Odisha news

କତର ନେଲା ଏଭଳି ନିଷ୍ପତି : ଯାହାଦ୍ୱାରା ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟ ଶ୍ରମିକଙ୍କ ଜୀବନ ଜୀବୀକା ରହିବ ସଂକଟରେ

0

ନୂଆଦିଲ୍ଲୀ : ଶୂରା କାଉନ୍ସିଲର ସୁପାରିଶ ମୁତାବକ ,କଣ୍ଟ୍ରାକ୍ଟ ସମୟରେ ପ୍ରବାସୀ ଶ୍ରମିକମାନେ ନିଜର ଚାକିରୀ ବଦଳେଇ ପାରିବେ ନାହିଁ l ଏହା ବ୍ୟତୀତ କୌଣସି ଶ୍ରମିକ ନିଜ ପ୍ରବାସ ସମୟରେ କେତେଥର ଚାକିରୀ ପରିବର୍ତ୍ତନ କରିପାରିବେ ତାହାକୁ ମଧ୍ୟ ସୀମିତ କରି ଦିଆଯାଇଛି l କାଉନ୍ସିଲ ପକ୍ଷରୁ ଦାବି କରାଯାଇଛି ୧୫ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କୁ ଚାକିରୀ ପାଇଁ ଅନୁମତି ଦିଆ ନଯାଉ l ଏପରି ସ୍ଥଳେ ଅବୈଧ ଶ୍ରମିକଙ୍କ ପାଇଁ ମଧ୍ୟ କଡା ନିୟମ ଲାଗୁ ହୋଇପାରେ l

କତରରେ ୬,୩୦,୦୦୦ ରୁ ଅଧିକ ଭାରତୀୟ କାମ କରିଥାନ୍ତି l କତର ପକ୍ଷରୁ ୬ ମାସ ପୂର୍ବରୁ ନୂଆ ଶ୍ରମ ନିୟମର ଘୋଷଣା କରା ଯାଇଥିଲା l ଯାହା ଅନୁସାରେ ସର୍ବ ନିମ୍ନ ପାରିଶ୍ରମିକ ୨୫ ପ୍ରତିଶତ ବଢ଼ାଇ ଦିଆ ଯାଇଥିଲା ଓ ଶ୍ରମିକ ମାନଙ୍କର ରହିବା ଓ ଖାଇବା ଭତ୍ତା ଅନିର୍ବlର୍ଯ୍ୟ ହୋଇଥିଲା l ଏହା ବ୍ୟତୀତ ,ଅନେକ ଦଶକରୁ ଚାଲିଥିବା କଫାଲା ବ୍ୟବସ୍ଥାକୁ ସମ୍ପୂର୍ଣ ଶେଷ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି l କଫାଲା ବ୍ୟବସ୍ଥା ଅନୁସାରେ କୌଣସି ଶ୍ରମିକଙ୍କୁ ନିଜର ଚାକିରୀ ପରିବର୍ତ୍ତନ କରିବା ପାଇଁ ନିଜର ନିୟୋକ୍ତା ନିକଟରୁ ଅନୁମତି ନେବାକୁ ପଡୁଥିଲା l ଗଲ୍ଫ ଦେଶରେ ଅଧିକାଂଶ ଅଞ୍ଚଳରେ କଫାଲା ବ୍ୟବସ୍ଥା ରହିଛି l

କତର ର ଧନୀକ ଶ୍ରେଣୀର ଲୋକମାନେ ଅକ୍ଟୋବର ୨୦୧୯ ରେ ଶ୍ରମ ନିୟମରେ ସୁଧାର କରିବାକୁ ଘୋଷଣା କରିଥିଲେ ଯାହାକୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଇନର ରୂପ ଦିଆଯାଇଛି l ଯେତେବେଳେ କତର ନୂଆ ଶ୍ରମ ନୀତିକୁ ଲାଗୁ କରିଥିଲା ସେତେବେଳେ ଭାରତୀୟ ରାଜଦୂତ ଦୀପକ ମିତ୍ତଲ ତାହାକୁ ସ୍ୱାଗତ କରିଥିଲେ l ସେଠାକାର ଗଣମାଧ୍ୟମ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ଭାରତ ,ପାକିସ୍ତାନ ,ନେପାଳ ,ବଙ୍ଗଳାଦେଶ ଓ ଶ୍ରୀଲଙ୍କାର ୬୫୦୦ରୁ ଅଧିକ ଶ୍ରମୀକଙ୍କର ମୃତ୍ୟୁ ହୋଇଛି ୨୦୧୧ -୨୦୨୦ ମଧ୍ୟରେ ପାଖାପାଖି ଏହି ସମସ୍ତ ଦେଶର ୫୯୨୭ ପ୍ରବାସୀ ଶ୍ରମୀକଙ୍କର ମୃତ୍ୟୁ ହୋଇଛି l

Leave A Reply