• କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ଦୋହରା ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
• ସେକ୍ସନର ବ୍ୟସ୍ତବହୁଳ ଲେଭେଲ୍ କ୍ରସିଙ୍ଗ୍ ଫାଟକ ବାଟ ଦେଇ ଆସୁଥିବା ଯାନବାହନ ଗୁଡ଼ିକ ଉପରେ କୌଣସି ପ୍ରଭାବ ନପକାଇ ରାତ୍ରୀ ସମୟରେ ଦୋହରୀକରଣ କାର୍ଯ୍ୟ ଚାଲୁଅଛି ।
• ଦୋହରୀକରଣ ଦ୍ୱାରା ପ୍ଲାଣ୍ଟ୍ ମାନଙ୍କରୁ ପଣ୍ୟ ପରିବହନ ବୃଦ୍ଧି ପାଇବ ।
କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ୧୩.୫ କି.ମି. ଟ୍ରାକ୍ର ଦୋହରୀକରଣ କାର୍ଯ୍ୟ, ଯାହାକି ସମ୍ବଲପୁର – ତାଳଚେର ଲିଙ୍କ୍ ଦୋହରୀକରଣ କାର୍ଯ୍ୟର ଅଂଶବିଶେଷ, ତାହା ବର୍ତ୍ତମାନ ଦ୍ରୁତଗତିରେ ଆଗେଇ ଚାଲିଛି । ଜାନୁୟାରୀ ୨୦୨୧ ର ପ୍ରଥମ ସପ୍ତାହ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରେ । ଦୋହରୀକରଣ କାର୍ଯ୍ୟର ଅଂଶ ସ୍ୱରୂପ ଲେଭେଲ କ୍ରସିଙ୍ଗ୍ ଫାଟକ ସଂଖ୍ୟା ଏସ୍ଟି୧୦୦ କୁ ରାତ୍ରୀ ସମୟରେ ସାଢ଼େ ଚାରିଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଏହି ରାତ୍ରୀକାଳିନ ବନ୍ଦ ଏକ ଭିନ୍ନ ପ୍ରକାରର ଥିଲା । ଏହି ବ୍ୟସ୍ତବହୁଳ ଲେଭେଲ୍ କ୍ରସିଙ୍ଗ୍ ବାଟ ଦେଇ ଚାରି ଲକ୍ଷରୁ ଅଧିକ ଗାଡ଼ି ଯାତାୟାତ କରିଥାଏ । ଜିଲ୍ଲା ପ୍ରଶାସନଙ୍କ ସହାୟତା ତଥା ଅନୁମତି ଦ୍ୱାରା ତା ଡ଼ିସେମ୍ବର ୧୫ ରିଖ ୨୩ ଘଟିକା ରୁ ତା ଡ଼ିସେମ୍ବର ୧୬, ୨୦୨୦ ରିଖ ୦୩୨୦ ଘଟିକା ପର୍ଯ୍ୟନ୍ତ ରାତ୍ରୀକାଳିନ ବନ୍ଦ କରାଯାଇଥିଲା, ଯାହାଦ୍ୱାରା ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇନଥିଲା । ଓଡ଼ିଶା ପୋଲିସ୍ର ଗୋଟିଏ ପ୍ଲାଟୁନ୍ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଏହି କାର୍ଯ୍ୟକୁ କୌଣସି ପ୍ରକାର ଅଘଟଣ ବିନା ସଫଳ ରୂପେ ସମ୍ପନ୍ନ କରାଯାଇଥିଲା । ବର୍ତ୍ତମାନ କେରେଜାଙ୍ଗ ଓ ଅନୁଗୁଳ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମାପ୍ତିର ଦ୍ୱାରଦେଶରେ ଏବଂ ଡ଼ିସେମ୍ବର ୨୦୨୦ ଶେଷ ସୁଦ୍ଧା ରେଳ ନିରାପତ୍ତା କମିଶନର ନିରୀକ୍ଷଣ ପାଇଁ ଆସିପାରନ୍ତି । ପଣ୍ୟ ବୋଝେଇ ଦୃଷ୍ଟିରୁ ଏହି ରେଳପଥଟି ଅତି ମହତ୍ୱପୂର୍ଣ୍ଣ, ଯେହେତୁ ଏହା ଦ୍ୱାରା ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟ୍ ସାଇଡ଼ିଂ ରେ ହେଉଥିବା ୩ ମେଟ୍ରିକ୍ ଟନ୍ ପଣ୍ୟ କାରବାର ବୃଦ୍ଧି ପାଇ ୬ ମେଟ୍ରିକ୍ ଟନ୍ ହେବ । ଏହା ସମ୍ବଲପୁର – ତାଳଚେର ରୋଡ଼ ରେଳପଥର ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ୮୫.୩ କି.ମି. ଦୋହରୀକରଣ କାର୍ଯ୍ୟର ଏକ ଅଂଶବିଶେଷ । ଏଥି ସହିତ ସମ୍ବଲପୁର- ତାଳଚେର ରୋଡ଼ ଦୋହରୀକରଣ କାର୍ଯ୍ୟର ପାଖାପାଖି ୫୧ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଯିବ ।
Prev Post