ସାଲେପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ କଟୁରୀରେ ହାଣି ଗୁରୁତର ଆହତ କରି ୩ମାସ ତଳେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଯୁବକକୁ ଆଜି ସାଲେପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ ପ୍ରାୟ ୨/୩ମାସ ତଳେ ନାନେ୍ଦାଳ ଅଞ୍ଚଳର ମିଟୁ ଭୋଇଙ୍କୁ ଉକ୍ତ ଗ୍ରାମର ମନୋଜ ଭୋଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ କଟୁରୀରେ ହାଣି ଗୁରୁତର ଆହତ କରିଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଗ୍ରହଣ କରି ସାଲେପୁର ପୁଲିସ ଥାନା କେଶ୍ ନଂ୧୬୯/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ଆସାମୀ ଉକ୍ତ ଦିନ ଠାରୁ ଫେରାର ହୋଇଯାଇଥିବାବେଳେ ଗତକାଲି ସାଲେପୁର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସାମୀଙ୍କ ଘର ଉପରେ ଚଢ଼ଉ କରି ଆସାମୀ ମନୋଜ ଭୋଇକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି