Odisha news

ଲଗାଣ ବର୍ଷାରେ ଠାକୁରମୁଣ୍ଡା ଅଞ୍ଚଳରେ ୨୧ ଜଣଙ୍କର ଭୁଶୁଡ଼ିଲା ଘର କାନ୍ଥ ଓ ଛପର ।

0

ଠାକୁରମୁଣ୍ଡା ,୨୦/୦୮ : ଲଘୁଚାପ ଜନିତ ବର୍ଷା କାରଣ ରୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅଞ୍ଚଳରେ ୨୧ ଜଣଙ୍କର ଆଂଶିକ ଘରର କାନ୍ଥ ଭାଙ୍ଗି ଯାଇଥିବା ତହସିଲ ପକ୍ଷରୁ ସୂଚନା। ସେଥିମଧ୍ୟରୁ ୧୫ଟି କଚା ଘର, ୩ଟି ଗୁହାଳ ଘର ଓ ୩ଟି କୁଡିଆ ଘର ଭାଙ୍ଗି ଯାଇଥିବା ଜଣାପଡିଛି।

ଶୁକ୍ରବାର ରାତି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାତିରେ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମର ୪ ଜଣ ଲୋକଙ୍କ ଘର ର କାନ୍ଥ ଭୁଶୁଡି ପଡିଛି।କାନ୍ଥ ପଡି କାହାର କିଛି କ୍ଷତି ହୋଈ ନଥିବାର ଜଣା ପଡ଼ିଛି। ସିଲାଇ ବଦ୍ରା, ରେଙ୍ଗ ବଦ୍ରା,ଶୁକ୍ରା ପୂର୍ତ୍ତି, ଜାମ୍ବଈ ବଦ୍ରା ଙ୍କ ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ,  ଖବର ପାଇ ସ୍ଥାନୀୟ ସରପଞ୍ଚ ବିକ୍ରମ ପିଙ୍ଗୁଆ ଗ୍ରାମକୁ ଯାଇ ବୁଲି ଦେଖିବା ସହ ରାଜସ୍ୱ ନିରୀକ୍ଷକ ଙ୍କୁ ଏ ସମ୍ପର୍କରେ ଖବର ଦେଇଛନ୍ତି।

ଘୋଡାବିନ୍ଧା ଗ୍ରାମରବିଜୟ ସିଂ ପୁର୍ତ୍ତି, ବିରେନ୍ଦ୍ର ହେମ୍ବ୍ରମ ଜିତେନ୍ଦ୍ର ହନହାଗା ଙ୍କ କଚା ଘରର ଆଂଶିକ ଭାଙ୍ଗି ଯାଇଛି। ସେହିପରି ଠାକୁରମୁଣ୍ଡା ର ମହେଶ ରାମର ରୋଷେଇ ଘର, ଭରାଣ୍ଡିଆ ଗ୍ରାମର ରମଣି ପାତ୍ର କଚାଘର ଆଂଶିକ କ୍ଷତି ହୋଇଥିବା ବେଳେ କେଶଡିହା ଗ୍ରାମର ରସିକ ଶୁଣ୍ଡି ,  ମିଟୁଆଣି ର କୁନୁ ଦଳଦଳିଆ ର ଘରର କାନ୍ଥ ଭାଙ୍ଗି ଯାଇଛି। ତରାମରା ଗ୍ରାମର ସୁକାନ୍ତି ନାଏକ, ହାଣ୍ଡିଫୁଟା ଗ୍ରାମର ଚକ୍ରଧର ଗିରି କଚାଘର ଭାଙ୍ଗିଥିଲା ବେଳେ ରୁଗୁଡିବେଡା ର ହରେକୃଷ୍ଣ ବାରିକ ର ରୋଷେଇ ଘର, ଖମଡିହା ଗ୍ରାମର ଗଗନ୍ ପଇଦା ର କଚାଘର ଭାଙ୍ଗି ଯାଇଥିବାର ବିଭାଗ ପକ୍ଷରୁ ସୂଚନା।

Nalco
Leave A Reply