Odisha news

ଏଣିକି ଫୁଲବାଣୀ ସହରରେ ସିସିଟିଭି ଜଗିବ ଅପରାଧିଙ୍କୁ ଫୁଲବାଣୀ ସହରରେ ଲାଗିଲା ସିସିଟିଭି

0

ପୁଲବାଣୀ,୦୭/୦୨ ଫୁଲବାଣୀ ସହରରେ ଦିନକୁ ଦିନ ଚୋରୀ, ଡକାୟତି, ଲୁଟ ବଢିବା ସହ ଏମାନଙ୍କୁ ଧରିବା ପୋଲିସ ପାଇଁ ଚାଲେଂଜ ସୃଷ୍ଟି କରୁଥିଲା । ଲୁଟେରାଙ୍କୁ ଧରିବା ମଧ୍ୟ ମୁସ୍କିଲ ହୋଇପଡୁଥିଲା । କେବଳ ସେତିକି ନୁହେଁ ଦୃତଗତିରେ ଗାଡିଚାଳକଙ୍କ ସଂଖ୍ୟା ମଧ୍ୟ ବଢୁଥିଲା । ହେଲେ ଏବେ ସହରରେ ୯ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ଲଗାଯାଇଛି । ଫୁଲବାଣୀ ସହରର ଗୋପବନ୍ଧୁ ଛକ, ବସଷ୍ଟାଣ୍ଡ ଛକ, ଏଫସିଆଇ ଛକ, ଜଗନ୍ନାଥ ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, କଲେଜ ଛକ, କୋର୍ଟ ଛକରେ ସିସିଟିଭି ଲଗାଯାଇଥିବା ଜଣାପଡିଛି । ଫଳରେ ଅପରାଧ ହ୍ରାସ ପାଇବ ବୋଲି ପୋଲିସ ଆଶା କରିଛି । ସିସିଟିଭି ଲାଗିବା ଫଳରେ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶିଯାଇଛି । ସିସିଟିଭି ଏବେ ୨୪ଘଂଟା ସେମାନଙ୍କୁ ଜଗିବ । ଟାଉନଥାନାରେ ଏସବୁ ସିସିଟିଭିର ମନିଟରିଂ ହେବ । ଫଳରେ ହେଲମେଟ ପିନ୍ଧିନଥିବା ବାଇକ ଚାଳକ କିମ୍ବା ଦୃତଗତିରେ ବାଇକ ଚଳାଉଥିବା ଯୁବକ ମାନଙ୍କୁ ମଧ୍ୟ ଧରିବ ପୋଲିସ । ସିଧାସଳଖ ଘରକୁ ଚାଲାଣ ଯିବ । ଗାଡି ନମ୍ବର ଗୁଡିକ ସିସିଟିଭିରେ କଏଦ ହେବା ପରେ ସେଠାରୁ ଠିକଣା ବାହାର କରି ଘର ଠିକଣାରେ ଚାଲାଣ ଡିପୋଜିଟ କରିବାକୁ ନୋଟିସ ଯିବ । ଯାହାଦ୍ୱାରା ଏଣିକି ସହରରେ ଆଉ ଦୃତଗତିରେ ବାଇକ ଚଳାଇବା ବନ୍ଦ ହୋଇଯିବ । ବାଇକ ଚାଳକ ହେଲମେଟ ମଧ୍ୟ ପିନ୍ଧିବାକୁ ବାଧ୍ୟହେବେ । ସିସିଟିଭି ବ୍ୟବସ୍ଥାକୁ କନ୍ଧମାଳ ପିପୁଲ୍ସ ଫରୋମ ଆବାହକ ସୁନିଲ ପଟ୍ଟନାୟକ, ସଭାପତି ରାଧାମୋହନ ମହାପାତ୍ର, ସମାଜସେବୀ ବୈଦ୍ୟନାଥ ଖଟୁଆ, ଅଶୋକ ପରୀଡା ପ୍ରମୁଖ ସ୍ୱାଗତ କରିଛନ୍ତି । ଏଥିସହ ସିସିଟିଭି ଗୁଡିକର ସଠିକ୍ ରକ୍ଷଣା ବେକ୍ଷଣ ସହ ପରିଚାଳନା କରିବାକୁ ମତବ୍ୟକ୍ତ କରିଛନ୍ତି ।

Leave A Reply