Odisha news

ପୂର୍ବତଟ ରେଳପଥ ସର୍ବଭାରତୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ରେଳବାଇ କର୍ମଚାରୀ ସଙ୍ଘ ପକ୍ଷରୁ ରେଳବାଇ ବୋର୍ଡ କାର୍ଯ୍ୟକାରୀ ନିର୍ଦେଶକଙ୍କୁ ଦାବିପତ୍ର

0

ପୂର୍ବତଟ ରେଳପଥ ସର୍ବଭାରତୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ରେଳବାଇ କର୍ମଚାରୀ ସଙ୍ଘ (AISCTREA) ପକ୍ଷରୁ ଏହାର ଜୋନାଲ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ସମ୍ପାଦକ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ନେତୃତ୍ୱରେ ଆଜି ରେଳସଦନ ଠାରେ ରେଳବାଇ ବୋର୍ଡ ମାନବ ସମ୍ବଳର କାର୍ଯ୍ୟକାରୀ ନିର୍ଦେଶକ (ରିଜର୍ଭେସନ) ଶ୍ରୀ ମନୋଜ କୁମାର ରାମଙ୍କୁ ଭେଟି ଛଅ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି | ମାନବ ସମ୍ବଳ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପାଇଁ ଶ୍ରୀ ରାମ ପୂର୍ବ ତଟ ରେଳ ଗସ୍ତରେ ଆସି ସମୀକ୍ଷା କରିଥିଲେ |

ପୂର୍ବତଟ ରେଳପଥ ସର୍ବଭାରତୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ରେଳବାଇ କର୍ମଚାରୀ ସଙ୍ଘର ଜୋନାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଶ୍ରୀ ରାମଙ୍କୁ ପଦୋନ୍ନତି, ଟ୍ରାନ୍ସଫର, PREM କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କ୍ୱାସି ଆଡମିନିଷ୍ଟ୍ରେଟିଭ୍ ସ୍ଥିତି, ଶାଖାସ୍ତର ପର୍ଯ୍ୟନ୍ତ କାର୍ଡ ପାସ୍ ସୁବିଧା ବିସ୍ତାର ଇତ୍ୟାଦି ଉପରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ |

Leave A Reply