Odisha news

ତାଳଚେର , ବିମଳାଗଡ ରେଳପଥ ନିର୍ମାଣରେ ଆହୁରୀ ଲାଗିବ ଚାରି ଦଶନ୍ଧି : ୧୭ ବର୍ଷରେ ୪୩ କିମି ବାକି ଅଛି ୧୦୬ କି.ମି.

0

ତାଳଚେର:  ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳପଥର ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଗତିରେ ଚାଲିଛି ଯେ କେବେ ଶେଷ ହେବ, ସେ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଆରମ୍ଭ ହେବାର ୧୭ ବର୍ଷ ମଧ୍ୟରେ ମାତ୍ର ୪୩ କିମିର କାମ ଶେଷ ହୋଇଛି । ଅର୍ଥାତ ବର୍ଷକୁ ପାଖାପାଖି ୨.୫ କିମି କାମ ହେଉଛି । ଅବଶିଷ୍ଟ ବାକି ଥିବା ୧୦୬ କି.ମି. ନିର୍ମାଣକୁ ଆହୁରୀ ୪୨ ବର୍ଷ ଲାଗିବବୋଲି ଅନୁମାନ କରାଯାଉଛି । ପ୍ରତି ବର୍ଷ ରେଳ ବଜେଟ୍ରେ ଏହି ରେଳପଥ ପାଇଁ ଅନୁଦାନ ରାଶି ବଢିଛି । ୨୦୦୩-୦୪ ଆଜି ପର୍ଯ୍ୟନ୍ତ, ଅର୍ଥତ୍ ୧୭ ବର୍ଷରେ ମୋଟ ୧୪୯୦ କୋଟି ଟଙ୍କା ଆସିଛି ନିର୍ମାଣ ପାଇଁ । କିନ୍ତୁ ବଡ ବିଡମ୍ବନା ଯେ ସେଥିରୁ ଫେରିଯାଇଛି ୧୨୧୩ କୋଟି । ଅର୍ଥାତ୍ ଖର୍ଚ୍ଚ ହୋଇଛି ମାତ୍ର ୨୭୬.୧୫ କୋଟି ଟଙ୍କା । ଏହାର ନିର୍ମାଣରେ ବଡ ବାଧକ ସାଜିଛି ଜମି ଅଧିଗ୍ରହଣ । ପ୍ରକଳ୍ପ ପାଇଁ ମୋଟ ୨୦୦୮ ଏକର ଘରୋଇ, ସରକାର ଓ ଜଙ୍ଗଲ ଜମି ଅଧିଗ୍ରହଣ କରିବାକୁ ଥିବାବେଳେ ଅଧିଗ୍ରହଣ ହୋଇଛି ୧୫୦୭ ଏକର  ଏବେ ବି ୫୦୧ ଏକର ଜମି ଅଧିଗ୍ରହଣ ହେବାକୁ ବାକି ରହିଛି । ତେଣୁ ଏଥିପାଇଁ ଆଉ କେତେ ବର୍ଷ ଲାଗିବ କାହା ପାଖରେ ଉତର ନାହିଁ ।

ଏହି ରେଳ ପ୍ରକଳ୍ପ ପାଇଁ ଆରମ୍ଭରେ ମୋଟ ୭୨୬ କୋଟି ଟଙ୍କା ବ୍ୟୟ ହେବ ବୋଲି କୁହାଯାଉଥିଲା । ପ୍ରଥମ ପର୍ଯ୍ୟୟରେ ତାଳଚେରରୁ ସୁନାଖଣି ଷ୍ଟେସନ ପର୍ଯ୍ୟନ୍ତ ପା୍ରୟ ୨୦ କିମି ୨୦୦୭-୦୮ଜୁନରେ ଶେଷ ହୋଇଛି । ସୁନା ଖଣିରୁ ବିମଳାଗଡ ପର୍ଯ୍ୟନ୍ତ କାମ ୨୦୧୮ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପଯୁକ୍ତ ସମନ୍ୱୟ ଅଭାବରୁ ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନାହିଁ । ସୁନ୍ଦରଗଡ ଜିଲ୍ଲାରେ ଘରୋଇ ଜମି ୨୦୨ ଏକର, ଜଙ୍ଗଲ ଜମି ୧୯୨ ଏକର,  ସରକାରୀ ଜମି ୮୧ ଏକର ଓ ଜଙ୍ଗଲ ଜମି ୧୮୨ ଏକର ଅଧିଗ୍ରହଣ କରିବାକୁ ବାକି ଅଛି । ପୂର୍ବରୁ ଅବସର ପା୍ରପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ସିଂହଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଥିବାବେଳେ ରାଜ୍ୟ ସରକାର ୨୦୧୯ ଅକ୍ଟୋବରରେ ତାଙ୍କୁ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ଏବେ ପ୍ରମୋଦ କୁମାର ଉର୍ମି ଜମି ଅଧିଗ୍ରହଣ କାର୍ଯ୍ୟକୁ ଆଗେଇ ନେବାରେ କେତେ ସକ୍ଷମ ହେଉଛନ୍ତି ତାହା ସମୟ କହିବ । ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପ୍ରତିଷ୍ଠା ପାଇଁ ଜର୍ମାନୀରୁ ଆବଶ୍ୟକ ବଡ ବଡ ଯନ୍ତ୍ରପାତିକୁ ଜଳପଥରେ ଆଣିବାକୁ ପଡିଥିଲା । ବମ୍ବେ ବା ଭାଇଯାଗ ବନ୍ଦରରୁ ସେଗୁଡିକୁ ରାଉରକେଲା ପର୍ଯ୍ୟନ୍ତ କଷ୍ଟକର ବ୍ୟାପାର ଥିଲା ।

ଏଥିପାଇଁ ଜର୍ମାନୀ ଇଂଜିନିୟର ମାନେ ପାରାଦୀପ ବନ୍ଦରକୁ ବୃହତ ବନ୍ଦରରେ ପରିଣତ କରି ତାହାକୁ ରେଳପଥ ସଂଯୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଜର୍ମାନୀ ଇଂଞ୍ଜିନିୟର ମାନେ ତାଳଚେର-ବିମଳାଗଡ ରେଳପଥ ପାଇଁ ସର୍ଭେକରି ମୋଟ ୯୨ କିମି ରେଳଲାଇନ୍ ବିଚ୍ଛାଇବା ଲାଗି ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରିଥିଲେ । ତେବେ ତାହା ହୋଇ ନଥିଲା । ପରବର୍ତି ସମୟରେ ଅର୍ଥାତ୍ ୧୯୬୯ ଜାନୁଆରୀ ୨୫ରେ ଉକ୍ôଳ ଚାମ୍ବର ଅଫ୍ କର୍ମସ ଓ ଓଡିଶା ବଣିକ ସଂଘ ୪ର୍ଥ ପାଂଚ ବାର୍ଷିକ ଯୋଜନାରେ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ସପକ୍ଷରେ ଜନମତ ସୃଷ୍ଟି କରିବା ଉଦେ୍ଦ୍ୟଶ୍ୟରେ ରାଉରକେଲାରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା । ଏହି ଆନେ୍ଦାଳନ ଆଜି ମଧ୍ୟ ଜାରି ରହିଛି, କିନ୍ତୁ ଏଯାଏ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ମଝିରେ ଅନେକଥର ଏନେଇ ଲୋକଙ୍କୁ ପ୍ରତିଶୃତି ଦିଆଯାଇଛି ।୨୦୦୧-୦୨ରେ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ଏହି ରେଳପଥ ଦୈର୍ଘ୍ୟ ୧୫୪ କିମି ହେବ ଏବଂ ୬୦୬ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚହେବ ବୋଲି କହିଥିଲେ । ପୁଣି ୨୦୦୩-୦୪ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଉଦ୍ୟମରେ କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରାାଳୟଏହି ପ୍ରକଳ୍ପ କରିବାକୁ ଉସ୍ôାହ ଦେଖାଇଥିଲେ ।

ଇତି ମଧ୍ୟରେ ମୂଳ ଯୋଜନାରେ ୧୫୪ କିମିର ଏହି ରେଳପଥ ସମଲ ବି୍ରଜ ନିକଟ ୫କିମି ଟନେଲ୍ ପାଇଁ ୧୪୯ କିମି ହେବ ସ୍ଥିର କରାଯାଇଛି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସହମତିରେ ଅଭାବ କାରଣରୁ ପ୍ରକଳ୍ପଟି ଅଧାରେ ଅଟକି ଯାଇଛି । ଏହା ଏପରି ସ୍ଥଳରେ ଅଟକିଛି ଯେ ନିଷ୍ଠାପର ଉଦ୍ୟମ ବିନା ତାହାର ସମାଧାନ ନିକଟ ଭବିଷ୍ୟତରେ ସମ୍ବବ ମନେ ହେଉନାହିଁ  । ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟୟ ଅର୍ଥାତ ୨୦୦୩-୦୪ରେ ଜମି ଅଧିଗ୍ରହଣ ପାଇଁ ମାତ୍ର ୧ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୦୪-୦୫ ଆର୍ଥିକ ବର୍ଷରେ ୧ଲକ୍ଷ ବଢି ୧ କୋଟି ହୋଇଥିଲା । ଏମିତି ଭାବେ ୨୦୧୭-୧୮ରେ ସର୍ବାଧିକ ୨୯୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ୨୦୧୮-୧୯ରେ ଅନୁଦାନ ଅର୍ଥ ହା୍ରସ ପାଇ ୧୫୦ କୋଟିରେ ପହଂଚିଥିଲା ।୨୦୧୯ -୨୦ତାହା ପୁଣି ହ୍ରାସ ପାଇ ୧୪୦ କୋଟି ହୋଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ କି, ଏ ଅଂଚଳର ବିକାଶ ପାଇଁ ନେତା, ରାଜନେତା ଓ ପ୍ରଶାସନ ଏଥିପ୍ରତି କେତେ ଆନ୍ତରିକତା ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା । ରେଳପଥ ନିର୍ମାଣରେ ବିଳମ୍ବ ଯୋଗୁଁ ପଦ୍ମ ଘୁଂଚି ଘୁଂଚି ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହୈଉଛି ।

 

Leave A Reply

Your email address will not be published.