Odisha news

ଲଘୁଚାପ ବର୍ଷାରେ ଗେଙ୍ଗୁଟି ନଦୀର ପଥର ପ୍ୟାକିଂ ଧସିଲା : ପୁଣିଏକ ଲଘୁଚାପ ଭୟରେ ନଦୀ କୂଳିଆ ଲୋକେ ଆତଙ୍କିତ

0

ଧାମନଗର : ଧାମନଗରର ଦୁଃଖ ବୈତରଣୀ ନଦୀର ବନ୍ୟା ଦାଉରୁ ରକ୍ଷା କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଜଳ ସମ୍ପଦ ବିଭାଗର କେତେକ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଥିବା ଅସାଧୁ ସମ୍ପର୍କ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ୁଥିବା ଜଣାଯାଇଛି । ବୈତରଣୀର ଶାଖା ଗେଙ୍ଗୁଟି ନଦୀର ଉଭୟ ବାମ ଓ ଦକ୍ଷୀଣ ପାଶ୍ୱର୍ ନଦୀବନ୍ଧ ସୁଦୃଢିକରଣ କରିବାପାଇଁ ଚାଲିଥିବା କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ନଦୀବନ୍ଧ ଓ ପଥର ପ୍ୟାକିଂ ବାରମ୍ବାର ଧସୁଛି ।  ଗତ ଲଘୁଚାପ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବାବେଳେ ଗେଙ୍ଗୁଟି ନଦୀର ବାମପାଶ୍ୱର୍ ବନ୍ଧ ପଥର ପ୍ୟାକିଂ ରାମେଶ୍ୱରପୁର ଠାରେ  ପ୍ରାୟ ୨ଶହ ମିଟରରୁ ଉଦ୍ଧ୍ୱର୍ ଧସିଥିବାବେଳେ ପୁଣି ଏକ ଲଘୁ·ପ ସମ୍ପୃକ୍ତ ନଦୀକୂଳିଆ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ଖବରନେବାରୁ ଜଣାଯାଇଛିଯେ ନାବାର୍ଡ଼ ସହାୟତାରେ ବୈତରଣୀର ଶାଖା ଗେଙ୍ଗୁଟି ନଦୀର ଉଭୟ ବାମ ଓ ଦକ୍ଷିଣପାଶ୍ୱର୍ ବନ୍ଧକୁ ସୁଦୃଢ ଓ ସୁରକ୍ଷା ବନ୍ଧରେ ପରିଣତ କରିବାପାଇଁ ପ୍ରାୟ ୩୦କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟରେ ୪ଟି ପ୍ରକଳ୍ପ କାର୍ଯ୍ୟ କରୁଛି ।  ଗେଙ୍ଗୁଟି ନଦୀର ଦକ୍ଷୀଣପାର୍ଶ୍ୱର ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ଠାରୁ ନନ୍ଦୀପୁର ପର୍ଯ୍ୟନ୍ତ ପ୍ରାୟ ୭କୋଟି ୮୯ଲକ୍ଷ ଟଙ୍କା ବ୍ୟୟରେ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ନନ୍ଦୀପୁର ଠାରୁ କଣ୍ଟିଦୋଳ ପର୍ଯ୍ୟନ୍ତ ସେହି ବନ୍ଧର ପ୍ରାୟ ୭କୋଟି ୪୮ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ଗେଙ୍ଗୁଟି ନଦୀର ବାମପାଶ୍ୱର୍ ଗୋବିନ୍ଦା ଗଢିଆ ଠାରୁ ରାମେଶ୍ୱରପୁର ପର୍ଯ୍ୟନ୍ତ ପ୍ରାୟ ୭କୋଟି ୪୬ଲକ୍ଷ ଟଙ୍କା ବ୍ୟୟରେ ମରାମତି ଓ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାମେଶ୍ୱରପୁର ଠାରୁ ପାଟୁଳି ପର୍ଯ୍ୟନ୍ତ ପ୍ରାୟ ୮କୋଟି ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ·ଲିଛି ।

ଏହି ସମସ୍ତ ୪ଗୋଟି ପ୍ରକଳ୍ପର ଅବଧି ଗତ ଏପ୍ରିଲ ଓ ମଇ ମାସରୁ ପୁରିଯାଇଥିଲେବି କୌଣସି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିନାହିଁ । କରୋନା କଟକଣା ଆଳ ଦେଖାଇ ଏହି କାର୍ଯ୍ୟଗୁଡ଼ିକ ମନ୍ଥର ଗତିରେ କରାଯାଉଥିବାବେଳେ ଏଥିପାଇଁ ଠିକାଦାର ଓ ଜଳସମ୍ପଦ ବିଭାଗ ସ୍ଥାନୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଦୀର୍ଘବର୍ଷ ଧରି ଧାମନଗର ଜଳସମ୍ପଦ ବିଭାଗରେ କାର୍ଯ୍ୟକରୁଥିବା ଜଣେ ଯନ୍ତ୍ରୀ ମାତ୍ର କେଇମାସ ପାଇଁ ବଦଳି ହୋଇ ପୁର୍ନବାର ଧାମନଗର ବିଭାଗୀୟ କାର୍ଯ୍ୟଳୟରେ ଅବସ୍ଥାପିତ ହୋଇଥିବାବେଳେ ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ତିନୋଟି କାର୍ଯ୍ୟ ଦାୟିତ୍ୱରେ ଅଛନ୍ତି ।

ନଦୀବନ୍ଧରେ ହେଉଥିବା ମାଟିକାମରେ ରୋଲର କିମ୍ବା ଭାଇବ୍ରେଟର ବ୍ୟବହାର କରାଯାଉନଥିବାବେଳେ ପଥର ପ୍ୟାକିଂ ତୃଟିପୁର୍ଣ୍ଣଭାବରେ କରାଯାଉଛି । ଫଳରେ ପଥର ପ୍ୟାକିଂ ଓ ନଦୀବନ୍ଧ ବିଭିନ୍ନ ସ୍ଥାନରେ ବାରମ୍ବାର ଧସୁଛି । ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପ·ରିବାରୁ ଠିକାଦାରଙ୍କ କାର୍ଯ୍ୟ ସରିନାହି ଯେତେଥର ଧସିଲେ ସେ ପୁଣି ମରାମତି କରିବେ ବୋଲି ଅତି ଦାୟିତ୍ୱହୀନ ଉତ୍ତର ମିଳୁଛି । ଚଳିତ ବର୍ଷ ନଦୀରେ ବନ୍ୟା ଆସିନଥିବାରୁ  ଉକ୍ତ ନଦୀବନ୍ଧରେ ଘାଇ ସୃଷ୍ଟି ହେବାଭଳି କୌଣସି ଅଘଟଣ ଘଟିନଥିବାବେଳେ ଅନିଶ୍ଚିତ ଭବିଷ୍ୟତକୁ ଅନାଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସରକାରୀ ଅର୍ଥକୁ ସଠିକ୍ ବିନିଯୋଗ ନକରି ବନ୍ୟାଞ୍ଚଳ ଜନସାଧାରଣଙ୍କ ସହିତ ଖେଳୁଥିବା ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି

Leave A Reply