ମାର୍ଶାଘାଇ : ମାର୍ଶାଘାଇ ବ୍ଲକ ରାଘବପୁର ପଂଚାୟତ ମାଣ୍ଡିଆ ଗ୍ରାମର ଟହଲି ଚନ୍ଦ୍ର ସାହୁ (୭୫) ଚିତ୍ରୋତ୍ପଳା ନଦୀରେ ସ୍ନାନ କରୁଥିବା ସମୟରେ ବନ୍ୟା ସ୍ରୋତରେ ଭାସି ଯାଇ ନିଖୋଜ ଅଛନ୍ତି l ଶନିବାର ମଧ୍ୟାହ୍ନରେ ନଦୀକୁ ସ୍ନାନ କରିବାକୁ ଯାଇଥିଲେ, ଗୋଡ଼ ଖସି ଯିବାରୁ ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ଖବର ପାଇଁ କୋରୁଆ ଓ ମାର୍ଶାଘାଇ ଅଗ୍ନିଶମ ବାହିନୀ ନଦୀରେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିନାହିଁ l
