Odisha news

ସୁଧୁରୁନି ମଣ୍ଡି ସମସ୍ୟା ଭଗବାନଙ୍କ ଭରଷାରେ ଚାଷୀ ।

0

ଗୋପ ,ପୁରୀ ଜିଲ୍ଲା ଗୋପ ବ୍ଲକରେ ସୁଧୁରୁନି ମଣ୍ଡି ସମସ୍ୟା ଫଳରେ ଭଗବାନଙ୍କ ଭରଷାରେ ଏବେ ରହିଛନ୍ତି ଚାଷୀ । ଗୋଟିଏ ପଟେ ଚାଷିଙ୍କ ପାଇଁ ସରକାରଙ୍କର କାଳିଆ ଯୋଜନା ହେଲେ ଅନ୍ୟପଟେ ନିଜ ଧାନ ବିକିବା ପାଇଁ ଦରମରା ହେଇ ଯାଉଛନ୍ତି ଚାଷୀ । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏଠି ଖୋଦ ଅଧିକାରୀଙ୍କ ସାମ୍ନାରେ ଖୋଲା ଖୋଲି ଭାବେ ଚାଷି ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ମିଲର୍ସ ଓ ଦଲାଲଙ୍କ ମର୍ଜିରେ ଧାନକିଣା ଚାଲିଛି । କେତେକ ସମବାୟ ଶୋସାଇଟିର ସଂପାଦକ ମାନେ ଚଞ୍ଚକତା ପୂର୍ବକ ଧାନା ଟୋକେନ୍ ଚାଷୀଙ୍କୁ ନଦେଇ ବେପାରିଙ୍କୁ ଦେଉଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷ ବର୍ଷ ଧରି ଝାଳ ନାଳ ବୁହାଇ ଅମଳ କରିଥିବା ଧାନକୁ ବିକିବା ପାଇଁ ଚାଷୀ ନାକେଦମ ହେଉଛି । ଦଲାଲ ଓ ବେପାରୀଙ୍କ କବଜାରେ ଏହି ଧାନ ମଣ୍ଡି ଗୁଡିକ ରହିଥିବାରୁ ଖୁଲମ ଖୁଲା ଭାବେ କମ ଦରରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି । ପ୍ରଶାସନ ଏହା ଜାଣି ମଧ୍ୟ ନିରବଦ୍ରଷ୍ଟା ପାଲଟିଛି । ଜଣେ ଚାଷୀଙ୍କର ଯେତିକି ପରିମାଣର ଜମି ରହିଛି ସେହି ଅନୁପାତରେ ଧାନ ବିକ୍ରୟ ପାଇଁ ତାଲିକାରେ ନଆସିବା ଏବଂ ଟୋକେନ ବ୍ୟବସ୍ତା ପ୍ରଚଳନ ଏହି ଅସୁବିଧାର ମୂଖ୍ୟ କାରଣ ପାଲଟିଛି । । କେତେକ ସ୍ଥାନରେ ଚାଷୀ ମାନେ ବିଭିନ୍ନ ଗାଡିରେ ଘରୁ ଧାନ ବୋହି ଆଣି ଶୋସାଇଟି ଆଗରେ ଗଦା କରୁଥିଲେ ମଧ୍ୟ ପ୍ରକୃତ ଚାଷିଙ୍କୁ ଧାନ ବିକିବା ପାଇଁ ଟୋକେନ ଦେଉ ନାହାନ୍ତି ଶୋସାଇଟିର ଅଧିକାରୀ ମାନେ । ଫଳରେ ଦିନଦିନ ଧରି ସୋସାଇଟ ଆଗରେ ଧାନ ଗଦା କରି ଚାଷୀ ମାନେ ନାହିଁନଥିବା ଅସୁବିଧାରେ ସମ୍ବୁଖିନ ହେଉଛନ୍ତି । ଯାହା ଫଳରେ ଦଲାଲ ଓ ଆନ୍ଧ୍ର ବେପାରୀଙ୍କ କବଜାରେ ଚାଷୀ ମାନେ ପଡି ଯାଇଛନ୍ତି । ଯାହା ଫଳରେ କି ସରକାରଙ୍କ ଧାର୍ଯ୍ୟମୂଲ୍ୟ ଠାରୁ କମ ଦାମରେ ଅର୍ଥାତ ଦଲାଲ ମାନେ ଚାଷୀ ମାନଙ୍କ ଠାରୁ ୧୧ଶହ ଟଙ୍କାରେ ଧାନ କିଣି ୧୮୩୫ଟଙ୍କାରେ ମଣ୍ଡିରେ ବିକ୍ରୟ କରୁଥିବା ଭଲି ଗୁରୁତ୍ୱର ଅଭିଯୋଗ ହୋଇଛି । ଯାହା ଫଳରେ କି ଅଧିକାରୀ ମାନେ ବେଶ ପକେଟ ଗରମ କରୁଥିବା ବେଳେ ଚାଷୀ ମାନେ ହତାଶ ହୋଇ ପଡୁଛନ୍ତି । ସରକାରଙ୍କ ନିୟମ ଅନୁଯାଇ ପଟା ପାଉତି ଦେଇ ଚାଷୀ ଅନଲାଇନ କରିବେ ଏବଂ ଧାନ ବିକିବା ପାଇଁ ଟୋକେନ କରି ୧୮୩୫ ଟଙ୍କା ରେ ବିକିବେ । ମାତ୍ର ଜୁଲାଇ ଅଗଷ୍ଟରେ ଚାଷୀ ମାନଙ୍କୁ ସରକାରଙ୍କ ସହାୟତା ସଠିକ ଭାବରେ ନମିଳିବାରୁ ସାର , ବିହନ ଓ ତଳି ପକାଇବାରୁ ବେପାରି ମାନେ ଦେଇଥିବା ଟଙ୍କା ବଜଳରେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଯାହାକି ଭିଜିଲାନ୍ସ ତଦନ୍ତ ହେଲେ ଅନେକ ବେପାରୀ ଓ ସୋସାଇଟି ସଂପାଦକଙ୍କ ମୁଖା ଖୋଲିଯିବା ସହ ଚାଷୀଙ୍କ ନାମରେ ପଞ୍ଜିକରଣ ହୋଇଥିବା ତାଲିକାକୁ କିପରି ଦଲାଲ ମାନେ ଶୋଷଣ କରୁଛନ୍ତି ସେମାନଙ୍କୁ ଦିନ ଦିପ୍ରହରରେ ଧରାଯାଇ ପାରିବ । କେତେକ ସୋସାଇଟିରେ ଟ୍ରକ ଟ୍ରକ ଧାନ ଚାଷିଙ୍କ ଠାରୁ ୧୧ଶହ ଟଙ୍କାରେ କିଣାଯାଇ ୧୭୦୦ଟଙ୍କାରେ ବିକ୍ରୟ କରାଯାଉଛି । ଏହାର ପ୍ରକୃତ ତଦନ୍ତ ହେଲେ ଏହି ଧାନ କାରବାରରେ କୋଟି କୋଟି ଟଙ୍କାର ଦୁର୍ନତି ଲୋକ ଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି । ପ୍ରତିଦିନ ଟ୍ରକ ଟ୍ରକ ଧାନ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ତଥା ଯୋଗାଣ ବିଭାଗର ଅପାରଗତା କୁ ପଦାରେ ପକାଇଛି । ଏହା ଉପରେ ଭିଜିଲାନ୍ସ ତଦନ୍ତ ପାଇ ସାଧାରଣରେ ଦାବି ହୋଇଛି ।

Leave A Reply