Odisha news

ଭିଟାମିନ୍‌ ସି ଲୋଡ଼ା

0

ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍‌ ଶେଷ ଥର ଅନୀସ ବଜ୍‌ମୀଙ୍କ ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିଥିଲେ । ଦୀର୍ଘଦିନ ପରେ ଫିଲ୍ମରେ ନଜର ଆସିଥିବା ଇଲିୟାନାଙ୍କ ପ୍ରଶଂସା ମଧ୍ୟ ହୋଇଥିଲା । ସେ ଅଧିକ ଫିଲ୍ମ କରୁ ନ ଥିଲେ ମଧ୍ୟ ସୋସାଲ ମିଡିଆରେ ବେଶ୍‌ ସକ୍ରିୟ । ଅନେକ ଫଟୋ ସେୟାର୍‌ କରି ଫ୍ୟାନ୍‌ଙ୍କ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଅଧିକ ଫଲୋୟର୍‌ ଅଛନ୍ତି । ସେ ଏବେ ଇନ୍‌ଷ୍ଟାରେ ନିଜର ଏକ ବିଚ୍‌ ଫଟୋ ସେୟାର କରିଛନ୍ତି । ଫଟୋ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ମୋତେ ଭିଟାମିନ୍‌ ସି ଆବଶ୍ୟକ ।’ ସେ ଏବେ ବିଜି ସିଡୁ୍ୟଲ୍‌ରୁ ବ୍ରେକ୍‌ ନେଇ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିବା ଚର୍ଚ୍ଚା ହେଉଛି । ଇଲିୟାନା ଏବେ ବୟଫ୍ରେଣ୍ଡ୍‌ ଏଣ୍ଡ୍ରୁ୍ୟ ନିବୋନ୍‌ଙ୍କଠାରୁ ଅଲଗା ହୋଇଯାଇଛନ୍ତି । ସେ ଅଭିଷେକ ବଚ୍ଚନଙ୍କ ଅପୋଜିଟ୍‌ରେ ‘ଦ ବିଗ୍‌ ବୁଲ୍‌’ରେ ନଜର ଆସିବେ । ଫିଲ୍ମରେ ନିକିତା ଦତ୍ତା, ଲେଖା ପ୍ରଜାପତି ଓ ସୋହମ ଶାହଙ୍କ ଭଳି ଅଭିନେତା ମୁଖ୍ୟ ଭୂମିକାରେ ରହିଛନ୍ତି । ଚଳିତ ବର୍ଷ ଅକେଫାବର ୨ରେ ଫିଲ୍ମ ରିଲିଜ୍‌ ହୋଇପାରେ ।

Leave A Reply