ଗଞ୍ଜାମ ଜିଲ୍ଲା କଦପଦା ଗæôର ୬୫ ବର୍ଷୀୟା କୁମାରୀ ନାୟକଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱଲïର୍ ରେକର୍ଡ଼ରେ ସ୍ଥାନ ପାଇଛି । ତାଙ୍କ ଗୋଡ଼ରେ ୧୯ ଓ ହାତରେ ୧୨ଟି ଆଙ୍ଗୁଠି ରହିଛି । ପଲିଡେକଫଲିଜମ୍ କାରଣରୁ ଏହି ଆଙ୍ଗୁଠି ଜନ୍ମଜାତ । କୁମାରୀଙ୍କ ହାତ ଓ ଗୋଡ଼ର ଆଙ୍ଗୁଠି ମିଶି ୩୧ । ସେ ୩୧ ଆଙ୍ଗୁଠି ଥିବା ଦୁନିଆର ପ୍ରଥମ ମହିଳା । ସେ ଗୁଜରାଟର ୪୭ବର୍ଷୀୟ ଦେବେନ୍ଦ୍ର ସୁଥାରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କ ହାତ ଓ ଗୋଡ଼ରେ ଯଥାକ୍ରମେର ୧୪ ଓ ୧୪ ଆଙ୍ଗୁଠି ରହିଛି । ସେ ୨୦୧୪ରେ ରେକର୍ଡ଼ କରିଥିଲେ । କୁମାରୀଙ୍କ ପଡ଼ୋଶୀ କହିଛନ୍ତି, ଏହା ଏକ ଛୋଟ ଗæô ଓ ଏଠାକାର ଅଧିକାଂଶ ଲୋକ ଅନ୍ଧବିଶ୍ୱାସୀ । କୁମାରୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ସେ ଚିକିତ୍ସା କରାଇପାରିବେ ନାହିଁ । ସର୍ଜିକାଲ୍ ବିଶେଷଜ୍ଞଙ୍କ ମତରେ ପ୍ରତି ୫୦୦୦ ଲୋକଙ୍କ ମଧ୍ୟରେ ଜଣେ ବା ଦୁଇ ଜଣଙ୍କର ଅତିରିକ୍ତ ଆଙ୍ଗୁଠି ଥାଏ ।