Odisha news

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

0

● ଝାରସୁଗୁଡା ରୋଡ୍-ସମ୍ବଲପୁର-ଅନୁଗୁଳ ରେଳ ସେକ୍ସନରେ ଅସୁବିଧା ମୁକ୍ତ ଟ୍ରେନ୍ ଯାତାୟାତ ପାଇଁ ପ୍ରାଥମିକତା |

● ସରଲା ଠାରେ ନିୟମିତ ମରାମତି (ଆରଓଏଚ-ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା ପାଇଁ ନିର୍ମାଣ କାର୍ଯ୍ୟ ଯାଞ୍ଚ |

● ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ରେଳବାଇ ଅଧିକାରୀମାନଙ୍କୁ  ପରାମର୍ଶ |

● ସମ୍ବଲପୁରରେ ରେଳ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସମ୍ବଲପୁର ଅଞ୍ଚଳ ସହିତ ଅନୁଗୁଳ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଜରପଡା ଷ୍ଟେସନ ଠାରୁ ଝାରସୁଗୁଡା ରୋଡ଼ ଷ୍ଟେସନ ମଧ୍ୟରେ ରେଳ ମାର୍ଗ ସହିତ ଅନ୍ୟାନ ଭିତ୍ତିଭୂମି ନିରୀକ୍ଷଣ କରିବା ସହ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ଏହି ଅଞ୍ଚଳରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି |

ଶ୍ରୀ ଶର୍ମା ୱିଣ୍ଡୋ ଟ୍ରେଲିଂ ସହିତ ଜରପଡା ଠାରୁ ଝାରସୁଗୁଡା ରୋଡ୍ ମଧ୍ୟରେ ଥିବା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରି ଏହି ମାର୍ଗରେ ଥିବା ଷ୍ଟେସନ ମାନଙ୍କରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ସହିତ ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ଟ୍ରାଫିକ୍ ସୁବିଧା କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ |

ମହାପ୍ରବନ୍ଧକ ସରଲା ଠାରେ ନିୟମିତ ମରାମତି ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା (ଫ୍ରେଟ ଟ୍ରେନ ଏକ୍ଜାମିନେସନ ଉଇଥ ଆରଓଏଚ ଫାସିଲିଟି) ପାଇଁ ନିର୍ମାଣ ସ୍ଥାନ ଯାଞ୍ଚ କରିଥିଲେ ଓ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ସମୀକ୍ଷା କରିଥିବାବେଳେ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ନିର୍ମାଣାଧୀନ ରେଳ ପ୍ରକଳ୍ପ ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ | ସମୀକ୍ଷା ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବିନୀତ ସିଂହଙ୍କ ସହିତ ସମ୍ବଲପୁର ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଶ୍ରୀ ଶର୍ମାଙ୍କୁ ତାଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ |

ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳ ଅଧିକାରୀ ମାନଙ୍କୁ ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ଭାଗିଦାରୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସମାପନ ହୋଇପାରିବ |

Nalco
Leave A Reply