ଆଫ୍ରିକୀ ଦେଶ ମାଲୀରେ ସେନାଙ୍କ ବିଦ୍ରୋହ , ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବନ୍ଦୀ କଲେ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକା ଦେଶ ମାଲୀରେ ସେନା ମାନେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି l ମଙ୍ଗଳବାର ଦିନ ସନ୍ଧ୍ୟା ଓ ରାତିରେ ରାଜଧାନୀ ଵାମlକୋରେ ବିଦ୍ରୋହୀ ସୈନିକ ମାନେ ଫାଇରିଙ୍ଗ କରିବାକୁ ଆରମ୍ଭ କରିଥିଲେ ଓ ସେଠାରେ ଥିବା ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀ ଭବନକୁ ଘେରି ,ରାଷ୍ଟ୍ରପତି ଇବ୍ରାହିମ ବାଉକର ଓ ପ୍ରଧାନମନ୍ତ୍ରୀ ବାଉବୋ ସୀସେଙ୍କୁ ବନ୍ଧକ କରି ରଖିଛନ୍ତି l ବର୍ତମାନ ସାରା ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି l
ମାଲୀର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବହୁତ ଦୀର୍ଘ ସମୟରୁ ପ୍ରଦର୍ଶନ ଜାରି ରହିଥିଲା l ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କୁ ପଦରୁ ହଟିବ ପାଇଁ ଦାବି କରି ଆସୁଥିଲେ l କିନ୍ତୁ ବର୍ତମାନ ସେଠାରେ ହିଂସାତ୍ମକ ଅବସ୍ଥା ଜାରି ରହିଛି l ମିଳିଥିବା ସୂଚନାରୁ ଜଣ ପଡିଛି ଯେ ବିଦ୍ରୋହୀ ସୈନିକ ମାନେ ମାଲୀର ରାଷ୍ଟ୍ରପତିଙ୍କ ଅବାସକୁ ଘେରି ରହି ଫାଇରିଙ୍ଗ କରୁଛନ୍ତି l ମାଲୀରେ ଏହି ରାଜନୈତିକ ଅସ୍ଥିରତା ଆର୍ମିରେ କେନ୍ଦ୍ର ରହିଥିବା କାଟି ସହରରୁ ଆରମ୍ଭ ହୋଇଛି l ଏଠାରେ ସୈନିକ ମାନେ ଅସ୍ତ୍ରାଗାର ଭିତରେ ପଶି ହାତିଆରକୁ କବ୍ଜା କରି ନେଇଥିଲେ ଓ ଏହା ପରେ ଉଚପଦସ୍ଥା ସେନା ଅଧିକାରୀ ମାନଙ୍କୁ ବନ୍ଧକ ବଣାଇଥିଲେ l
ଦେଖୁଦେଖୁ ସାରା ସହରରେ ସରକାର ବିରୋଧୀ ପ୍ରଦର୍ଶନ କରି ରାସ୍ତାକୁ ବାହାରି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରିଥିଲେ l ଏହା ସହିତ ପ୍ରଦର୍ଶନ କାରି ମାଲୀର ନ୍ୟାୟ ମନ୍ତ୍ରୀଙ୍କ ଘରକୁ ନିଅଁରେ ପୋଡି ଦେଇଛନ୍ତି l ଏହା ମଧ୍ୟରେ ମାଲୀର ପ୍ରଧାନମନ୍ତ୍ରୀ ସୈନିକ ମାନଙ୍କୁ ହତିଆର ପରି ତ୍ୟାଗ କରି ଶାନ୍ତି ରଖିବା ପାଇଁ ଅପିଲ କରିଛନ୍ତି ,କିନ୍ତୁ ପ୍ରଦର୍ଶନ କରି ତାଙ୍କ କଥାରେ ଗୁରୁତ୍ୱ ନଦେଇ ପ୍ରଦର୍ଶନ ଜାରି ରଖିଛନ୍ତି l ଏହା ପୂର୍ବରୁ ସଶସ୍ତ୍ର ସୈନିକ ମାନେ ସରକାରୀ କାର୍ଯ୍ୟାଳୟ ଗୁଡିକରେ କବ୍ଜା କରିଥିଲେ l ମାଲୀ ଫ୍ରାନ୍ସର ଉପନିବେଶ ଥିଲା l ମାଲୀରେ ୨୦୧୨ ରେ ରାଜନୈତିକ ଦଳ ପରିବର୍ତନ ହୋଇଥିଲା ଓ ସେହି ସ୍ବାମୟରେ ସେଠାରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇବାକୁ ଲାଗିଥିଲା l ସଂଯୁକ୍ତ ରାଷ୍ଟ୍ର ବିଦ୍ରୋହୀ ସୈନିକ ମାନଙ୍କୁ ଅପିଲ କରିଛି ଯେ ବିନା ସର୍ତ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମୁକ୍ତ କରି ଦିଅନ୍ତୁ l