ରୁଷିଆ ଓ ଚୀନ୍ର କାଜାଖ୍ ଜାତିର ଧନୀ ଲୋକମାନଙ୍କ ପ୍ରିୟ ଖାଦ୍ୟ ଘୋଡ଼ାକ୍ଷୀରର ଦହି ଓ ଘୋଡ଼ାମାଂସ । କିର୍ଗୀଜସ୍ତାନରେ ଘୋଡ଼ା କ୍ଷୀରରୁ ଏକପ୍ରକାର ମଦ ପ୍ରସ୍ତୁତ କରାଯାଏ । ଗତ ୫ହଜାର ବର୍ଷ ଭିତରେ କୌଣସି ବନ୍ୟଜୀବକୁ ମଣିଷ ନୂଆକରି ଗୃହପାଳିତ ପଶୁ କରି ନାହିଁ । ତେବେ ଘୋଡ଼ାକୁ କେବେ ବଣରୁ ଧରିଆଣି ପୋଷାଗଲା ଜଣାପଡ଼ି ନାହିଁ । ଜୀବତତ୍ତ୍ୱବିଦ୍ମାନଙ୍କ ମତରେ ପ୍ରାୟ ୩୦ ଲକ୍ଷ ବର୍ଷ ପୂର୍ବେ ବିବର୍ତ୍ତନଚକ୍ରରେ ଘୋଡ଼ା ବର୍ତ୍ତମାନର ରୂପ ପାଇଥିଲ । ହିନ୍ଦୁ ପୁରାଣରେ ଅଶ୍ୱମେଧ, ଉଚ୍ଚୈଃଶ୍ରବା ଆଦିର ଉଲ୍ଲେଖ ଥିବାରୁ ସେ କାଳରେ ଘୋଡ଼ା ଏକ ପ୍ରଧାନ ପଶୁ ଥିବା ଜଣାଯାଏ । ତୃଣଭୋଜୀ ଘୋଡ଼ାର ହାରାହାରି ଆୟୁ ୨୦ରୁ ୩୦ ବର୍ଷ । ସୁସ୍ଥ ଘୋଡ଼ା ଘଣ୍ଟାରେ ପ୍ରାୟ ୫୬ କିଲୋମିଟର ଦୌଡ଼ିପାରେ । ଘୋଡ଼ା ଏକ ବିଶ୍ୱସ୍ତ ଜୀବ । ମହାରାଣା ପ୍ରତାପଙ୍କ ନୀଳବର୍ଣ୍ଣ ଇରାନୀ ଘୋଡ଼ା ଚୈତକ, ଆଲେକ୍ଜାଣ୍ଡରଙ୍କ ବୁସିଫେଲସ୍ ଓ ନବମ ଶତାବ୍ଦୀର ଫାରସ୍ (ଇରାନ)ର ବିଖ୍ୟାତ ଯୋଦ୍ଧା ରୁସ୍ତମ୍ଙ୍କ ରକ୍ସ ନାମକ ଘୋଡ଼ା ପୃଥିବୀ ବିଖ୍ୟାତ ।