Odisha news

ନନ୍ଦିରା ନଦୀରେ ପାଉଁଶ ପାଣି ଛଡା ଯିବାକୁ ନେଇ ତୀବ୍ର ବିରୋଧ : ଗ୍ରାମବାସୀଙ୍କଜିଲ୍ଲା ପ୍ରଦୂଷଣ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

0

ଅନୁଗୁଳ: ଅନୁଗୁଳ ନାଲକୋ କମ୍ପାନୀ ଦ୍ୱାରା ନନ୍ଦିରା ନଦୀରେ ପାଉଁଶ ପାଣି ଛଡାଯିବାକୁ ନେଇ ନାଲକୋ ପାରିପାଶ୍ୱିର୍କ ଅଚଂଳର ଗ୍ରାମବାସୀ ମାନେ ଏହାର ତୀବ୍ର ବିରୋଧ କରିବା ସହ ଜିଲ୍ଲା ପ୍ରଦୂଷଣ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାଯାଇଛି । ନାଲକୋ ପାରିପାଶ୍ୱିର୍କ ଗ୍ରାମ ଯଥା କୁକୁଡାଙ୍ଗ, କୁରୁଡୁଲୁ, ଏକଘରିଆ, ରଙ୍କାସିଂହା, ରଜନୀପାଳ, କରବେରେଣୀ ଏବଂ ନୂଆସାହି ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ନାଲକୋରୁ ନିର୍ଗତ ପାଉଁଶ ପାଣି ଗ୍ରାମ ନିକଟସ୍ଥ ଦେଇ ଯାଇଥିବା ନନ୍ଦିରା ନଦୀରେ ମିଶୁଛି । ଯ ଦ୍ୱାରା ଏହି ନଦୀର ପାଣିକୁ ବ୍ୟବହାର କରି ଗ୍ରାମବାସୀ ମାନେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାଲକୋ ଆସପଣ୍ଡରୁ ପାଉଁଶ ଗୁଣ୍ଡ ଉଡି ଗ୍ରାମବାସୀଙ୍କ ଘର ଦ୍ୱାରରରେ ପଶିବା ସହ ପିଇବା ପାଣି, ଚାଷ ଜମି ଓ ଖାଦ୍ୟ ପଦାର୍ଥରେ ପଡି ବିଷାକ୍ତ ହେଉଛି ।

ଫଳରେ ଗ୍ରାମବାସୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ନାଲକୋର ଏଭଳି ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି । ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ମାନେ ବହୁବାର ଅଭିଯୋଗ କରିଥିଲେମଧ୍ୟ ନାଲକୋ କର୍ତୃପକ୍ଷ ଏଥିପ୍ରତି କୋ÷ଣସି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ନାଲକୋ ଦ୍ୱାରା ଆସପଣ୍ଡରୁ କରାଯାଇଥିବା ସଂଯୋଗ ପଥ ନନ୍ଦିରା ନଦୀକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ନାଲକୋ କର୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମଙ୍ଗଳବାର ଦିନ ପୂର୍ବତନ ସରପଚଂ ଅମିୟ ତ୍ରିପାଠୀଙ୍କକ ନେତୃତ୍ୱରେ କୁରୁଡୁଲୁର ପୂର୍ବତନ ସରପଚଂ ଦିବାକର ମହାଳିକ,କ୍ଷିରୋଦ ନାୟକ, ଉତମ ପ୍ରଧାନ ଏବଂ ଚନ୍ଦ୍ରକାନ୍ତ ଧଳଙ୍କ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲା ପ୍ରଦୂଷଣ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply