Odisha news

ମତ୍ସ୍ୟଜୀବୀଙ୍କ ସହିତ ରାହୁଲ ଗାନ୍ଧୀ ଡେଇଁ ଥିଲେ ସମୁଦ୍ରକୁ , କରିଥିଲେ କିଛି ଏହିପରି କାର୍ଯ୍ୟ

0

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧୁବାର ଦିନ କେରଳ ଗସ୍ତରେ ଯାଇଥିଲେ l ସେ ସେଠାରେ କୋଲମ ଜିଲ୍ଲାରେ ମତ୍ସ୍ୟଜୀବୀଙ୍କ ସହିତ ସମୁଦ୍ରରେ ମାଛ ଧରିବାକୁ କୁଡି ପଡ଼ିଥିଲେ l ସେଠାରେ ସେ କେଉଟ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଓ ପୁଣି ନୌକାରେ ବସି ଥିଲେ l ଆଜିକାଲି ରାହୁଲ କେରଳ ଗସ୍ତରେ ଯାଇଛନ୍ତି ,କେରଳରେ ଚଳିତ ବର୍ଷ ବିଧାନ ସଭା ମତଦାନ ଅଛି l ତେଣୁ ବୁଧବାର ଦିନ ରାହୁଲ ଗାନ୍ଧୀ ଗୋଟିଏ ଅଲଗା ପ୍ରକାର ରୂପରେ ଦେଖା ଯାଇଥିଲେ l

ସେ କୋଲମ୍ ରେ ପହଂଚି କେଉଟ ମାନଙ୍କ ସହିତ ସମୁଦ୍ରକୁ ଯାଇଥିଲେ l ଏହି ସମୟରେ ତାଙ୍କୁ ମାଛ ଧରୁ ଥିବାର ଦେଖିବାକୁ ମିଳିଥିଲା l ସେ ମତ୍ସ୍ୟଜୀବୀ ମାନଙ୍କ ସହିତ ସମୁଦ୍ରକୁ ଜାଲ ଫିଙ୍ଗି ଥିବାର ଦେଖିବାକୁ ମିଳିଥିଲା l

ସେଠାରେ ସେ ମତ୍ସ୍ୟଜୀବୀ ମାନଙ୍କୁ କହିଥିଲେ ଯେ କେନ୍ଦ୍ର ସରକାର ଯେପରି କୃଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ମନ୍ତ୍ରଣାଳୟ ରଖିଛନ୍ତି ସେହିଭଳି ଆପଣ ମାନଙ୍କ ପାଇଁ ମଧ୍ୟ ମନ୍ତ୍ରଣାଳୟ ରଖିବା ଉଚିତ ,ଯାହାଦ୍ୱାରା ଆପଣଙ୍କ ସ୍ୱର କେନ୍ଦ୍ର ପାଖରେ ପହଞ୍ଚି ପାରିବ l ଏହା ପୂର୍ବରୁ ରାହୁଲ ଗାନ୍ଧୀ ପୁଡୁଚେରୀ ରେ ମଧ୍ୟ ମତ୍ସ୍ୟଜୀବ ମାନଙ୍କ ସହିତ ସାକ୍ଷାତ କରିଥିଲେ l ପ୍ରଭୁରୁ ମଧ୍ୟ ରାହୁଲ ନିଜର ଗୋଟିଏ ବ୍ୟାଙ୍କ ନେଇ ଚର୍ଚ୍ଚାରେ ରହିଥିଲେ l

Nalco
Leave A Reply