Odisha news

କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କଲା ଅଶୋକ ଦାସ ଫାଉଣ୍ଡେସନ

0

ଦଶରଥପୁର  : କରୋନା ସଂକ୍ରମଣକୁ ରୋକିବା ଦିଗରେ ଦଶରଥପୁର ବ୍ଲକ କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟର ସଭାକକ୍ଷରେ ବିଡିଓ ନାରାୟଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତହସିଲଦାର ସୌଭାଗ୍ୟ କୁମାର ବେହେରା, ମଂଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଉମାକାନ୍ତ ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷା ସୁଜାତା ସାହୁ, ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସବ୍ୟସାଚି ମହାପାତ୍ର ଏବଂ ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ବ୍ଲକ ସ୍ତରରେ କରୋନା ମୁକାବିଲା କରିବାକୁ ନିର୍ମାଣ କରାଯାଇଥିବା ସଂଘରୋଧ କେନ୍ଦ୍ରକୁ ପରିଚାଳନା କରୁଥିବା ଜିଆରଏସ, ପିଇଓ ଏବଂ ଶିକ୍ଷକ, ସଚେତନତା ସୃଷ୍ଟି କରିବା ଦିଗରେ ଆଶା, ଅଙ୍ଗନୱାଡି କର୍ମୀ, ସାନିଟାଇଜର,ମାକ୍ସ, ଫିିନାଇଲ ତିଆରି କରି ଖୁବ କମ ମୂଲ୍ୟରେ ବିକ୍ରି କରିଥିବା ମହିଳା ସୟଂସହାୟିକା ଗୋଷ୍ଠି, ଜିବିକା ମିଶନ ବିଭାଗ, ଚିକିତ୍ସା  ଦିଗରେ ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ଡାକ୍ତର ଏବଂ ଶାନ୍ତି ଶୃଙ୍ଖଳା ଦିଗରେ ପୁଲିସ କର୍ମଚାରୀମାନଙ୍କୁ ଅଥିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମଂଗଳପୁର ମେଡିକାଲର ଡାକ୍ତର ଶଙ୍କର ପ୍ରିୟଦର୍ଶନ ନାୟକ, ଡ଼ ଝରଣା ଦଳାଇ,ଡ଼ ଜୟପ୍ରକାଶ ମିଶ୍ର, ବନିତା ଦାସ, ମଂଗଳପୁର ଥାନାର ଏସଆଇ ହରିଶ ସିଂ, ଏଏସଆଇ ସନ୍ତୋଷ କୁମାର ସିଂ, ପ୍ଲାବନ ମହାପାତ୍ର, ନିହାର ରାଉତରାୟ, ସୁପରଭାଇଜର ଶୁଭଶ୍ରୀ ମହଲ, ଜିବିକା ମିଶନ ପକ୍ଷରୁ ମିନତି ସାମଲ, ସିତାରାମ ସାହୁଙ୍କ ସମେତ ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟ କର୍ମଚାରୀ, ବ୍ଲକ, ତହସିଲ କର୍ମଚାରୀ, ଜିଆରଏସ, ପିଇଓ, ପୁଲିସ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ଉପଦୌକନ ଆଦି ପ୍ରଦାନ କରାଯାଇ ଚିକିତ୍ସାହିତ କରାଯାଇଥିଲା ।

Leave A Reply