Odisha news

ପୂର୍ବତଟ ରେଳପଥ ପ୍ରଶାସନ ସହିତ ସର୍ବ ଭାରତୀୟ ଏସସି / ଏସଟି ରେଲୱେ କର୍ମଚାରୀ ସଂଗଠନ କ୍ଷେତ୍ରୀୟ (ଜୋନାଲ୍) ନିର୍ବାହୀ କମିଟିର ବୈଠକ

0

ଆଜି ରେଳ ସଦନ ଠାରେ ସର୍ବ ଭାରତୀୟ ଏସସି / ଏସଟି ରେଲୱେ କର୍ମଚାରୀ ସଂଗଠନ (ଏଆଇଏସସିଏସଟିଆରଇଏ)   କ୍ଷେତ୍ରୀୟ (ଜୋନାଲ୍) କାର୍ଯ୍ୟନିର୍ବାହୀ କମିଟିର ପ୍ରଥମ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା |

ଔପଚାରିକ ବୈଠକରେ ଏଆଇଏସସିଏସଟିଆରଇଏ ର କ୍ଷେତ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚନା କରିଥିଲେ |

ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଶ୍ରୀ ଏଲଭିଏସଏସ ପାତୃଡୁ, ସଂଯୋଜନା ଅଧିକାରୀ, ସଂଗଠନର କ୍ଷେତ୍ରୀୟ ସଭାପତି, କାର୍ଯ୍ୟକାରୀ ସଭାପତି, ସହ ସମ୍ପାଦକ ପ୍ରଭୁତି ଉପସ୍ଥିତ ରହି ଏହି ଆଲୋଚନାରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ

Ad2
Leave A Reply