କେନ୍ଦ୍ରାପଡା : ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ କେନ୍ଦ୍ରାପଡା ଶାଖା ତରଫରୁ ଏକ ୭ ଦଫା ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ମଧ୍ୟରୁ ରାଜ୍ୟ ସରକାର ଘୋଷଣା କରିଥିବା ପଞ୍ଜିକୃତ ସମସ୍ତ ଶ୍ରମିକ୍କୁ ୧୫୦୦ ଟଙ୍କା ଲେଖାଏଁ ୩ ମାସର ଟଙ୍କା ପ୍ରଦାନ କରାଯିବା, ଏଥିସହିତ ଯେଉଁ ଶ୍ରମିକ ମାନେ ନିଜର ନାମ ପଞ୍ଜିକରଣ କରି ନାହାଁନ୍ତି ସେମାନଙ୍କୁ ପଞ୍ଜିକୃତ କରିବାକୁ ସମୟ ଦେବା, ବର୍ତମାନ ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ଶ୍ରମ ବିଭାଗ ତରଫରୁ ସେମାନଙ୍କର ପଞ୍ଜିକରଣ କରାଯାଇ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉ, ରାଜ୍ୟରେ ଯେଉଁ ଶ୍ରମିକ ମାନେ ପଞ୍ଜିକୃତ ହୋଇ ନାହାଁନ୍ତି ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଶ୍ରମ ପଞ୍ଜିରଣ କାର୍ଡ ପଡି ରହିଛି ସେଗୁଡିକୁ ଯଥାଶୀଘ୍ର ପଞ୍ଜିକରଣ କରାଯାଇ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରାଯାଉ ।
ନିର୍ମାଣ ଶ୍ରମିକ ମାନେ କୁଶଳତା ଅଭିବୃଦ୍ଧି ନିମନ୍ତେ ଲେବରନେଟ ଏବଂ ଅନ୍ୟାନ୍ୟ ସଂସ୍ଥା ତରଫରୁ ଟ୍ରେନିଙ୍ଗ ନେଇଥିଲେ ସେମାନଙ୍କୁ ସାଟିଫିକେଟ ପ୍ରଦାନ କରାଯିବା ସହ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି । ମଜଦୁର ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ପାଣି, ସଂପାଦକ ପ୍ରଶାନ୍ତ କୁମାର ତ୍ରୀପାଠୀ ପ୍ରମୁଖ ଜିଲ୍ଲା ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।