Odisha news

ଜାତୀୟ ରାଜପଥ-୫୫ ନିମନ୍ତେ ସମୀକ୍ଷା ବୈଠକ ମାର୍ଚ୍ଚରୁ କାର୍ଯ୍ୟ ଆରମ୍ଭ ହୋଇ ଅଢେଇ ବର୍ଷରେ ସରିବ-ଜିଲ୍ଲାପାଳ

0

ଜଗତସିଂହପୁର:ଜାତୀୟ ରାଜପଥ-୫୫ ନିମନ୍ତେ ଆବଶ୍ୟକ ଥିବା ଜମି ଅଧଗ୍ରହଣ,ଉପଯୋଗିତା ସ୍ଥାନାନ୍ତରଣ ଓ ଗଛକଟା ସଂପର୍କୀୟ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍ଭାବନା ସଭାଗୃହ ଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଏହି ପ୍ରସ୍ତାବିତ ରାଜପଥ ଭାରତ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହା ନିର୍ମାଣ ହେବା ଫଳରେ ଜିଲ୍ଲାର ଅର୍ଥନୈତିକ ବିକାଶ ହେବା ସହିତ ସବୁ ଦିଗରେ ମାଇଲ ଖୁଣ୍ଟ ହେବ ବୋଲି ଜିଲ୍ଲାପାଳ କହିଥିଲେ ।ଏହି ପ୍ରସ୍ତାବିତ ରାଜପଥରେ ଥିବା ବି.ଏସ୍.ଏନ୍.ଏଲ ଖୁଣ୍ଟି ୍,ଜନସ୍ୱାସ୍ଥ୍ୟ,ଡ୍ରେନେଜ୍,ବିଦୁ୍ୟତ୍ ବିଭାଗର ଖୁଣ୍ଟି ଓ ତାର,ପାଇପ୍ ଲାଇନ୍ ଆଦି ସ୍ଥାନାନ୍ତରଣ ହେବ । ସେହି ସବୁ ବିଭାଗୀୟ ଅଧିକାରୀମାନେ ଆସନ୍ତା ମାର୍ଚ୍ଚ ୫ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ଏପ୍ରିଲ ମାସ ଠାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ଏନଏଚ-୫୫ ପ୍ରୋଜେକ୍ଟ ସମ୍ବଲପୁର-ରେଢାଖୋଲ-ବାଲିକୁଦା-ନୂଆଗାଁରେ ଶେଷ ହେବ ।ମାତ୍ର ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଏନଏଚ-୫୫ ପ୍ରୋଜେକ୍ଟ କଟକ ଜିଲ୍ଲା ମଙ୍ଗୁଳି ଛକରୁ ଆରମ୍ଭ ହୋଇ କନ୍ଦରପୁର-ଜଗତସିଂହପୁର-ବାଲିକୁଦା-ନୂଆଗାଁରେ ଶେଷ ହେବ ।ଏନ୍.ଏଚ୍-୫୫ ଜଗତସିଂହପୁର ଜିଲ୍ଲ୍ାରେ ୭୮.୩୫ କିମି ଦୂରତା ବିଶିଷ୍ଟ ହେବ । ଏହି ରାସ୍ତା ଜିଲ୍ଲାର କୁଜଙ୍ଗ ବ୍ଲକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ଲକ ସହିତ ସଂଯୋଗ ରହିଛି ।ତେଣୁ ଜିଲ୍ଲ୍ାର କୁଜଙ୍ଗ ବ୍ୟତୀତ ସମସ୍ତ ତହସିଲର ଜମି ଅଧିଗ୍ରହଣ ହେବ । ସମସ୍ତ ତହସିଲଦାର ମାନଙ୍କୁୁ ଜମି ଅଧିଗ୍ରହଣ ଅଧିକାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ରାସ୍ତାଟି ୨୦ ମିଟର ଓସାରର ନିର୍ମାଣ କରାଯିବ । ଏହି ଏନଏଚ-୫୫ ରାସ୍ତାରେ ପାଖାପାଖି ୪୦ କି.ମିର ନୂଆରାସ୍ତା ହେବ ଏବଂ ୯ଟି ବାଇପାସ୍ ରହିବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ସୁଚନା ମିଳିଛି । କନ୍ଦରପୁର ଠାରେ ରେଲୱେ ଓଭରବି୍ରଜ ଏହି ରାସ୍ତାର ଅଂଶ ବିଶେଷ ହୋଇଥିବାରୁ ତାର କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅଢେଇ ବର୍ଷରେ ପ୍ରକଳ୍ପ ଶେଷ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦଳେଇ ଘାଇ, ଜଗତସିଂହପୁର, ବାଲିକୁଦା, ବୋରିକିନା ବାଲିତୁଠ,ଚଟୁଆ ଆଦି ମୁଖ୍ୟ ବଜାରଠାରେ ବାଇପାସ୍ ନିର୍ମାଣ ହେବ । ବିଶେଷ କରି ଏନଏଚ-୫୫ ରାସ୍ତାରେ ଜଗତସିଂହପୁର ବାଇପାସକୁ ନେଇ ସମସ୍ତ ଜନସାଧାରଣଙ୍କର ନଜର ରହିଥିବା ବେଳେ ଏହି ବାଇପାସ ମଙ୍ଗଳପୁର ଠାରୁ ବାହାରି ମାଣପୁର-ସୁଜଙ୍ଗ-ମରିଚାପଦା-ବେଲପୋଖରୀ-ପୁରୋହିତପୁର-ମାଧେରାହାଟ-ଦୁର୍ଗାପୁର-କାଠିଆପଡା ଦେଇ ପାକନପୁର ପଛକୁ ଥିବା ୱେୟାର ହାଉସ ନିକଟରେ ୭.୮୦୦ କି.ମି ରାସ୍ତା ପୁଣି ଏନଏଚ-୫୫ରେ ମିଶିବା ପ୍ରସ୍ଥାବ ସ୍ଥିରିକୃତ ହୋଇଥିବା ଜଣାଯାଇଛି ।ଏହାଦ୍ୱାରା ମୁଖ୍ୟତ ଟ୍ରାଫିକ୍ ସମସ୍ୟାର ଯଥେଷ୍ଟ ସମାଧାନ ହୋଇପାରିବ । ତହସିଲଦାରମାନେ ଜମି ଅଧିଗ୍ରହଣ ଅଧିକାରୀ ଭାବେ ଓ ଜିଲ୍ଲାପାଳ ଆର୍ବିଟ୍ରେଟର ଭାବରେ କାର୍ଯ୍ୟ କରିବେ ।ଏହାଦ୍ୱାରା ଲୋକମାନେ କୋର୍ଟ ନ ଯାଇ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ଏହି ପ୍ରୋଜେକ୍ଟରେ ସବୁଠାରୁ କମ୍ ଉଛେଦ ହେବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି । ୨୦୦ ରୁ ଉର୍ଦ୍ଧ ଷ୍ଟ୍ରକଚର ଉଛେଦ ହେବା ସହିତ କିଛି କ୍ୟାବିନ୍ ଓ ଘର ଉଛେଦ ହେବାର ସମ୍ବାବନା ରହିଛି ।ଏହି ଉଚ୍ଛେଦରେ ମାର୍କେଟ ରେଟ୍ ଠାରୁ ଅଧିକ କ୍ଷତିପୂରଣ ରାଶି ଦିଆଯିବ । ଏହାଦ୍ୱାରା ଜିଲ୍ଲାର ଅର୍ଥନୈତିକ ଗୁରୁତ୍ୱ ବଢିବ । ପ୍ରସ୍ତାବିତ ଜାତୀୟ ରାଜପଥ-୫୫ ନିର୍ମାଣ ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ପ୍ରତି ସପ୍ତାହରେ ସମୀକ୍ଷା କରିବେ ବୋଲି ସୁଚନା ଦେଇଥିଲେ । ଏହି ବୈଠକରେ ଜାତୀୟ ରାଜପଥରନିର୍ବାହୀଯନ୍ତ୍ରୀଅଭୟମହାନ୍ତି,ଓକର୍ମକର୍ତା,ସମସ୍ତତହସିଲଦାର,ଡି.ଏଫ୍.ଓ ରାଜନଗର,ସେସୁ,ଡ୍ରେନେଜ୍,ଗ୍ରାମ୍ୟଜଳଯୋଗାଣ ଓ ପରିମଳ,ବି.ଏସ୍.ଏନ୍.ଏଲ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply