Odisha news

ବର୍ଷା ଆଉ ୪ ଦିନ

0

ଭୁବନେଶ୍ୱର, ୭ା୨   : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ପାଗ କୋହଲା ରହିଛି । ଫଳରେ ସୂର୍ଯ୍ୟ ଆଲୋକ ନଥିବାରୁ ଦିନରେ
ବାୟୁମଣ୍ଡଳକୁ କୁହୁଡ଼ି ଆଚ୍ଛାଦିତ କରି ରଖିଛି । ରାତି୍ର ଦଶଟା ବାଜିବା ମାତ୍ରେ ରାସ୍ତାରେ ଘନ କୁହୁଡ଼ି ଯୋଗୁଁ ଯାଆଆସ କରିବା ସମ୍ଭବ ହେଉନାହିଁ । ଆଗାମୀ ୪ଦିନ ଯାଏ ବର୍ଷା ଜାରି ରହିବ । ଭୁବନେଶ୍ୱର ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ଓ ପବନ ବୋହିବ । ବର୍ଷା କମିବା ପରେ ଶୀତ ପୁଣି ଭୟଙ୍କର ରୂପ ନେବ । ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏବେ ପାଗ ସବୁଠି କୋହଲା ରହିଛି । ଆଗାମୀ ସପ୍ତାହ ଯାଏ ତାହା ରହିବ । ବିଶେଷକରି ଖୋର୍ଦ୍ଧା, କଟକ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ସହ ଘନ କୁହୁଡ଼ିର ପରିମାଣ ଅଧିକ ହେବ ।

Leave A Reply