ନୂଆଦିଲ୍ଲୀ : ଭାରତୀୟ ରିଜରବ ବ୍ୟାଙ୍କ ର ଗଭର୍ନର ଶକ୍ତିକାନ୍ତ ଦାସ ଭାରତର ନାମିଦାମୀ ବ୍ୟବସାୟୀ ଓ କୋଟିପତି ବିକ୍ରମ ଅଡାନୀ ଙ୍କୁ ନେଇ ଦେଇଥିବା ଟିପ୍ପଣୀ ବେଶ ଚର୍ଚାରେ ରହିଛି l ସେ କହିଛନ୍ତି ଯେ ଗୋଟିଏ ମାତ୍ର କ୍ଳlଇଣ୍ଟ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ କୁ ତଳକୁ ଖସାଇ ପାରିବ ନାହିଁ , କାହିଁକି ନା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ଖୁବ ମାଜୁବୁତ ଅଟେ l ଅରବିଆଇ ଗଭର୍ନର କହିଛନ୍ତି ଯେ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ କମ୍ପାନୀ ର ମାର୍କେଟ କ୍ୟାପିଟାଲାଇଜେସନ ଆଧାରରେ ଚାଲୁ ନାହିଁ , ବରଂ ପ୍ରୋଜେକ୍ଟ ର ମୂଳ ସିଧାନ୍ତ କୁ ନେଇ ଚାଲୁଛି ଓ ତାହାକୁ ନେଇ ଲୋନ ଦେଉଛି l
ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କ ର କ୍ରେଡିଟ ଭଲ୍ୟୁଏସନ ରେ ସୁଧାର ଆସିଛି l ଅରବିଆଇ ର ଡେପୁଟି ଗଭର୍ନର ମହେଶ କୁମାର ଜଏନ କହିଛନ୍ତି ଯେ ବ୍ୟାଙ୍କ ର ଏକ୍ସପୋଜାର ଅନ୍ତର୍ନିହିତ ସମ୍ପତି ଉପରେ ଆଧାରିତ ଅଟେ ଓ ସେୟାର ଅନୁସାରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ୍ସପୋଜାର ମହତ୍ବହୀନ ଅଟନ୍ତି l ଗ୍ଲୋବାଲ କ୍ରେଡିଟ ରେଟିଙ୍ଗ ଏଜେନ୍ସି ଗୁଡିକ ମଙ୍ଗଳବାର ଦିନ କହିଥିଲେ ଯେ ଅଡାନୀ ଗ୍ରୁପ ପାଇଁ ଭାରତୀୟ ବ୍ୟାଙ୍କ ଏକ୍ସ ପୁଜାର ବ୍ୟାଙ୍କ ଗୁଡିକୁ ଷ୍ଟାଣ୍ଡ ଏଲୋନ କ୍ରେଡିଟ ପ୍ରୋଫାଇଲ ପାଇଁ କୌଣସି ବଡ ବିପଦ ଉପସ୍ଥାପନ କରି ନାହାନ୍ତି l ଅଡାନୀ ଙ୍କ ପାଇଁ ବ୍ୟାଙ୍କ ଏକ୍ସ ପୋଜର କିଛି ବଡ କଥା ନୁହେଁ l
