୍‍ କାଟି ସଫା କରିବାରେ ଲାଗିପଡିଛନ୍ତି ।

Nalco
Leave A Reply